ଦେଶକୁ ସ୍ୱତନ୍ତ୍ରତା ଦେଇଥିବା ଶହୀଦଙ୍କ ଉପରେ ହେବ ଗବେଷଣା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Advertisement
Article Detail0/zeeodisha/odisha2053781

ଦେଶକୁ ସ୍ୱତନ୍ତ୍ରତା ଦେଇଥିବା ଶହୀଦଙ୍କ ଉପରେ ହେବ ଗବେଷଣା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ରାଜ୍ୟର ସ୍ୱତନ୍ତ୍ରତା ତଥା ସଂଗ୍ରାମର ଅନେକ ଅକୁହା କଥା ଇତିହାସ ହୋଇ ରହିଛି। ସେହି ଅନାଲୋଚିତ ଅଜଣା ନାୟକମାନଙ୍କୁ ଖୋଜିବା ସହ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। 

ଦେଶକୁ ସ୍ୱତନ୍ତ୍ରତା ଦେଇଥିବା ଶହୀଦଙ୍କ ଉପରେ ହେବ ଗବେଷଣା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ବର: ଭାରତକୁ ସ୍ୱାଧିନ କରିବା ଏବଂ ସ୍ୱତନ୍ତ୍ରତା ଦେବାରେ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କ ଉପରେ ହେବ ଗବେଷଣା । ଶହୀଦ ବୀର ଛବିଳ ସାଏଙ୍କ ସହ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଇତିହାସ ଗବେଷଣା ପରିଷଦ (ICHR), ଓଡ଼ିଶାର ଇତିହାସ ଗବେଷକଗଣ ଏବଂ ନ୍ୟାସନାଲ୍‌ ବୁକ ଟ୍ରଷ୍ଟ ସହିତ ଆଲୋଚନା କରିଛନ୍ତି।  ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ଦୀପକ ପଣ୍ଡା, ବିଭୁଦତ୍ତ ମିଶ୍ରଙ୍କ ସମେତ ଆଇସିଏଚ୍‌ଆର୍‌ ଓ ନ୍ୟାସନାଲ୍‌ ବୁକ ଟ୍ରଷ୍ଟର ଅଧିକାରୀମାନେ ଯୋଗଦେଇଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କ ସହ କରାଯାଇଥିବା ଆଲୋଚନାରେ ପଶ୍ଚିମ ଓଡ଼ିଶାର ସଂଗ୍ରାମୀମାନଙ୍କ ଅବଦାନକୁ ଗବେଷଣା କରିବା ସହ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ବିଷୟରେ କଥା ପଡିଥିଲା । ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିସଙ୍କ ଗୁଳିରେ ଶହୀଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ୫୭ ଜଣ ସଂଗ୍ରାମୀଙ୍କ ବଳିଦାନ ଉପରେ ଗବେଷଣା ତଥା ଅଧ୍ୟୟନ କରାଯିବା ଏବଂ ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ବିଷୟକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। କେବଳ ସେତିକି ନୁହେଁ କୁଦୋପାଲି ବ୍ୟତୀତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା କୁଲୁଣ୍ଡା, ରଇଣ୍ଡା, ଗଡ଼ପାଟି, ସିଂଘୋଡ଼ା, ଝରଘାଟି, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ୍ କରି ଏହି ସ୍ଥାନ ଗୁଡ଼ିକର ନେତୃତ୍ୱ ନେଇଥିବା ସଂଗ୍ରାମୀଙ୍କ ଅବଦାନ ଉପରେ ତଥ୍ୟ ଯୋଗାଡ଼ କରିବା ବିଷୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ ।

ରାଜ୍ୟର ସ୍ୱତନ୍ତ୍ରତା ତଥା ସଂଗ୍ରାମର ଅନେକ ଅକୁହା କଥା ଇତିହାସ ହୋଇ ରହିଛି। ସେହି ଅନାଲୋଚିତ ଅଜଣା ନାୟକମାନଙ୍କୁ ଖୋଜିବା ସହ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକ ପରେ ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ଶହୀଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ‘ଗବେଷଣା ପ୍ରକଳ୍ପ’ ଆରମ୍ଭ କରିବା ପାଇଁ ଆଇସିଏଚ୍‌ଆର୍‌ର ଅଧ୍ୟକ୍ଷ ପ୍ରଫେସର ରଘୁବେନ୍ଦ୍ର ତନୱାରଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି। 

Also Read- Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