Kali Puja: ଏଠାରେ ୧୫୦୦ ଖ୍ରୀଷ୍ଟାବ୍ଦରୁ ପୂଜା ପାଇ ଆସୁଛନ୍ତି ମା' କାଳୀ, ଏହି ରୂପରେ ପାଇଥାନ୍ତି ପୂଜା
Advertisement

Kali Puja: ଏଠାରେ ୧୫୦୦ ଖ୍ରୀଷ୍ଟାବ୍ଦରୁ ପୂଜା ପାଇ ଆସୁଛନ୍ତି ମା' କାଳୀ, ଏହି ରୂପରେ ପାଇଥାନ୍ତି ପୂଜା

କଟକ ବିଦ୍ୟାଧରପୁର ନିଆରା କାଳୀପୂଜା ୧୫୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଆସିଛି। ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ କଟକ ଆଗମନ ସମୟରେ ମା'ଙ୍କ ପୂଜକ ବିଶେଶ୍ୱର ଚାଟାର୍ଜୀ ତାଙ୍କ ସହ ବିଦ୍ୟାଧରପୁର କୁ ଆସିଥିଲେ। 

ପ୍ରତିକାତ୍ମକ ଫଟୋ

Kali Puja: କଟକ(ଜଗନ୍ନାଥ ମହାନ୍ତି): କଟକ କାଳୀପୂଜା ସରିବା ପରେ ଏବେ ଜମୁଛି ବିଦ୍ୟାଧରପୁର ର କାଳୀପୂଜା। ମା କାଳୀଙ୍କ ତିନୋଟି ମୂର୍ତ୍ତି ସହ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଚୈତନ୍ୟ, କାର୍ତ୍ତିକେଶ୍ୱର, ଶିବ ପାର୍ବତୀ ଓ କାଳିଆ ଦଳନ। ମୋଟ ୨୮ ଟି ପୂଜା ମଣ୍ଡପରେ ମୂର୍ତ୍ତି ପୂଜା ସହ ଲାଇଟ୍ ଡେକରେଶନ ଓ ସାଜସଜ୍ଜା ଚମକୁଚି ସାରା ଅଞ୍ଚଳ ।

କଟକ ବିଦ୍ୟାଧରପୁର ନିଆରା କାଳୀପୂଜା ୧୫୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଆସିଛି। ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ କଟକ ଆଗମନ ସମୟରେ ମା'ଙ୍କ ପୂଜକ ବିଶେଶ୍ୱର ଚାଟାର୍ଜୀ ତାଙ୍କ ସହ ବିଦ୍ୟାଧରପୁର କୁ ଆସିଥିଲେ। ସେ ସାଥୀରେ ଆଣିଥିବା ମା'ଙ୍କ ଖଡଗ, ମୂର୍ତ୍ତି ଓ ଘଟକୁ ବିଦ୍ୟାଧରପୁର କାଳୀ ମନ୍ଦିର ନିକଟସ୍ଥ ଏକ ଗଛ ମୂଳରେ ଦୂର୍ଗତୀୟ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର ମୂଳଦୁଆ ପକାଇଥିଲେ। ସମୟ କ୍ରମେ ତାହା ଚାଳଘରେ ବଡ଼ କାଳୀ ରୂପେ ପରିଚିତ ହୋଇଥିଲା। ସ୍ବର୍ଗତ ଚାଟାର୍ଜୀଙ୍କ ପୁଅ ଓ ନାତି ମଧ୍ୟରେ ମତଭେଦ ହେବାରୁ ୧୮୦୦ ଖ୍ରୀଷ୍ଟାବ୍ଦରେ ସାନ କାଳୀ ପୂଜା ଆରମ୍ଭ ହୋଇଥିଲା। 

ପରେ ୧୯୯୮ରେ କୋଠା ଘରେ ମୂର୍ତ୍ତି ପୁଜା ପାଉଛନ୍ତି। ପୂର୍ବରୁ ଏଠାରେ ଛାଗ ବଳି ବା ବୋଦା ବଳି ଦିଆଯାଉଥିଲା ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ବଳି ପ୍ରଥାକୁ ବନ୍ଦ କରାଯାଇଛି। ଦୀର୍ଘ ୧୮ ବର୍ଷ ଧରି ବଳି ପ୍ରଥା ବନ୍ଦ ପରଠାରୁ ମାନସିକଧାରୀମାନେ ମା'ଙ୍କ ନିକଟରେ ବୋଦାକୁ କେବଳ ଉତ୍ସର୍ଗ କରି ଛାଡ଼ି ଦଉଛନ୍ତି। ବର୍ତ୍ତମାନ ମନ୍ଦିରରେ କୁଷ୍ମାଣ୍ଡ ବା ପାଣିକଖାରୁ ବଳି ଦିଆଯାଉଛି। ପ୍ରତି ପୀଠମାନଙ୍କରେ ଗୋଟିଏ ଦିନ ମା'ଙ୍କୁ ଆବାହନ କରାଯାଇ ବିସର୍ଜନ କରାଯାଏ। ଏଠାକାର ପୂଜା ବିଧି ସମ୍ପୂର୍ଣ୍ଣ ଅଲଗା ମା'ଙ୍କ ନିକଟରେ ଅଧିଆ ପଡ଼ି ଏଠାରେ ୪ ଦିନ ଧରି ପୂଜା କରିବା ଲାଗି ବିଧି କେଉଁ କାଳରୁ ରହିଆସିଛି। 

