FIFA World Cup: ଫିଫା ବିଶ୍ୱକପ ବିରୋଧରେ ଗର୍ଜିଲା ମୁସଲିମ ସଙ୍ଗଠନ; ରଖିଲା ଏପରି ପ୍ରତିକ୍ରିୟା
Advertisement

FIFA World Cup: ଫିଫା ବିଶ୍ୱକପ ବିରୋଧରେ ଗର୍ଜିଲା ମୁସଲିମ ସଙ୍ଗଠନ; ରଖିଲା ଏପରି ପ୍ରତିକ୍ରିୟା

Football Craze in Kerala: ବର୍ତ୍ତମାନ ସମଗ୍ର ବିଶ୍ୱ ଫୁଟବଲ ମହାକୁମ୍ଭ ସହ ଯୋଡି଼ ହୋଇଥିବା ପରି ମନେହୁଏ। ଯେଉଁଥିରୁ ବାଦ ପଡି଼ନାହିଁ ଭାରତ। ଏହି କ୍ରମରେ ଦେଶର ଦାକ୍ଷିଣାତ୍ୟ ରାଜ କେରଳରେ ମଧ୍ୟ ରହିଛି ଫିଫା କ୍ରେଜ୍। ଏଠାରେ ଅଧିକରୁ ଅଧିକ ଫୁଟବଲ ପ୍ରଶଂସକ ଅଛନ୍ତି। ନିକଟରେ ଏଠାରୁ ଖବର ଆସିଥିଲା ​​ଯେ ରାଜ୍ୟରେ ଏକ ଗ୍ରାମରେ ଫିଫା ବିଶ୍ୱକପ ଦେଖିବା ପାଇଁ ୨୩ ଲକ୍ଷ ଟଙ୍କା ଦେଇ ଘର କିଣିଥିଲେ ସ୍ଥାନୀୟ ଗ୍ରାମବାସୀ। 

FIFA World Cup: ଫିଫା ବିଶ୍ୱକପ ବିରୋଧରେ ଗର୍ଜିଲା ମୁସଲିମ ସଙ୍ଗଠନ; ରଖିଲା ଏପରି ପ୍ରତିକ୍ରିୟା

Kerala Muslim Organizations: ଚଳିତ ବର୍ଷ କତାର ଠାରେ ଆୟୋଜିତ ହୋଇଯାଇଛି ଫିଫା ବିଶ୍ୱକପ। ବର୍ତ୍ତମାନ ସମଗ୍ର ବିଶ୍ୱ ଫୁଟବଲ ମହାକୁମ୍ଭ ସହ ଯୋଡି଼ ହୋଇଥିବା ପରି ମନେହୁଏ। ଯେଉଁଥିରୁ ବାଦ ପଡି଼ନାହିଁ ଭାରତ। ଏହି କ୍ରମରେ ଦେଶର ଦାକ୍ଷିଣାତ୍ୟ ରାଜ କେରଳରେ ମଧ୍ୟ ରହିଛି ଫିଫା କ୍ରେଜ୍। ଏଠାରେ ଅଧିକରୁ ଅଧିକ ଫୁଟବଲ ପ୍ରଶଂସକ ଅଛନ୍ତି। ନିକଟରେ ଏଠାରୁ ଖବର ଆସିଥିଲା ​​ଯେ ରାଜ୍ୟରେ ଏକ ଗ୍ରାମରେ ଫିଫା ବିଶ୍ୱକପ ଦେଖିବା ପାଇଁ ୨୩ ଲକ୍ଷ ଟଙ୍କା ଦେଇ ଘର କିଣିଥିଲେ ସ୍ଥାନୀୟ ଗ୍ରାମବାସୀ। ସେମାନେ ଏହି ଘରକୁ ଷ୍ଟାଡିୟମ ଭଳି ସଜାଇଥିଲେ। ଫିଫା ସହିତ ଜଡିତ ସମସ୍ତ ଦେଶର ପତାକା ଲଗାଇବା ସହ ଫୁଟବଲ ତାରକା ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଫଟୋ ଲଗାଇଥିଲେ।

ବର୍ତ୍ତମାନ ଫିଫା ବିଶ୍ୱକପ (FIFA World Cup) ଚାଲିଥିବା ବେଳେ ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଏହାର କ୍ରେଜ। ହେଲେ ଏହାକୁ ସହଜେ ଗ୍ରହଣ କରି ପାରିନାହିଁ ମୁସଲିମ ସଙ୍ଗଠନ। ଏନେଇ ପ୍ରତିକ୍ରିୟା ରଖିଛି ସମସ୍ତ କେରଳ ଜେମ ଇୟ୍ୟାଥୁଲ ଖୁତବା ସମିତି (Samastha Kerala Jem Iyyathul Khutba Committee) ଫୁଟବଲ ପ୍ରତି ଯୁବପିଢିଙ୍କ ରହିଥିବା ଆକର୍ଷଣକୁ ସାଂଘାତିକ ବୋଲି କହିଛି। ଆର୍ଜେଣ୍ଟିନାର ଲିଓନେସ ମେସି ଏବଂ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ,  ଏବଂ ବ୍ରାଜିଲର ନେମାର ଜୁନିଅରଙ୍କ ଭଳି ଖେଳାଳୀଙ୍କ ପ୍ରତି ସେମାନଙ୍କ ସମର୍ଥକ ଟଙ୍କା ଉଡ଼ାଇବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସମିତି ଅଧ୍ୟକ୍ଷ ନସର ଫୈଜୀ। 

