Humane Sagar Family Dispute: ‘ଅବଢା ଖାଇବାକୁ ଦିଅନ୍ତିନି, ମନ୍ଦିର ଦେଖିଲେ ମୁହଁ ବୁଲେଇ ଦେବାକୁ କୁହନ୍ତି’
Advertisement

Humane Sagar Family Dispute: ‘ଅବଢା ଖାଇବାକୁ ଦିଅନ୍ତିନି, ମନ୍ଦିର ଦେଖିଲେ ମୁହଁ ବୁଲେଇ ଦେବାକୁ କୁହନ୍ତି’

Humane Sagar Family Dispute: ଘରୋଇ ହିଂସାକୁ ନେଇ ବିବାଦରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ମାମଲା ଏବେ କଟକ ମହିଳା ଥାନାରେ ପହଞ୍ଚିଛି । ଆଉ ବିବାଦକୁ ନେଇ ଉଭୟ ପତିପତ୍ନୀ ଗୁରୁବାର ଥାନାରେ ହୋଇଥିଲେ। ଏବଂ ଉଭୟଙ୍କ କାଉନସେଲିଂ ମଧ୍ୟ ହୋଇଥିଲା। ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ଅଭିଯୋଗ ଆଣିଛନ୍ତି ଯେ,ହ୍ୟମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବାକୁ ବାରମ୍ବାର ଚାପ ପକାଉଥିଲେ। ଟିକିଲି ,ସିନ୍ଦୁର ଓ ଅଳତା ଲଗାଇବାକୁ ମଧ୍ୟ ତାଙ୍କୁ ବାରଣ କରୁଥିଲେ ହ୍ୟୁମାନ ଓ ତାଙ୍କ ପରିବାର ଲୋକେ । ଯେତେବେଳେ ସେ କୌଣସି ଶୋ ବା କାର୍ଯ୍ୟକ୍ରମକୁ ଯାଆନ୍ତି ତାଙ୍କ ମଥା ଖାଲି ଥାଏ ।

Humane Sagar Family Dispute: ‘ଅବଢା ଖାଇବାକୁ ଦିଅନ୍ତିନି, ମନ୍ଦିର ଦେଖିଲେ ମୁହଁ ବୁଲେଇ ଦେବାକୁ କୁହନ୍ତି’

Humane Sagar Family Dispute:  ଘରୋଇ ହିଂସାକୁ ନେଇ ବିବାଦରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ମାମଲା ଏବେ କଟକ ମହିଳା ଥାନାରେ ପହଞ୍ଚିଛି । ଆଉ ବିବାଦକୁ ନେଇ ଉଭୟ ପତିପତ୍ନୀ ଗୁରୁବାର ଥାନାରେ ହୋଇଥିଲେ। ଏବଂ ଉଭୟଙ୍କ କାଉନସେଲିଂ ମଧ୍ୟ ହୋଇଥିଲା। ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ଅଭିଯୋଗ ଆଣିଛନ୍ତି ଯେ,ହ୍ୟମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବାକୁ ବାରମ୍ବାର ଚାପ ପକାଉଥିଲେ। ଟିକିଲି ,ସିନ୍ଦୁର ଓ ଅଳତା ଲଗାଇବାକୁ ମଧ୍ୟ ତାଙ୍କୁ ବାରଣ କରୁଥିଲେ ହ୍ୟୁମାନ ଓ ତାଙ୍କ ପରିବାର ଲୋକେ । ଯେତେବେଳେ ସେ କୌଣସି ଶୋ ବା କାର୍ଯ୍ୟକ୍ରମକୁ ଯାଆନ୍ତି ତାଙ୍କ ମଥା ଖାଲି ଥାଏ । ଏପରିକି ଜଗନ୍ନାଥଙ୍କ ମୂର୍ତ୍ତୀକୁ ଏକ ବାକ୍ସରେ ଲୁଚାଇ ସେ ପୂଜା ମଧ୍ୟ କରୁଥିଲେ । କେବେଳ ସେତିକି ନୁହେଁ, ହ୍ୟୁମାନଙ୍କ ନାଁରେ ମଧ୍ୟ ଆଉ ଏକ ସାଘାଂତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ସେ କହିଛନ୍ତି ଯେ, କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ମହାପ୍ରଭୁଙ୍କ ଅବଢା ଖାଇବାକୁ ତାଙ୍କୁ ବାରଣ କରାଯାଉଥିଲା। ମନ୍ଦିର ଦେଖିଲେ ତାଙ୍କୁ ମୁହଁ ବୁଲାଇବାକୁ ମଧ୍ୟ ସ୍ବାମୀ ବାଧ୍ୟ କରୁଥିଲେ।  ଏବଂ ସେଥିପାଇଁ ତାଙ୍କୁ ମାରଧର କରୁଥିଲେ । କେବଳ ସେତିକି ନୁହେଁ, ମଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ତାଙ୍କୁ ପ୍ରବଳ ମାଡ ମାରୁଥିଲେ । 

