Employment News In Odia: ୬ ମାସରେ ଆପଣଙ୍କୁ ଲକ୍ଷପତି କରିଦେବ ଏହି ଗଛର ଚାଷ, ବାର୍ଷିକୁ ରୋଜଗାର କରିବେ ଏତିକି ଟଙ୍କା
Advertisement
Article Detail0/zeeodisha/odisha1639441

Employment News In Odia: ୬ ମାସରେ ଆପଣଙ୍କୁ ଲକ୍ଷପତି କରିଦେବ ଏହି ଗଛର ଚାଷ, ବାର୍ଷିକୁ ରୋଜଗାର କରିବେ ଏତିକି ଟଙ୍କା

Agro Business: ଏପରି ଅନେକ ଅର୍ଥକାରୀ ଫସଲ ରହିଛି, ଯାହାକୁ ଚାଷ କରି ଆପଣ ବର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। 

Employment News In Odia: ୬ ମାସରେ ଆପଣଙ୍କୁ ଲକ୍ଷପତି କରିଦେବ ଏହି ଗଛର ଚାଷ, ବାର୍ଷିକୁ ରୋଜଗାର କରିବେ ଏତିକି ଟଙ୍କା

Rubber Farming Income: ଭାରତ ହେଉଛି ଏକ କୃଷି ଦେଶ। ଭାରତ ଭଳି ବିଶାଳ ଦେଶର ଗ୍ରାମାଞ୍ଚଳ ବସବାସ କରୁଥିବା ଅଧିକାଂଶ ଲୋକ କୃଷି ମାଧ୍ୟମରେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଗାଁ ଗଣ୍ଡାରେ ବସବାସ କରୁଥିବା ଅଧିକାଂଶ ଲୋକ କୃଷି କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। 

ଯଦି ଆପଣ କୃଷି ମାଧ୍ୟମରେ ଅଧିକ ଟଙ୍କା ରୋଜଗାର (Agro Business) କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ପାରମ୍ପାରିକ ଚାଷ କାର୍ଯ୍ୟ ଛାଡିବାକୁ ପଡ଼ିବ। ଆପଣଙ୍କୁ କିଛି ବିଶେଷ ଉପାୟରେ ଚାଷ କାର୍ଯ୍ୟ କରିବାକୁ ହେବ। ଆମେ ଆପଣଙ୍କୁ ରବର ଚାଷ (Rubber Farming) ବିଷୟରେ କହିବାକୁ ଯାଉଛୁ, ଯାହାର ଦେଶ ବିଦେଶରେ ବହୁତ ଚାହିଦା ରହିଛି। ଭାରତ (India) ବିଶ୍ୱର ଚତୁର୍ଥ ବୃହତ୍ତମ ରବର ଉତ୍ପାଦନକାରୀ ଦେଶ (Rubber Producing Countries of World) ଭାବରେ ପରିଗଣିତ। ହେଲେ ଯେତେବେଳେ ଦେଶରେ ରବର (Rubber) ବ୍ୟବହାର ବଢିଯାଏ ସେତେବେଳେ ବିଦେଶରୁ ରବର ଆମଦାନୀ (Rubber Import) ହୋଇଥାଏ।

ଦେଶରେ ରବର ଚାଷ କରିବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଦେଶରେ ଅଧିକରୁ ଅଧିକ ରବର ଉତ୍ପାଦନ (Rubber Production In India) କରାଯିବା ଆବଶ୍ୟକ। ଯାହା ଫଳରେ ବିଦେଶରୁ ରବର ଆମଦାନୀ କରିବାକୁ ପଡ଼ିବ ନାହିଁ। ଭାରତରେ ରବର ମୁଖ୍ୟତ ଦେଶର ଦାକ୍ଷିଣାତ୍ୟ ରାଜ୍ୟ (South Indian State) ଯଥା କେରଳ (Kerala), କର୍ଣ୍ଣାଟକ (Karnataka) ଏବଂ ତାମିଲନାଡୁ (Tamil Nadu) ଠାରେ ଚାଷ କରାଯାଏ।

ରବର ଚାଷ (Rubber Cultivation) ପାଇଁ ବାର୍ଷିକ ୨୦୦ ସେମି ବର୍ଷା ଆବଶ୍ୟକ। ରବର ଗଛ ପାଇଁ ସର୍ବନିମ୍ନ ୨୦୦ ସେଣ୍ଟିମିଟର ପରିମାଣର ବର୍ଷା ଆବଶ୍ୟକ ହୋଇଥାଏ। ଯେଉଁ ଅଞ୍ଚଳରୁ ଜଳବାୟୁ ଅଧିକ ଆର୍ଦ୍ର ରହିଥାଏ, ସେଠାରେ ରବର ଚାଷ ସହଜରେ ହୋଇଥାଏ। ରବର ଚାଷ ପାଇଁ ୨୧ ଡିଗ୍ରୀରୁ ୩୫ ଡିଗ୍ରୀ ତାପମାତ୍ରା ଆବଶ୍ୟକ।

ଯେଉଁ ଅଞ୍ଚଳର ମାଟି ଲାଲ ହୋଇଥାଏ ସେଠାରେ ରବର ଗଛ ଭଲ ଭାବରେ ବଢିଥାଏ। ଆପଣଙ୍କୁ କହିରଖୁଛୁ ଯେ ରବର ଗଛ ଲଗାଇବା ପାଇଁ ଜୁଲାଇ ମାସ ହେଉଛି ପ୍ରକୃତ ସମୟ।  ଯେଉଁ ଜମିରେ ରବର ଚାଷ କରାଯାଏ, ସେହି ଜମିରେ ସମୟ ସମୟରେ ପର୍ଯ୍ୟାପ୍ତ ପରିମାଣର ସାର ପ୍ରୟୋଗ କରାଯିବା ଆବଶ୍ୟକ। ଥରେ ରବର ଗଛ ଲଗାଇଲେ ଆଗାମୀ ୪୦ ବର୍ଷ ପର୍ଯ୍ୟନ୍ତ ଏହାକୁ ରୋଜଗାର ଲାଗି ବ୍ୟବହାର କରାଯାଇ ପାରିବ। ବିଭିନ୍ନ କାର୍ଯ୍ୟ ଲାଗି ରବର ବ୍ୟବହୃତ ହୋଇଥାଏ। ଯାହାକୁ ବଡ଼ ବଡ଼ କମ୍ପାନୀ କ୍ରୟ କରିଥାନ୍ତି। ଏହି କମ୍ପାନୀ ଦ୍ୱାରା ବିଭିନ୍ନ ରବର ନିର୍ମିତ ଉତ୍ପାଦ ନିର୍ମାଣ କରାଯାଇଥାଏ।