Global Warming: ଗ୍ଲୋବାଲ ୱାର୍ମିଂ ସମସ୍ୟାର ମୁକାବିଲା ପାଇଁ ଚତୁର କୌଶଳ ଆପଣାଇଲେ ବୈଜ୍ଞାନିକ; ଜାଣନ୍ତୁ କ'ଣ
Advertisement
Article Detail0/zeeodisha/odisha2094328

Global Warming: ଗ୍ଲୋବାଲ ୱାର୍ମିଂ ସମସ୍ୟାର ମୁକାବିଲା ପାଇଁ ଚତୁର କୌଶଳ ଆପଣାଇଲେ ବୈଜ୍ଞାନିକ; ଜାଣନ୍ତୁ କ'ଣ

ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ପୃଥିବୀର ତାପମାତ୍ରା। ପରିସ୍ଥିତି ଏପରି ହୋଇଛି ଯେ ପୃଥିବୀ ଏହାର ଇତିହାସର ସବୁଠାରୁ ଉତ୍ତପ୍ତ ସ୍ତରରେ ପହଞ୍ଚିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ଉପରେ ଆକଳନ କରିବା ପାଇଁ ବୈଜ୍ଞାନିକ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ବିଶ୍ୱ ତାପନ ଅର୍ଥାତ ଗ୍ଲୋବାଲ ୱାର୍ମି

Global Warming: ଗ୍ଲୋବାଲ ୱାର୍ମିଂ ସମସ୍ୟାର ମୁକାବିଲା ପାଇଁ ଚତୁର କୌଶଳ ଆପଣାଇଲେ ବୈଜ୍ଞାନିକ; ଜାଣନ୍ତୁ କ'ଣ

scientists countermeasures for fight with global warming: ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ପୃଥିବୀର ତାପମାତ୍ରା। ପରିସ୍ଥିତି ଏପରି ହୋଇଛି ଯେ ପୃଥିବୀ ଏହାର ଇତିହାସର ସବୁଠାରୁ ଉତ୍ତପ୍ତ ସ୍ତରରେ ପହଞ୍ଚିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ଉପରେ ଆକଳନ କରିବା ପାଇଁ ବୈଜ୍ଞାନିକ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ବିଶ୍ୱ ତାପନ ଅର୍ଥାତ ଗ୍ଲୋବାଲ ୱାର୍ମିଂ ଭଳି ସମସ୍ୟାର ସମାଧାନ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକ ବିଭିନ୍ନ ଦିଗକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ବୈଜ୍ଞାନିକ ମଧ୍ୟ ସୂର୍ଯ୍ୟଙ୍କ ଠାରୁ ନିର୍ଗତ ହେଉଥିବା ବିକିରଣରୁ ରକ୍ଷା କରିବା ପାଇଁ ମହାକାଶରେ ଏକ ବିଶାଳ ଛତା ସ୍ଥାପନ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି।
 
ଗ୍ଲୋବାଲ ୱାର୍ମିଂ ସମସ୍ୟାର ମୁକାବିଲା ପାଇଁ ଚତୁର କୌଶଳ ଆପଣାଇଲେ ବୈଜ୍ଞାନିକ
ବର୍ତ୍ତମାନ ଆପଣ ଭାବୁଥିବେ କି ଏତେ ବଡ଼ ଆକାରର ଛତା କିପରି ମହାକାଶକୁ ପଠାଯିବ? ମହାକାଶରେ ଯେଉଁ ବିଶାଳକାୟ "ସେନଶେଡ୍" ବିଷୟରେ କୁହାଯାଉଛୁ ତାହା ପୃଥିବୀ-ସୂର୍ଯ୍ୟ ମଧ୍ୟରେ ସ୍ଥାପିତ ହୋଇପାରିବ। ଯାହାକୁ ସୂର୍ଯ୍ୟ ଠାରୁ ଉପଯୁକ୍ତ ଦୂରତାରେ ମହାକାଶରେ ସ୍ଥାପନ କରାଯିବ। ଯାହା ଦ୍ୱାରା ଅନେକାଂଶରେ ସୂର୍ଯ୍ୟଙ୍କ ଠାରୁ ନିର୍ଗତ ହେଉଥିବା ବିକିରଣ ପୃଥିବୀରୁ ପହଞ୍ଚିବାରୁ ରୋକାଯାଇ ପାରିବ।

ସେନଶେଡ୍ ଦ୍ୱାରା ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ହ୍ରାସ ପାଇବ 
ଏହି କୌଶଳ ଆପଣାଇ ବୈଜ୍ଞାନିକ ଆକଳନ କରିଛନ୍ତି ଯେ ଯଦି ସୂର୍ଯ୍ୟଙ୍କ ଠାରୁ ନିର୍ଗତ ହେଉଥିବା ବିକିରଣ ପରିମାଣ ୨% ହ୍ରାସ ପାଇଯାଏ, ତାହେଲେ ପୃଥିବୀ ପୃଷ୍ଠର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ। ଯାହା ଦ୍ୱାରା ପୃଥିବୀ ପୃଷ୍ଠକୁ କିଛି ମାତ୍ରାରେ ଥଣ୍ଡା କରାଯାଇ ପାରିବ। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ସମସ୍ୟା ଗଭୀର ହେଉଥିବା ବେଳେ ଅନ୍ୟ ପଟେ ଏହାର ମୁକାବିଲା ପାଇଁ ସେନଶେଡ୍ ସ୍ଥାପନ କରିବାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଆଗ୍ରହ ବଢୁଛି।

