IND vs BAN T20 World Cup: ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ବଦଳିବ ଟିମ ଇଣ୍ଡିଆର ପ୍ଲେଇଂ ଏକାଦଶ: କାହା ସ୍ଥାନ ନେବେ କେଉଁ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
Advertisement
Article Detail0/zeeodisha/odisha1419035

IND vs BAN T20 World Cup: ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ବଦଳିବ ଟିମ ଇଣ୍ଡିଆର ପ୍ଲେଇଂ ଏକାଦଶ: କାହା ସ୍ଥାନ ନେବେ କେଉଁ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

  ନୂଆଦିଲ୍ଲୀ: ଆଇସିସି (ICC) ଟି-୨୦ ବିଶ୍ୱକପ (T20 World Cup) ୨୦୨୨ରେ ରବିବାର (୩୦ ଅକ୍ଟୋବର) ଦିନ ଦକ୍ଷିଣ ଆଫ୍ରିକା (South Africa) ଠାରୁ ଭାରତ (India) ପରାଜୟ ବରଣ କରିଛି। ଏହି ମ୍ୟାଚରେ ଭାରତର (India) ଓ୍ୱିକେଟ କିପର ଦିନେଶ କାର୍ତ୍ତିକ (Dinesh Kartik) ପିଠିରେ ଯନ୍ତ୍ରଣା ଭୋଗ କରିଥିବାର ନଜର ଆସିଥିଲେ। 

IND vs BAN T20 World Cup: ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ବଦଳିବ ଟିମ ଇଣ୍ଡିଆର ପ୍ଲେଇଂ ଏକାଦଶ: କାହା ସ୍ଥାନ ନେବେ କେଉଁ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

IND vs BAN T20 World Cup:  ନୂଆଦିଲ୍ଲୀ: ଆଇସିସି (ICC) ଟି-୨୦ ବିଶ୍ୱକପ (T20 World Cup) ୨୦୨୨ରେ ରବିବାର (୩୦ ଅକ୍ଟୋବର) ଦିନ ଦକ୍ଷିଣ ଆଫ୍ରିକା (South Africa) ଠାରୁ ଭାରତ (India) ପରାଜୟ ବରଣ କରିଛି। ଏହି ମ୍ୟାଚରେ ଭାରତର (India) ଓ୍ୱିକେଟ କିପର ଦିନେଶ କାର୍ତ୍ତିକ (Dinesh Kartik) ପିଠିରେ ଯନ୍ତ୍ରଣା ଭୋଗ କରିଥିବାର ନଜର ଆସିଥିଲେ।  ତେବେ ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ମ୍ୟାଚ ଅଧାରୁ ମୈଦାନ ଛାଡ଼ିବାକୁ ପଡ଼ିଥିଲା। ଅତ୍ୟାଧିକ ଯନ୍ତ୍ରଣା ପାଇଁ ଆଗାମୀ ମ୍ୟାଚରେ ଦିନେଶ କାର୍ତ୍ତିକଙ୍କୁ (Dinesh Karthik) ପରିବର୍ତ୍ତନ କରିବାକୁ ଚୟନକର୍ତ୍ତା (Selector) ନିଷ୍ପତ୍ତି ନେଇଛନ୍ତି। 

ସୂଚନାଯୋଗ୍ୟ ଆସନ୍ତା ୨ ତାରିଖରେ ଆଡିଲେଡରେ ବାଂଲାଦେଶ ବିପକ୍ଷରେ ଭାରତ ମୈଦାନକୁ ଓହ୍ଲାଇବ। ଏହି ମ୍ୟାଚରେ ପିଠି ଯନ୍ତ୍ରଣା ପାଇଁ ଦିନେଶ କାର୍ତ୍ତିକଙ୍କୁ ଦଳରୁ ବିଶ୍ରାମ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ବରଣ କରିବା ପରେ ଦିନେଶଙ୍କ ଯନ୍ତ୍ରଣା ନେଇ ଭୁବନେଶ୍ୱର କୁମାର ମଧ୍ୟ ସୂଚନା ଦେଇଥିଲେ। ତେବେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦିନେଶ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। 

