BS Yediyurappa: ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ବରିଷ୍ଠ ବିଜେପି ନେତାଙ୍କ ନାଁରେ ମାମଲା ରୁଜୁ...
Advertisement
Article Detail0/zeeodisha/odisha2157225

BS Yediyurappa: ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ବରିଷ୍ଠ ବିଜେପି ନେତାଙ୍କ ନାଁରେ ମାମଲା ରୁଜୁ...

BS Yediyurappa: ଆସନ୍ନ ୨୦୨୪ ନିର୍ବାଚକୁ ନେଇ ଆଜି ଘୋଷଣା ହୋଇପାରେ ତାରିଖ। ଦେଶରେ ଏବେ ରାଜନୈତିକ ମାହୋଲ ସରଗରମ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ଦଳର ନେତାମାନେ ଭୋଟରଙ୍କୁ ଖୁସି କରିବା ପାଇଁ ନାନାଦି ପ୍ରୟାସ ଚଳାଇଛନ୍ତି। ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଏବେ ହଇଚଇ ସୃଷ୍ଟି କରିଛି।

୮୧ ବର୍ଷ ବୟସ୍କ ୟେଦ୍ୟୁରପ୍ପା ଜଣେ ୧୭ ବର୍ଷର ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନା ଦେଇଥିବା ଅଭିଯୋଗରେ ତାଙ୍କ ନାଁରେ ବେଙ୍ଗାଲୁରୁରେ ଏକ ମାମଲା ରୁଜୁ ହୋଇଛି।ସଦାଶିଭନଗର ପୋଲିସ ଷ୍ଟେସନରେ POCSO ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ତେବେ ପୋଲିସର ସୂଚନା ଅନୁସାରେ ଫେବୃଆରୀ ୨ରେ ପୀଡ଼ିତା ଓ ତାଙ୍କ ମାଆ ଏକ ଠକେଇ ମାମଲାର ଅଭିଯୋଗ ନେଇ ବି.ଏସ୍ ୟେଦ୍ୟୁରପ୍ପାଙ୍କ ପାଖକୁ ଯାଇଥିବା ବେଳେ ଏହି ଘଟଣାଟି ଚାଲିଛି। ତେବେ ପ୍ରଥମିକ ସ୍ତରରେ ଏଫଆଇଆର୍ ରୁଜୁ କରାଯାଇ ଘଟଣାର ତଦନ୍ତ ଚଳାଇଛି ପୋଲିସ।