ବୈଜ୍ଞାନିକଙ୍କ ପରାମର୍ଶ
ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସହ ଜଡ଼ିତ ଏକ ଟିମ୍ ସୌର ବିକିରଣକୁ ରୋକିବା ପାଇଁ "ସ୍ପେସ୍ ବବଲସ୍" ଦ୍ୱାରା ନିର୍ମିତ ଢାଲ ବିକଶିତ କରିବାକୁ ଚିନ୍ତା କରୁଛନ୍ତି। ଗତ ବର୍ଷ ହାୱାଇ ବିଶ୍ୱବିଦ୍ୟାଳୟ ଅଧିନସ୍ଛ ଜ୍ୟୋତିର୍ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଇଷ୍ଟଭାନ୍ ସଜାପୁଡି଼ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଯେଉଁଥିରେ "ସେନଶେଡ୍" ଭଳି ଏକ ଉପକରଣକୁ ଏକ କ୍ଷୁଦ୍ର ଗ୍ରହରେ ବାନ୍ଧିବାକୁ ପରାମର୍ଶ ଦିଆଯାଇଥିଲା।

ଆର୍ଜେଣ୍ଟିନା ଆକାରର ହେବ "ସେନଶେଡ୍"
ବର୍ତ୍ତମାନ ଟେକ୍ନିଅନ୍-ଇସ୍ରାଏଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଆଶେର ସ୍ପେସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବୈଜ୍ଞାନିକ ୟୋରାମ ରୋଜେନ ଏବଂ ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛନ୍ତି ଯେ ସୌର ବିକିରଣକୁ ରୋକିବା ପାଇଁ "ସ୍ପେସ୍ ବବଲସ୍" ଦ୍ୱାରା ନିର୍ମିତ "ସେନଶେଡ୍" କାମ କରିବ କି ନାହିଁ ତାହା ଜାଣିବାକୁ ସେମାନେ ଏହାର ଏକ ପ୍ରୋଟୋଟାଇପ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବୈଜ୍ଞାନିକ ୟୋରାମ ରୋଜେନ କହିଛନ୍ତି ଯେ ସୂର୍ଯ୍ୟଙ୍କ ଠାରୁ ନିର୍ଗିତ ହେଉଥିବା ବିକିରଣକୁ ରୋକିବା ପାଇଁ ଏହି "ସେନଶେଡ୍" ଆକାର ପ୍ରାୟ ୧ ମିଲିୟନ ବର୍ଗ ମାଇଲ ଅର୍ଥାତ ୨୫ ଲକ୍ଷ  ୮୯ ହଜାର ୯୮୮.୧୧ ବର୍ଗକିଲୋମିଟର ବିଶିଷ୍ଟ ହେବ। ଯାହା  ଆକାରରେ ଆର୍ଜେଣ୍ଟିନା ଭଳି ଦେଶର ଆୟତନ ସହ ସମାନ ହେବ।

ଅତିକମରେ ୨.୫ ମିଲିୟନ୍ ଟନ୍ ଓଜନ ବିଶିଷ୍ଟ ହୋଇପାରେ "ସେନଶେଡ୍" 
ବୈଜ୍ଞାନିକ ୟୋରାମ ରୋଜେନ କହିଛନ୍ତି ଯେ ଏତେ ବଡ଼ "ସେନଶେଡ୍" ଓଜନ ଅତି କମରେ ୨.୫ ମିଲିୟନ୍ ଟନ୍ ଅର୍ଥାତ ୨୫୦୦୦୦୦୦୦୦ କିଲୋଗ୍ରାମ ବିଶିଷ୍ଟ ହେବ। ଏହାକୁ ମହାକାଶରେ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ହେବ। କାରଣ ଏହାର ହେଉଛି ବହୁତ ଭାରୀ। ଯେଉଁଥିରେ ଛୋଟ ରଙ୍ଗର ଏକ ଶୃଙ୍ଖଳା ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ। ଯାହା ଦ୍ୱାରା ସୂର୍ଯ୍ୟକିରଣ ସମ୍ପୂର୍ଣ୍ଣ ଭାବେ ଅବରୋଧିତ ହେବ ନାହିଁ କିନ୍ତୁ ପୃଥିବୀ ପୃଷ୍ଠରେ ଛିନ୍ନଛତ୍ର ହୋଇଯାଇଥିବା ଛାୟା ଭଳି ଆସିବ।  ତାଙ୍କ ଦଳ ୧୦୦ ବର୍ଗଫୁଟ ଆକାର ବିଶିଷ୍ଟ ପ୍ରୋଟୋଟାଇପ୍ ସେଡ୍ ଡିଜାଇନ୍ କରିବାକୁ ପ୍ରସ୍ତୁତ ହେଉଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ୧୦-୨୦ ମିଲିୟନ୍ ଆମେରିକୀୟ ଡଲାର ଖର୍ଚ୍ଚ ହୋଇପାରେ।