କେବେଳ ସେତିକି ନୁହେଁ, ନିର୍ଯ୍ୟାତନାର ଅଭିଯୋଗ ପୃଷ୍ଠା ହ୍ୟୁମାନଙ୍କ ନାଁରେ ବଢିଚାଲିଛି । ଝିଅ ଜନ୍ମ ହେବା ପରେ ତାଙ୍କ ଉପରେ ଅତ୍ୟାଚାର ବଢିଯାଇଥିଲା । କୁନି ଝିଅର ମଧ୍ୟ ସେ ଯତ୍ନ ନିଅନ୍ତିନି, ଏଥିସହିତ ହ୍ୟୁମାନଙ୍କ ଏକ୍ସଟ୍ରା ମାରିଟାଲ ଆପେୟାର୍ସ କଥା ମଧ୍ୟ ସାମ୍ନାକୁ ଆସିଛି ।  ବିବାହିତ ହୋଇଥିବା ସତ୍ତ୍ବ ହ୍ୟୁମାନ ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ରଖିଛନ୍ତି । ଅତ୍ୟାଚାର ବଢିବାରୁ ଓ ସେଠାରେ ନିଜକୁ ସୁରକ୍ଷିତ ନ ମଣିବାରୁ ବାଧ୍ୟ ହୋଇ ଘର ଛାଡି ବାପଘରେ ରହୁଛି, ହେଲେ ନିର୍ଯ୍ୟାତନା ଅଥୟ ହେବାରୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ତ ହୋଇଥିଲେ । ସେପଟେ,ହ୍ୟୁମାନ ପତ୍ନୀଙ୍କ ଆଣିଥିବା ଘରୋଇ ହିସାଂ ଅଭିଯୋଗକୁ ଖଣ୍ତନ କରିଛନ୍ତି ହ୍ୟୁମାନ । ଏବଂ  ହ୍ୟୁମାନଙ୍କ ମାଆ ମଧ୍ୟ ନିକଟରେ ଶ୍ରେୟାଙ୍କ ପରିବାର ନାଁରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ଶ୍ରେୟା, ତାଙ୍କ ବାପାମା’, ଭାଇ ଓ ଡ୍ରାଇଭର୍ ମଦ ପିଇବା ସହିତ ହ୍ୟୁମାନଙ୍କୁ ବି ମଦ ପିଆଉଥିଲେ। ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି। ୨୦୧୫ରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ର ବିବାହ କରିଥିଲେ । 

Also Read: KL Rahul Athiya Shetty Wedding: ଜାଣନ୍ତୁ କେଉଁଠି ଆଥିୟା ରାହୁଲଙ୍କ Wedding Destination, ଓ୍ବେଡିଂରେ ଏହି ଖାସ୍ ଅତିଥି ହେବେ ସାମିଲ

ଜଣାଶୁଣା ଲୋକପ୍ରିୟ ଗାୟକ ହ୍ୟମାନ ସାଗର । ଓଡିଆ ଚଳଚ୍ଚିତ୍ର ସହ ଏକାଧିକ ଆଲବମ ପାଇଁ ମଧ୍ୟ ସେ ଗୀତଗାଇ ନାଁ କମାଇଛନ୍ତି । ନିକଟରେ ‘ଝିଅ ନୁହେଁ ତୁ କୋରୋନା ଭାଇରସ୍‌’ ଗୀତକୁ ଗାଇ ଟ୍ରୋଲ ହୋଇଥିଲେ କଣ୍ଠଶିଳ୍ପୀ। ଏହି ଗୀତରେ କୋରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି।  ଏ ଗୀତକୁ ନେଇ ଅନେକ ବୁଦ୍ଧିଜୀବୀ ଓ ସୋସିଆଲ ମିଡିଆ ୟୁଜର୍ସ କଡ଼ା ଭାଷାରେ ସମାଲୋଚନା  ମଧ୍ୟ କରିଥିଲେ ।