Tomato Price Hike: ଦେଶର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେତୁ ପନିପରିବା ଯୋଗାଣ ଅନେକାଂଶରେ ପ୍ରଭାବିତ ହୋଇଛି। ପନିପରିବା ମୂଲ୍ୟ ଏବେ ଆକାଶ ଛୁଆଁ ହୋଇଥିବାର ଦେଖିବାକୁ ମିଳୁଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର କେତେକ ସ୍ଥାନରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨୦୦ ଟଙ୍କାରେ ପହଞ୍ଚିଛି। ଟମାଟୋ ମୂଲ୍ୟ ବୃଦ୍ଧି ଉପରେ ପ୍ରତିକ୍ରିୟା ରଖିଛନ୍ତି ପରିବା ବ୍ୟବସାୟୀ। ଏନେଇ ବ୍ୟବସାୟୀଙ୍କ କହିବା କଥା ଯେ ଯେଉଁଠାରେ ଟମାଟୋ ଚାଷ କରାଯାଏ ସେଠାରେ ପ୍ରବଳ ବର୍ଷା ହେତୁ ଫସଲ ନଷ୍ଟ ହୋଇଯାଇଛି। ଭୂମି ତଳେ ବଢୁଥିବା ପିଆଜ ଏବଂ ଅଦା ଭଳି ଫସଲ ମଧ୍ୟ ଖରାପ ପାଗ ଦ୍ୱାରା ପ୍ରଭାବିତ ହୋଇଛି।


COMMERCIAL BREAK
SCROLL TO CONTINUE READING

କିଲୋଗ୍ରାମ ପିଛା ୨୦୦ ଟଙ୍କା ବିକ୍ରି ହେଉଛି ଟମାଟୋ
ବିଗତ କିଛି ଦିନ ହେବ ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଦେଶର ଅନେକ ଭାଗରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଫସଲ ନଷ୍ଟ ହୋଇଥିବାର ଆଶଙ୍କା କରାଯାଉଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଟମାଟୋ ଭଳି ପରିବାର ସର୍ବ ଭାରତୀୟ ହାରାହାରି ଖୁଚୁରା ମୂଲ୍ୟ (All India Average Retail Price) କିଲୋଗ୍ରାମ ପିଛା ୧୦୪.୩୮ ଟଙ୍କା ରହିଥିଲା। ଏହାର ସର୍ବାଧିକ ମୂଲ୍ୟ ରାଜସ୍ଥାନର ସୱାଇ ମାଧୋପୁରରେ କିଲୋଗ୍ରାମ ପିଛା ୨୦୦ ଟଙ୍କା ଥିଲା। ସେହିପରି ଚୁରୁରେ ସର୍ବନିମ୍ନ ମୂଲ୍ୟ କିଲୋଗ୍ରାମ ପିଛା ୩୧ ଟଙ୍କା ଥିଲା।


Also Read: Tomato Price: ରୋଷେଇ ଘରର ବଜେଟ୍ ବିଗାଡ଼ିଦେଲା ଟମାଟୋ ମୂଲ୍ୟ, ଲୋକେ ଆପଣାଇଲେ ଚମତ୍କାରୀ କୌଶଳ


ପ୍ରବଳ ବର୍ଷା କାରଣରୁ ପ୍ରଭାବିତ ହୋଇଛି ଟମାଟୋ ଯୋଗାଣ
ଏହି ଆକଳନରୁ ଜଣାପଡୁଛି ଯେ ଦେଶର ପ୍ରମୁଖ ମହାନଗରରେ ଟମାଟୋ ଖୁଚୁରା ମୂଲ୍ୟ (Tomato Retail Price) କୋଲକାତା ଠାରେ ସର୍ବାଧିକ ରହିଛି। ଏହି ସହରରେ ଟମାଟୋ ମୂଲ୍ୟ କିଲୋଗ୍ରାମ (Tomato Price per KG) ପିଛା ୧୪୯ ଟଙ୍କା ରହିଥିଲା। ଏହା ପରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ମୁମ୍ବାଇ ଠାରେ ୧୩୫, ଚେନ୍ନାଇ ଠାରେ ୧୨୩ ଏବଂ ଦିଲ୍ଲୀ ଠାରେ ୧୦୦ ଟଙ୍କାରେ ବିକ୍ରି ହୋଇଥିଲା। ଟମାଟୋ ସମେତ ଅନ୍ୟାନ୍ୟ ପନିପରିବାର ଖୁଚୁରା ମୂଲ୍ୟ ସେମାନଙ୍କ ଗୁଣ ଏବଂ କେଉଁଠାରେ ବିକ୍ରି ହେଉଛି ତାହା ଉପରେ ନିର୍ଭର କରିଥାଏ। ଦିଲ୍ଲୀ ସ୍ଥିତ ଆଜାଦପୁର ଟମାଟୋ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ବିଗତ ୨ ଦିନ ମଧ୍ୟରେ ପ୍ରବଳ ବର୍ଷା ହେତୁ ଦିଲ୍ଲୀରେ ଟମାଟୋ ଯୋଗାଣ ଆହୁରି ବ୍ୟାହତ ହୋଇଛି। ଯଦି ଏହା ଏପରି ଅବସ୍ଥା ଲାଗି ରହେ, ତାହେଲେ ଟମାଟୋ ମୂଲ୍ୟ (Tomato Price) ଶୀଘ୍ର ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ।


