Success Tips: ମାତ୍ର ଗୋଟିଏ ଦିନର ଦରମା ୭୩ ଲକ୍ଷ, ଜାଣନ୍ତୁ କଣ କରନ୍ତି ଏହି ବ୍ୟକ୍ତି
Advertisement
Article Detail0/zeeodisha/odisha1827762

Success Tips: ମାତ୍ର ଗୋଟିଏ ଦିନର ଦରମା ୭୩ ଲକ୍ଷ, ଜାଣନ୍ତୁ କଣ କରନ୍ତି ଏହି ବ୍ୟକ୍ତି

Success Tips: ଦିନକୁ ୧ ଦରମା ହଜାର ନୁହେଁ ୧୦ ହଜାର ନୁହେଁ, ଏହି ସିଇଓ ଦିନକୁ ଦରମା ପାଉଛନ୍ତି ୭୩ ଲକ୍ଷ ଟଙ୍କା । ପଢ଼ନ୍ତୁ ପୂରା ଖବର ।

Success Tips: ମାତ୍ର ଗୋଟିଏ ଦିନର ଦରମା ୭୩ ଲକ୍ଷ, ଜାଣନ୍ତୁ କଣ କରନ୍ତି ଏହି ବ୍ୟକ୍ତି

Success Tips: ଉଚ୍ଚ ଦରମା ପାଇଁ ଆଇଟି ସେକ୍ଟରରେ ଚାକିରି କରିବା ପାଇଁ ଅନେକ ବ୍ୟକ୍ତି ପସନ୍ଦ କରିଥାନ୍ତି । କାରଣ ଆଇଟି ସେକ୍ଟର (IT Sector) ବର୍ତ୍ତମାନ ଉଚ୍ଚ ଦରମାର ସୁଯୋଗ ସୃଷ୍ଟି କରିଛି । ଦେଶ ବିଦେଶର ବଡ଼ ବଡ଼ ବୈଷୟିକ କମ୍ପାନୀ (Professional company) ଗୁଡିକ ପ୍ରତି ବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କା ପ୍ୟାକେଜରେ ଲକ୍ଷ ଲକ୍ଷ ଛାତ୍ରଙ୍କୁ ନିଯୁକ୍ତି କରନ୍ତି । ବଡ଼ ଆଇଟି କମ୍ପାନୀ ଗୁଡିକରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର ମାନଙ୍କର ବାର୍ଷିତ ଦରମା କୋଟି କୋଟି ଟଙ୍କାରେ ହିସାବ କରାଯାଏ । ମାଇକ୍ରୋସଫ୍ଟ (Microsoft), ଗୁଗୁଲ୍, ସମେତ ଅନେକ ଟେକ୍ କମ୍ପାନୀ ଗୁଡିକରେ ଭାରତରେ କାର୍ଯ୍ୟରତ ଇଞ୍ଜିନିୟର ଓ ସିଇଓମାନେ କୋଟି କୋଟି ଟଙ୍କା ବେତନ ପାଇଛନ୍ତି। ବର୍ତ୍ତମାନ ଆପଣଙ୍କୁ ସେମିତି ଏକ ଟେକ୍ କମ୍ପାନୀର ସିଇଓଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ତାଙ୍କର ଦରମା ଗୋଟିଏ ଦିନକୁ ୭୨ ଲକ୍ଷ ଟଙ୍କା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅନିରୁଦ୍ଧ ଦେବଗନ ଜଣେ ପ୍ରତିଷ୍ଠିତ କମ୍ପ୍ୟୁଟର ବୈଜ୍ଞାନିକ (Computer Scientist) ସେ ଆଇଆଇଟି ଦିଲ୍ଲୀର ଛାତ୍ର ଥିଲେ । ଅନିରୁଦ୍ଧ ଦେବଗନ ସଫ୍ଟୱେୟାର୍ ଜଏଣ୍ଟ୍ କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମର ସିଇଓ, ଯାହାର ବଜାର କ୍ୟାପ୍ ରହିଛି ୫,୧୭,୦୦୦ କୋଟିରୁ ଅଧିକ । ଅନିରୁଦ୍ଧ ପିଲା ଦିନରୁ ଖୁବ ମେଧାବୀ ଛାତ୍ର ଥିଲେ । ସେ ଏକ ଭଲ ଶିକ୍ଷଣୀୟ ପରିବେଶରେ ବଢିଥିଲେ । ଅନିରୁଦ୍ଧଙ୍କର ମଧ୍ୟ ଜଣେ ପ୍ରଫେସର ଥିବା କାରଣରୁ ନିଜ ପୁଅକୁ ସେ ସବୁବେଳେ ଉପଯୁକ୍ତ ମାର୍ଗ ବତାଉଥିଲେ । ଅନୁରୁଦ୍ଧ ଦେବଗନ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ (ଡିପିଏସ୍) ରୁ ପାଠ ପଢିଥିଲେ ଏବଂ ପରେ ଆଇଆଇଟି ଦିଲ୍ଲୀରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ।

