Toll Plaza India: ଟୋଲ ପ୍ଲାଜା ସମ୍ପର୍କରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
Advertisement
Article Detail0/zeeodisha/odisha2100839

Toll Plaza India: ଟୋଲ ପ୍ଲାଜା ସମ୍ପର୍କରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

 Toll Plaza will remove near urban area: କେନ୍ଦ୍ର ସରକାର ଦେଶରେ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ ଆରମ୍ଭ କରିବାକୁ ୟାଉଛନ୍ତି। ଭବିଷ୍ୟତରେ ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ଦ୍ୱାରା ଟୋଲ୍ ପ୍ଲାଜା ବଦଳାଯିବ। 

Toll Plaza India: ଟୋଲ ପ୍ଲାଜା ସମ୍ପର୍କରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

Union Minister Nitin Gadkari on Toll Plaza: ଦେଶର ପ୍ରମୁଖ ରାଜପଥରେ ଅବସ୍ଥିତ ରହିଥିବା ଟୋଲ୍ ପ୍ଲାଜା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସମ୍ପର୍କରେ ରାଜ୍ୟସଭାରେ ମତ ରଖି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସ୍ଥାନୀୟ ତଥା କାର୍ଯ୍ୟରତ ଲୋକଙ୍କୁ ଧ୍ୟାନରେ ରଖି ସହର ଏବଂ ଶିଳ୍ପାଞ୍ଚଳରେ ୬-୭ କିମି ଭିତରେ ଟୋଲ ପ୍ଲାଜା ନିର୍ମାଣରୁ ଦୂରେଇ ରହିବେ। କେନ୍ଦ୍ର ସରକାର ଏମସିସି ଲାଗୁ କରିବା ପୂର୍ବରୁ ରାଜପଥରେ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ବିଶାଖାପାଟନମ ଠାରେ ଟୋଲ ପ୍ଲାଜା କାରଣରୁ ସ୍ଥାନୀୟ ଲୋକ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ସେ ବିଜେପି ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ସେ କେତେକ ସ୍ଥାନରେ ଏଭଳି ସମସ୍ୟା ରହିଥିବା ନେଇ ଅବଗତ ଅଛନ୍ତି।

ସ୍ଥାନୀୟ ଲୋକଙ୍କୁ ଟୋଲ ଦେବାରୁ ମିଳୁ ଆଶ୍ୱସ୍ତି
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ସମୟରେ ସହରାଞ୍ଚଳ ନିକଟରେ ଟୋଲ ବୁଥ (Toll Booths at Urban Areas) ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା। ପରେ ଟୋଲ ସଂଗ୍ରହ (Toll Collection) କାର୍ଯ୍ୟ ବ୍ୟକ୍ତିଗତ ସଂସ୍ଥାକୁ ଦିଆଯାଇଥିଲା। ଯଦି ବର୍ତ୍ତମାନ ସେହି ଟୋଲ ବୁଥ ହଟାଇ ଦିଆଯାଏ (Removal of Toll Booths in India) ତାହେଲେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେହି ସଂସ୍ଥା ଦାବି ଉପସ୍ଥାପନ କରିବେ। ଆଉ ସରକାରଙ୍କୁ କ୍ଷତିପୂରଣ ଦେବାକୁ ହେବ। ଏହି କାରଣରୁ କିଛି କିଲୋମିଟର କାମ କରିବାକୁ ଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ ଟୋଲ୍ ଦେବାକୁ ପଡୁଛି। ସହରାଞ୍ଚଳରେ ଯେପରି ୬-୭ କିଲୋମିଟର ମଧ୍ୟରେ ଟୋଲ୍ ପ୍ଲାଜା (Toll Plaza Near Urban Areas) ରହିବ ନାହିଁ ପାଇଁ ସେ ଦିଗରେ ଆମେ କାର୍ଯ୍ୟ କରୁଛୁ। ଯାହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ଟୋଲ୍ ଦେବାକୁ ହେବ ନାହିଁ।

ଧିରେ ଧିରେ ସମଗ୍ର ଦେଶରୁ ହଟିବ ଟୋଲ୍ ବୁଥ୍ 
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ (Union Minister Nitin Gadkari) କହିଥିଲେ ଯେ କେନ୍ଦ୍ର ସରକାର ଧିରେ ଧିରେ ସାରା ଦେଶରେ ଟୋଲ ବୁଥ ହଟାଇଦେବେ। ଭବିଷ୍ୟତରେ ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା (GPS Based Toll Collection System) ଦ୍ୱାରା ଟୋଲ୍ ପ୍ଲାଜା ବଦଳାଯିବ। ନୂତନ ବ୍ୟବସ୍ଥା ଅଧିନରେ ଗାଡିରେ ଜିପିଏସ୍ ଟ୍ରାକର ଲଗାଯିବ (GPS Tracker Installation in Vehicle)। ଯେତେବେଳେ କୌଣସି ଗାଡ଼ି ଟୋଲ୍ ରହିଥିବା ରାସ୍ତାରେ (Toll Plaza on Highway in India) ଯାତ୍ରା କରେ, ଏହାର ଯାତ୍ରା ଦୂରତା ଜିପିଏସ୍ ଟ୍ରାକର୍ ମାଧ୍ୟମରେ ରେକର୍ଡ (GPS Tracker Distance Recorder) ହେବ। ଭ୍ରମଣ ହୋଇଥିବା ଦୂରତା ଉପରେ ଆଧାର କରି ଟୋଲ୍ ଗଣନା କରାଯିବ ଏବଂ ଗାଡି ମାଲିକଙ୍କ ବ୍ୟାଙ୍କ ଖାତାରୁ ଟୋଲ ଦେୟ ପରିମାଣର ଟଙ୍କା ସ୍ୱୟଂଚାଳିତ ଭାବରେ କଟାଯିବ।

ନୂତନ ବ୍ୟବସ୍ଥା ଆରମ୍ଭ ହେବା ମାତ୍ରେ ଡ୍ରାଇଭର ଅନେକ ଉପାୟରେ ଉପକୃତ ହେବେ। ଯାହା ଆଗାମୀ ସମୟରେ ଟୋଲ ବୁଥ ଠାରେ ଟ୍ରାଫିକ ଜାମ (Traffic Jam Problem in Toll Plaza) ଭଳି ସମସ୍ୟାରୁ ମୁକ୍ତି ଦେବ। ଟୋଲ ଛାଡକୁ ମଧ୍ୟ ବନ୍ଦ କରାଯିବ। ଏହି ନୂତନ ବ୍ୟବସ୍ଥା ଚଳିତ ବର୍ଷରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୧୦୦୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।