Rule Changes in September: ସେପ୍ଟେମ୍ବର ମାସରେ ବଦଳିଯିବ ଏହି ୭ଟି ବଡ଼ ନିୟମ, ଜାଣି ନିଅନ୍ତୁ ପୂରା ଡିଟେଲ୍ସ
Advertisement
Article Detail0/zeeodisha/odisha1847558

Rule Changes in September: ସେପ୍ଟେମ୍ବର ମାସରେ ବଦଳିଯିବ ଏହି ୭ଟି ବଡ଼ ନିୟମ, ଜାଣି ନିଅନ୍ତୁ ପୂରା ଡିଟେଲ୍ସ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଅଗଷ୍ଟ ମାସ ଶେଷ ହୋଇଯିବ। ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ସବୁଥର ଭଳି ଏଥର ମଧ୍ୟ ସେପ୍ଟେମ୍ବର ମାସରେ ମଧ୍ୟ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି। ମାସ ଆରମ୍ଭରୁ ଦେଶରେ ଆର୍ଥିକ ନିୟମରେ ନିଶ୍ଚିତ ଭାବରେ କିଛି ପରିବର୍ତ୍ତନ ଆସିଥାଏ। ଏହି ପର୍ଯ୍ୟାୟରେ, ସେପ୍ଟେମ୍ବର ମାସର ନୂତନ ମାସରେ ମଧ

Rule Changes in September: ସେପ୍ଟେମ୍ବର ମାସରେ ବଦଳିଯିବ ଏହି ୭ଟି ବଡ଼ ନିୟମ, ଜାଣି ନିଅନ୍ତୁ ପୂରା ଡିଟେଲ୍ସ

Rule Changes in September: ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଅଗଷ୍ଟ ମାସ ଶେଷ ହୋଇଯିବ। ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ସବୁଥର ଭଳି ଏଥର ମଧ୍ୟ ସେପ୍ଟେମ୍ବର ମାସରେ ମଧ୍ୟ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି। ମାସ ଆରମ୍ଭରୁ ଦେଶରେ ଆର୍ଥିକ ନିୟମରେ ନିଶ୍ଚିତ ଭାବରେ କିଛି ପରିବର୍ତ୍ତନ ଆସିଥାଏ। ଏହି ପର୍ଯ୍ୟାୟରେ, ସେପ୍ଟେମ୍ବର ମାସର ନୂତନ ମାସରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି। ଏଥିରେ ୨୦୦୦ ଟଙ୍କା ନୋଟ୍ ପରିବର୍ତ୍ତନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଆଧାର କାର୍ଡ ମାଗଣା ଅପଡେଟ୍ ପ୍ରମୁଖ ଅନ୍ତର୍ଭୁକ୍ତ ରହିଛି। ଆସନ୍ତୁ ଦେଖିବା ଆସନ୍ତା ସେପ୍ଟେମ୍ବର ମାସରେ କ’ଣ ସବୁ ବଦଳିବାକୁ ଯାଉଛି ଏବଂ ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ।

୨୦୦୦ ଟଙ୍କିଆ ନୋଟ ବିତରଣ ବନ୍ଦ ହେବ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମେ ମାସରେ ଘୋଷଣା କରିଥିଲା ​​ଯେ 2000 ଟଙ୍କିଆ ନୋଟ୍ ପ୍ରଚଳନରୁ ଦୂରେଇ ରହିବ। କେନ୍ଦ୍ରୀୟ ବ୍ୟାଙ୍କ ୨୩ ମେ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କିମ୍ବା ଜମା କରିବାର ସମୟସୀମା ସ୍ଥିର କରିଥିଲା। ଏପରି ପରିସ୍ଥିତିରେ, ଯଦି ଆପଣ ଏପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇନାହାନ୍ତି ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଏହି କାର୍ଯ୍ୟ କରିନିଅନ୍ତୁ। ଅଥବା ଆପଣ ବଡ଼ କ୍ଷତିରେ ପଡ଼ି ପାରନ୍ତି।

ଏକ୍ସିସ ମ୍ୟାଗ୍ନସ କ୍ରେଡ଼ିଟ କାର୍ଡ
ଦେଶର ଏକ ଅଗ୍ରଣୀ ଘରୋଇ କ୍ଷେତ୍ର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଗ୍ରାହକଙ୍କୁ ମ୍ୟାଗ୍ନସ କ୍ରେଡିଟ୍ କାର୍ଡ ସୁବିଧା ମାଗଣାରେ ପ୍ରଦାନ କରିଥାଏ। କିନ୍ତୁ ବ୍ୟାଙ୍କ ବର୍ତ୍ତମାନ ଏହାର ଅଫିସିଆଲ ୱେବସାଇଟରେ ସୂଚନା ସେୟାର କରିଛି ଯେ ସେପ୍ଟେମ୍ବର ୧ ତାରିଖରୁ ମ୍ୟାଗ୍ନସ କ୍ରେଡିଟ କାର୍ଡରେ ବାର୍ଷିକ ଶୁଳ୍କ ଛାଡ଼ର ସୁବିଧା ଯୋଗାଇ ଦିଆଯିବ ନାହିଁ, ଅର୍ଥାତ୍ ଗ୍ରାହକମାନଙ୍କ ପାଇଁ ସମାନ ଶୁଳ୍କ ଲାଗୁ ହେବ। 