ପରବର୍ତ୍ତି ସମୟରେ ଅନିରୁଦ୍ଧ ଦେବଗନ ଭାରତ ଛାଡି ଆମେରିକା ଯାଇଥିଲେ । ସେଠାରେ ସେ କାର୍ନେଜି ମେଲନ୍ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍ ଏବଂ କମ୍ପ୍ୟୁଟର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ଏବଂ ପିଏଚଡି ହାସଲ କରିଥିଲେ। ଅନିରୁଦ୍ଧ ଦେବଗନ ପ୍ରସିଦ୍ଧ ଆଇଟି କମ୍ପାନୀ ଆଇବିଏମରେ ନିଜର ପ୍ରଥମ କ୍ୟାରିଅର୍ ଆରମ୍ଭ କରିଥିଲେ । ଆଇବିଏମରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ପରେ ଅନିରୁଦ୍ଧ ଦେବଗନ୍ ମ୍ୟାଗମା ଡିଜାଇନ୍ ଅଟୋମେସନରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ସଫଳତା ପରେ ସଫଳତା ପାଇ ଚାଲିଥିଲେ ।

ଅନିରୁଦ୍ଧ ଦେବଗନଙ୍କ କ୍ୟାରିଅର ଆଉ ଗୋଟିଏ ପାଦ ଆଗକୁ ବଢିଥିଲା ଯେତେବେଳେ ସେ ୨୦୧୭ ମସିହାରେ କ୍ୟାଡେନ୍ସରେ ଯୋଗ ଦେଇଥିଲେ ।  ଡିସେମ୍ବର ୨୦୨୧ରେ ସେ ନିର୍ଦ୍ଦେଶକ ବୋର୍ଡରେ ସାମିଲ୍ ହୋଇଥିଲେ । ଅନିରୁଦ୍ଧଙ୍କୁ କମ୍ପାନୀ ପକ୍ଷରୁ ସିଇଓ ପଦ ମିଳିଥିଲା । ଏହା ସହିତ ଅନିରୁଦ୍ଧ ସିଲିକନ୍ ଭ୍ୟାଲି ଭିତ୍ତିକ ଟପ୍ ଟେକ୍ ସିଇଓ ସତ୍ୟ ନାଡେଲା, ସୁନ୍ଦର ପିଚାଇ, ଜୟଶ୍ରୀ ଉଲାଲଙ୍କ ସମେତ ଆହୁରୀ ଅନେକ ଭେଟେରାନମାନଙ୍କ ସିଇଓଙ୍କ ସହ ଯୋଗ ଦେଇ ନିଜର କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିଥିଲେ । ଆମେରିକୀୟ ଟେକ୍ ଜଏଣ୍ଟର କମ୍ପାନୀରେ ଭାରତୀୟ ସିଇଓ ଭାବରେ ଆଇବିଏମର ଅରବିନ୍ଦ କୃଷ୍ଣ ଅଛନ୍ତି ।

ଅନିରୁଦ୍ଧ ଦେବଗନ ସିଇଓ ହେବା ପରେ ତାଙ୍କୁ ବେସ୍ ବେତନର ୧୨୫% ଟାର୍ଗେଟ୍ ବୋନସ୍ ମିଳିଥିଲା । କେବଳ ସେତିକି ନୁହେଁ ଏହା ସହିତ ୭୨୫,୦୦୦ ଡଲାର୍ ବେସ୍ ମଧ୍ୟ ପ୍ରଦାନ କରାଯାଇଥିଲା । ତାଙ୍କୁ ୧୫ ମିଲିୟନ୍ ଡଲାରର ସମାନ ମୂଲ୍ୟ ସହିତ ଏକ ପଦୋନ୍ନତି ଅନୁଦାନ ଷ୍ଟକ୍ ବିକଳ୍ପ ମଧ୍ୟ ପ୍ରଦାନ କରାଯାଇଥିଲା । ଅନିରୁଦ୍ଧ ଦେବଗନ ୨୦୨୧ ମସିହାରେ ସମ୍ମାନଜନକ ଫିଲ୍ କୋଫାମାନ୍ ପୁରସ୍କାର ଲାଭ କରିଥିଲେ । ପୁରସ୍କାର ଜିତିବା ପରେ ଅନେକ ବଡ଼ ବଡ଼ କମ୍ପାନୀର ସିଇଓମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Also Read- Banana price: ଟମାଟୋ ପରେ ବଢିଲା କଦଳୀ , ୧୦୦ ଅତିକ୍ରମ କଲା ଦର