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କି ଦିନେଶ କାର୍ତ୍ତିକଙ୍କୁ ପିଠିରେ ଯନ୍ତ୍ରଣା ହୋଇଥିଲା। ମ୍ୟାଚ ପରେ ତାଙ୍କ ସହିତ ସାକ୍ଷାତ ହୋଇନାହିଁ। ଆମେ ମାନେ ଯେତେବେଳେ ହୋଟେଲ ଫେରିଥିଲୁ ତାଙ୍କ ସହିତ ଆଲୋଚନା ହୋଇଥିଲା। ତାଙ୍କର ଫିଜିଓ ସହିତ ମଧ୍ୟ ଆଲୋଚନା ହୋଇଥିଲା। ଫିଜିଓଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ। ସେପଟେ ଏହାକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ସେହିପରି ଦିନେଶଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଋଷଭ ପନ୍ଥ ଦାୟିତ୍ୱ ସମ୍ଭାଳିଥିଲେ। ଫଳରେ ସେ ବାଂଲାଦେଶ ବିପକ୍ଷ ମ୍ୟାଚରେ ପ୍ଲେଇଂ ଏକାଦଶରେ ସ୍ଥାନ ପାଇବା ଏକ ପ୍ରକାର ସ୍ପଷ୍ଟ ହୋଇ ପାରିଛି। ବର୍ତ୍ତମାନ ସ୍ଥିତିରେ ଦଳରେ ଦୁଇଜଣ ବାମହାତୀ ବ୍ୟାଟ୍ସମ୍ୟାନ ରହିଛନ୍ତି। ଏଭଳି ସ୍ଥିତି ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇବା ପରେ ଦଳରେ ସନ୍ତୁଳନ ଆସିପାରିବ। ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ଦିନେଶ କାର୍ତ୍ତିକ ସେଭଳି କୌଣସି ଏକ ଦମଦାର ପ୍ରଦର୍ଶନ କରିପାରିନାହାନ୍ତି। ବର୍ତ୍ତମାନ ଆହତ ସମସ୍ୟା କାରଣରୁ ସେ ଦଳରୁ ବାଦ ପଡ଼ି ପାରନ୍ତି। 

ସୂଚନାଯୋଗ୍ୟ ରବିବାର ଦିନ ପର୍ଥ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ ଟି-୨୦ ବିଶ୍ୱକପର (T20 World Cup 2022) ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ (South Africa Cricket Team) ବିଜୟ ହାସଲ କରିଛି ଓ ଏହିପରି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟ ରଥ ଅଟକି ଯାଇଛି । ଶେଷ ଓଭରରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୫ ୱିକେଟରେ ଜିତିନେଇଛି ।

ଭାରତ ଦ୍ୱାରା ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଦଳ ପାଳି ଆରମ୍ଭ କରିଥିଲା। କ୍ୱିଣ୍ଟନ ଡିକକ ଓ ଟେମ୍ବା ବଭୂମା ପାଳି ଆରମ୍ଭ କରିଥିଲେ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହୋଇଥିବା ଭାରତ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ବିଜୟୀ ହେବାରେ ଅଟକାଇ ପାରିନଥିଲା। ଦଳୀୟ ସ୍କୋର ମାତ୍ର ୩ ରନ ବେଳେ ଦଳ ଦୁଇଟି ଓ୍ୱିକେଟ ହରାଇଥିଲା। କ୍ୱିଣ୍ଟନ ଡିକକ (୧ ରନ) ଓ ରିଲି ରୁସୋ (0)ଙ୍କୁ ଆଉଟ କରିବାରେ ସମର୍ଥ ହୋଇଥିଲେ ଅର୍ଶଦୀପ ସିଂହ। ସେହିପରି ଟେମ୍ବା ବାଭୂମାଙ୍କୁ ୧୦ ରନରେ ଆଉଟ କରିଥିଲେ ମହମ୍ମଦ ଶାମୀ।

ଅଧିକ ପଢନ୍ତୁ: New Zulu king: ଏହି ଦେଶର ରାଜାଙ୍କୁ ଚ୍ୟାଲେଞ୍ଜ କଲେ ଭାରତୀୟ ବଂଶୋଦ୍ଭବ, ଦୁଇ ଦିନ ତଳେ ହୋଇଛି ରାଜ୍ୟାଭିଷେକ

ଅଧିକ ପଢନ୍ତୁ: T20 World cup 2022: ଦୁଃଖରେ ଭାଙ୍ଗି ପଡ଼ିଲେ Shoaib Akhtar! କହିଲେ, 'ପାକିସ୍ତାନକୁ ମାରିଦେଲା ଟିମ୍ ଇଣ୍ଡିଆ'

ଅଧିକ ପଢନ୍ତୁ: Ravi Shastri predicted: ପାକିସ୍ତାନ ଖେଳାଳିଙ୍କୁ ନେଇ ଏପରି ଅନୁମାନ କଲେ ରବି ଶାସ୍ତ୍ରୀ, କହିଲେ ବିଶ୍ୱକପ ପରେ ଅବସର ନେଇଯିବେ ବୋଧେ...