ଷୋଡ଼ଶ ଉପଚାର ମା'ଙ୍କୁ ପୂଜା କରାଯାଇଥାଏ। ପୂଜାର ଚତୁର୍ଥ ଦିନ ଅପରାଜିତା ଲାଗି ହୋଇ ବିସର୍ଜନ କରାଯାଏ ଏବଂ ଦହିପଖାଳ କରାଯାଇ ଭକ୍ତମାନଙ୍କୁ ବଣ୍ଟାଯାଇଥାଏ। ମାଆଙ୍କୁ ବିସର୍ଜନ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ କାନ୍ଧରେ କନ୍ଧେଇ ନେଇ ବିସର୍ଜନ କରିବାକୁ ନେଇଥାନ୍ତି। ବିଶ୍ୱାସ ରହିଛି ମା'ଙ୍କର ଖପର ପାଣି ପିଇବା ଦ୍ଵାରା ଝାଡ଼ା ଓ ବାନ୍ତି ରୋଗ ରୁ ମୁକ୍ତି ମିଳିଥାଏ। ଯେଉଁ ମାନଙ୍କ ସନ୍ତାନ ହୁଏନାହିଁ ସେମାନେ ନିଷ୍ଠାର ସହ ବ୍ରତ କରିବା ସହିତ ଡେଉଁରିଆ ପିନ୍ଧିଲେ ସନ୍ତାନ ଲାଭ ହୋଇଥାଏ। 

ପୂଜା ପାଉଥିବା ବଡ଼ କାଳୀ ଓ ସାନ କାଳୀଙ୍କ ଧଣ୍ଡା ପାଇବା ଦ୍ଵାରା ଅସାଧ୍ୟ ରୋଗ ଉପଶମ ହେବାର ପ୍ରମାଣ ରହିଛି। ଏଠାକୁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଆସିଥାନ୍ତି। କଟକ ପୂର୍ବାଞ୍ଚଳର ଏହା ଏକ ପ୍ରସିଦ୍ଧ କାଳୀ ପୂଜା କଟକ ସହରରେ ଶାରଦୀୟ ଦୁର୍ଗା ପୂଜା ଯେଉଁ ଭଳି ଧୁମଧାମରେ ପାଳନ କରାଯାଇଥାଏ। ସେହିଭଳି ବିଦ୍ୟାଧରପୁର ଅଞ୍ଚଳର କାଳୀ ପୂଜାକୁ ଧୁମଧାମରେ ପାଳନ କରାଯାଇଥାଏ। 

କାଳୀପୂଜା ଅବସର ରେ ବିଦ୍ୟାଧରପୁର ଅଞ୍ଚଳ ରେ ବିଭିନ୍ନ ସାହି ର ୨୮ଟି ମଣ୍ଡପ ରେ ଭିନ୍ନ ଭିନ୍ନ ଦେବା ଦେବୀ ପୂଜା ପାଇଥାନ୍ତି। ଏହି ପୂଜା ଦେଖିବା ପାଇଁ କଟକ ସହର ତଥା ବାହାରୁ ମଧ୍ୟ ଅନେକ ଲୋକ ଆସି ପହଞ୍ଚି ସମଗ୍ର ଅଞ୍ଚଳରେ ବୁଲି ପ୍ରଭୁଙ୍କ ଦର୍ଶନ ସହ ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ର ମଜା ନେଇ ଥାଆନ୍ତି। ଅଁଳାନବମୀ ଦିନ ମେଢ଼ ଗୁଡିକ ନିଜ ଆସ୍ଥାନ ଛାଡ଼ି ମେଲଣ ପଡ଼ିଆରେ ପହଞ୍ଚି ଥାନ୍ତି। ଦଶମୀ ଦିନ ୨ କାଳୀଙ୍କ ର ବିସର୍ଜନ ହେବା ପରେ ୨୮ ଗୋଟି ମେଢ଼ ଶୋଭା ଯାତ୍ରା ରେ ଯାଇ ପ୍ରଶାସନ ଦ୍ଵାରା ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀ ରେ ବିସର୍ଜନ ହୋଇଥାନ୍ତି।