ଆଧାର କାର୍ଡ ଅପଡେଟ
ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଲୋକମାନଙ୍କୁ ମାଗଣାରେ ଆଧାର ଅପଡେଟ୍ କରିବାର ସୁବିଧା ଯୋଗାଉଛି । କିନ୍ତୁ ଏହି ସୁବିଧା ୧୪ ସେପ୍ଟେମ୍ବର ୨୦୨୩ ପରେ ଶେଷ ହେବ। ଏଭଳି ପରିସ୍ଥିତିରେ UIDAI ଲୋକଙ୍କୁ ଅନୁରୋଧ କରିଛି ଯେ ଯେଉଁମାନେ ୧୦ ବର୍ଷ ଧରି ସେମାନଙ୍କର ଆଧାର କାର୍ଡ ଅପଡେଟ୍ କରିନାହାଁନ୍ତି, ସେପ୍ଟେମ୍ବର ୧୪ ସୁଦ୍ଧା ସେମାନଙ୍କର ଆଧାର କାର୍ଡ ଅପଡେଟ୍ ହେବା ଜରୁରୀ।

ପାନ-ଆଧାର ଲିଙ୍କ
ଯଦି ଆପଣ ପାନ ଏବଂ ଆଧାର କାର୍ଡ ସହିତ ଲିଙ୍କ୍ କରିନାହାନ୍ତି, ତେବେ ନିଶ୍ଚିତ ଭାବରେ ୩୦ ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ସାରିନିଅନ୍ତୁ।  କାରଣ ସରକାର ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ତାଙ୍କ ପାନ୍ ଏବଂ ଆଧାରକୁ ଲିଙ୍କ୍ ନକରନ୍ତି, ତେବେ ଅକ୍ଟୋବରରେ ୧ ତାରିଖ ସୁଦ୍ଧା ପାନ୍ କାର୍ଡ ବାତିଲ୍ ହୋଇଯିବ। ଯାହା ଫଳରେ ଆପଣଙ୍କର ପାନ କାର୍ଡ ସ୍ୱତଃ ଭାବେ ବାତିଲ ହୋଇଯିବ ଓ ଏହାକୁ ଆପଣ ବ୍ୟବହାର କରିପାରିବେ ନାହିଁ। ଏହା ସହିତ ଆପଣଙ୍କର ବ୍ୟାଙ୍କ ଖାତା ମଧ୍ୟ ଖାରଜ ହୋଇଯିବ। 

ଡିମାଟ ଆକାଉଣ୍ଟ
ଏହା ସହିତ, ଯଦି ଆପଣଙ୍କର ପାନ୍ ଏବଂ ଆଧାର ଲିଙ୍କ୍ ହୋଇନାହିଁ, ତେବେ ଏହା ଆପଣଙ୍କ ଡେମାଟ୍ ଆକାଉଣ୍ଟକୁ ମଧ୍ୟ ପ୍ରଭାବିତ କରିବ। ଏହି କ୍ରମରେ SEBI ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ଡେମାଟ୍ ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନ କିମ୍ବା ନାମାଙ୍କନ ପ୍ରତ୍ୟାହାରର ସମୟସୀମା ବୃଦ୍ଧି କରିଛି।

SBI ଓ୍ୱି କେୟାର
ଭାରତର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ର ସ୍ୱତନ୍ତ୍ର ସିନିୟର ସିଟିଜେନ ଏଫଡି ଯୋଜନାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୩ ଅଟେ। ଏଭଳି ପରିସ୍ଥିତିରେ ବରିଷ୍ଠ ନାଗରିକମାନେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଯୋଜନାରେ ବିନିଯୋଗ କରିପାରିବେ। ଏଥିରେ ବରିଷ୍ଠ ନାଗରିକମାନେ FD ଉପରେ ୭.୫୦ ପ୍ରତିଶତ ହାରରେ ସୁଧ ପାଆନ୍ତି। ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଏଫଡି ସ୍କିମର ନାମ ହେଉଛି ଏସବିଆଇ ୱେୟାର।

ଅମୃତ ମହୋତ୍ସବ ଏଫଡି
IDBI ଏକ ସ୍ୱତନ୍ତ୍ର FD ଯୋଜନା ଆରମ୍ଭ କରିଛି। IDBI ର ଏହି FD ର ନାମ ହେଉଛି ଅମୃତ ମହୋତ୍ସବ FD ଯୋଜନା। ୩୭୫ ଦିନର ଏହି FD ଯୋଜନାରେ ସାଧାରଣ ନାଗରିକ ୭.୧୦ ପ୍ରତିଶତ ସୁଧ ଏବଂ ବରିଷ୍ଠ ନାଗରିକ ୭.୬୦ ପ୍ରତିଶତ ସୁଧ ପାଆନ୍ତି। ଯେତେବେଳେ କି, ୪୪୪ ଦିନର FD ଅଧୀନରେ ସାଧାରଣ ନାଗରିକ ୭.୧୫ ପ୍ରତିଶତ ହାରରେ ଏବଂ ବରିଷ୍ଠ ନାଗରିକ ୭.୬୫ ପ୍ରତିଶତ ପାଉଛନ୍ତି।

Also Read: Top 10 news Head Lines: ସକାଳର ୧୦ ପ୍ରମୁଖ ଖବର

Also Read: Weather Update: ୨ରୁ ପୁଣି ବଢିବ ବର୍ଷା! ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

Also Read: Raksha Bandhan 2023: କାହିଁକି ପାଳନ କରାଯାଏ ରାକ୍ଷୀପୂର୍ଣ୍ଣିମା? ଜାଣନ୍ତୁ ଏହା ପଛର ପୌରାଣିକ କଥା