ଏନେଇ ପ୍ରତିକ୍ରିୟା ରଖି ସମିତି ଅଧ୍ୟକ୍ଷ କହିଛନ୍ତି ଯେ କତାର (Qatar) ଠାରେ ଆୟୋଜିତ ହୋଇଥିବା ଫୁଟବଲ ବିଶ୍ୱକପ୍ (FIFA World Cup 2022) ହେତୁ ଛାତ୍ର ଅଧ୍ୟୟନ ପ୍ରତି ଆଗ୍ରହ ହରାଉଛନ୍ତି। କେବଳ ଏତିକି ନୁହେଁ ସେ ଏହାକୁ 'ଅଣ ଇସଲାମିକ୍' ମଧ୍ୟ କହିଛନ୍ତି। ଫୁଟବଲ ଖେଳାଳୀଙ୍କ କଟ ଆଉଟ ଲଗାଇ ସେମାନଙ୍କୁ ପୂଜା କରିବା ଇସଲାମ ବିରୋଧୀ (Anti Islam)। ଫିଫା ବିଶ୍ୱକପ୍‌ରେ ଭାଗ ନେଉଥିବା ଦଳକୁ ସମର୍ଥନ କରି ପତାକା ଲଗାଇବା ଭୁଲ। ଫିଫା ବିଶ୍ୱକପରେ ଭାଗ ନେଇଥିବା ୟୁରୋପୀୟ ଦେଶ ପର୍ତ୍ତୁଗାଲର ପତାକା ନ ଲଗାଇବାକୁ ଯୁବକଙ୍କୁ ନିବେଦନ କରିଛି ସମିତି। କାରଣ ପର୍ତ୍ତୁଗାଲ ନାଗରିକ ଅନେକ ଦେଶକୁ ନିଜର ଉପନିବେଶ କରିଥିଲା। 

ସମିତି ଅଧ୍ୟକ୍ଷ ନସର ଫୈଜୀ (Nasar Faizy) ଭାରତୀୟଙ୍କ ପାଇଁ ଅନ୍ୟ ଦେଶର ପତାକାକୁ ସମ୍ମାନ ଦିଆଯିବା ଆବଶ୍ୟକ। ହେଲେ ଏହାକୁ ଉଡ଼ାଇବା ଠିକ୍ ନୁହେଁ। ସେ କହିଛନ୍ତି ଯେ ଏହା ନୁହେଁ ଯେ ସେ ଫୁଟବଲ ବିପକ୍ଷରେ ଅଛନ୍ତି। କୌଣସି ଖେଳକୁ କେବଳ ଖେଳ ଭାବନାରେ ଦେଖିବା ଉଚିତ। କେବଳ ଶାରୀରିକ ସୁସ୍ଥତା ପାଇଁ କ୍ରୀଡାକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ। ଏବେ ଫୁଟବଲ ଏପରି  ଏକ ଜ୍ୱରରେ ପରିଣତ ହେଉଛି ଯାହା ଦ୍ୱାରା ଲୋକେ ପ୍ରଭାବିତ ହେଉଛନ୍ତି। ଏହା ଭଲ କଥା ନୁହେଁ। ବର୍ତ୍ତମାନ ନିଜ ଦେଶର ପତାକା ଉଡ଼ାଇବା ବଦଳରେ ଯୁବପିଢି ଅନ୍ୟ ଦେଶର ପତାକା ଉତ୍ତୋଳନ କରୁଛନ୍ତି।

Also Read: FIFA World Cup 2022: ଧୈର୍ଯ୍ୟ ହରାଇଲେ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକ, ଭିଡ଼ିଓ ଭାଇରାଲ

ଫିଫା ବିଶ୍ୱକପ ସମ୍ପର୍କରେ ସମସ୍ତ କେରଳ ଜେମ ଇୟ୍ୟାଥୁଲ ଖୁତବା ସମିତି ରଖିଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେରଳ ସରକାର। ସମିତି ପକ୍ଷରୁ କରାଯାଉଥିବା ଯୁକ୍ତିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। କେରଳ ଶିକ୍ଷା ମନ୍ତ୍ରୀ ଭି. ଶିବନକୁଟ୍ଟି (Kerala Education Minister V Sivankutty) କହିଛନ୍ତି ଯେ ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବାର ଅଧିକାର କାହାର ନାହିଁ। ଲୋକେ ବହି ପଢିବେ, ଗୀତ ଶୁଣିବେ ନାଁ ମ୍ୟାଚ୍ ଦେଖିବେ ତାହା ସେମାନଙ୍କ ଉପରେ ନିର୍ଭର କରେ। ଏହାକୁ ବାରଣ କରିବାର କାହାର ଅଧିକାର ନାହିଁ।