ଟମାଟୋ ହୋଲସେଲ ମୂଲ୍ୟ କିଲୋଗ୍ରାମ ପିଛା ମୂଲ୍ୟ ୧୬୦ ଟଙ୍କାରେ ପହଞ୍ଚିଛି
ସୋମବାର ଆଜାଦପୁର ଠାରେ ଟମାଟୋ ହୋଲସେଲ ମୂଲ୍ୟ ୧୦୦-୧୬୦ ଟଙ୍କା ରହିଥିଲା। ଟମାଟୋ ଆସୋସିଏସନ କହିବା କଥା ଯେ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ଠାରୁ ଆସୁଥିବା ଟମାଟୋ ବର୍ତ୍ତମାନର ଚାହିଦା ପୂରଣ ହେଉଛି। ପ୍ରତିବର୍ଷ ମୌସୁମୀ ସମୟରେ ଅଧିକାଂଶ ପନିପରିବାର ମୂଲ୍ୟ ବଢିଯାଏ। କାରଣ ବର୍ଷା ହେତୁ କିଛି ଫସଲ ନଷ୍ଟ ହୋଇଯାଏ। ପଶ୍ଚିମ ବିହାରର ଜଣେ ଖୁଚୁରା ପନିପରିବା ବିକ୍ରେତା କହିଛନ୍ତି ଯେ, ମୁଁ ଆଜାଦପୁର ହୋଲସେଲ ବଜାରରେ କିଲୋଗ୍ରାମ ପିଛା ୧୬୦ ଟଙ୍କାରେ ଟମାଟୋ କିଣିଥିଲି। ଏହାକୁ କିଲୋଗ୍ରାମ ପିଛା ୧୭୦ ଟଙ୍କାରେ ବିକ୍ରି କରିଥିଲି। କିଛି ବିକ୍ରେତା ଦିଲ୍ଲୀରେ କିଲୋଗ୍ରାମ ପିଛା ୨୦୦ ଟଙ୍କାରେ ଟମାଟୋ ବିକ୍ରି କରୁଛନ୍ତି।


Also Read: Tomato Hackathon: ଟମାଟୋ ଦାମ୍ କମ୍ କରିପାରିବେ ସାଧାରଣ ଜନତା, ସରକାର ମାଗୁଛନ୍ତି ଆଇଡିଆ


କେବଳ ଟମାଟୋ ନୁହେଁ ବଢିଛି ଅନ୍ୟ ପନିପରିବା ମୂଲ୍ୟ
ବିନ୍ସ, ଫୁଲକୋବି, ବନ୍ଧା କୋବି ଏବଂ ଅଦା ଭଳି ଅନ୍ୟ ପନିପରିବା ବ୍ୟତୀତ ପିଆଜ ଏବଂ ଆଳୁ ଖୁଚୁରା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଅଧିକାଂଶ ପନିପରିବାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୬୦ ଟଙ୍କାରୁ ଅଧିକ ରହିଛି।  ଉଦାହରଣ ସ୍ୱରୂପ, ଭେଣ୍ଡିର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୮୦ ଟଙ୍କା ରହିଛି। ସେହିପରି କଲରା ଏବଂ କାକୁଡି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୬୦ ଟଙ୍କା ରହିଛି। ସେହିପରି ଫୁଲକୋବି କିଲୋଗ୍ରାମ ପିଛା ୧୮୦ ମୂଲ୍ୟରେ ବିକ୍ରି ହେଉଛି। ବିଗତ ସପ୍ତାହରେ ଅଦା ମୂଲ୍ୟ କିଲୋଗ୍ରାମ ପିଛା ୨୪୦ ଟଙ୍କାରୁ ବଢି ୩୦୦ ଟଙ୍କା ହୋଇଛି।