Tomato Stolen News: ପରିବା ବିକ୍ରେତାଙ୍କୁ ମାଡ଼ ମାରି ଲୁଟିନେଲେ ଟମାଟୋ, ମୁଖ୍ୟ ଅଭିଯୁକ୍ତ ଗିରଫ
Advertisement
Article Detail0/zeeodisha/odisha1772588

Tomato Stolen News: ପରିବା ବିକ୍ରେତାଙ୍କୁ ମାଡ଼ ମାରି ଲୁଟିନେଲେ ଟମାଟୋ, ମୁଖ୍ୟ ଅଭିଯୁକ୍ତ ଗିରଫ

Prayagraj Tomato Loot: ମହିଳା ପରିବା ବିକ୍ରେତାଙ୍କୁ ମାଡ଼ ମାରି ଟମାଟୋ ଲୁଟି ନେବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ଦୁଇ ତିନି ଦିନ ପୂର୍ବେ ଘଟିଥିବାର କୁହାଯାଉଛି।

Tomato Stolen News: ପରିବା ବିକ୍ରେତାଙ୍କୁ ମାଡ଼ ମାରି ଲୁଟିନେଲେ ଟମାଟୋ, ମୁଖ୍ୟ ଅଭିଯୁକ୍ତ ଗିରଫ

Prayagraj Tomato Stolen: ଦିନକୁ ଦିନ ଦେଶରେ ବଢିଚାଲିଛି ଟମାଟୋ ମୂଲ୍ୟ। ସ୍ଥିତି ଏପରି ହୋଇଛି ଯେ ବଢି ଚାଲିଥିବା ଟମାଟୋ ମୂଲ୍ୟ ଏବେ ଆକାଶଛୁଆଁ ହେବାରେ ଲାଗିଛି। ଗୋଟିଏ ପଟେ ଟମାଟୋ ମୂଲ୍ୟ ବଢି ଚାଲିଛି। ଅନ୍ୟପଟେ ବଜାରରେ ଟମାଟୋ ଯୋଗାଣ ଚାହିଦା ଅନୁଯାୟୀ ହୋଇ ପାରିନାହିଁ। ଟମାଟୋ ପାଇଁ ଏବେ ଦୋକାନୀ-ଗ୍ରାହକ ମଧ୍ୟରେ ହାତାହାତି ହେବା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଥାନାରେ ବାପ-ପୁଅ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରିବା ବିକ୍ରେତାଙ୍କୁ ମାଡ଼ ମରାଯିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। 

ପ୍ରାୟ ୩ ଦିନ ପୂର୍ବେ ଉତ୍ତର ପ୍ରଦେଶ (Uttar Pradesh) ପ୍ରୟାଗରାଜ ଜିଲ୍ଲାର (Prayagraj District) ଝୁସିଂ ଥାନା (Jhunsi Police Station) ଅଧିନସ୍ଥ କୁସୁମୀପୁର ଗ୍ରାମରେ ଜଣେ ପରିବା ବିକ୍ରେତାଙ୍କୁ (Vegetables Seller Prayagraj News) ମାଡ଼ ମରା ଯାଇଥିବାର ଘଟଣା ସାମ୍ନାକୁ ଆସିଥିଲା। କୁସୁମୀପୁର ଗ୍ରାମରେ ଜଣେ ମହିଳା ପନିପରିବା ବିକ୍ରେତା, ଶ୍ୱଶୁର ଏବଂ ପୁଅକୁ ମାଡ ମାରିବା ସହ ୪ କିଲୋ ଟମାଟୋ ଲୁଟ ନେଇଥିଲେ। ଏହି ମାମଲାରେ ପୋଲିସ ବାପା-ପୁଅ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।  ଟମାଟୋ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କ ପାଇଁ ଖୋଜା ଚାଲିଛି। ଏହି ଘଟଣାକୁ ନେଇ ବିଗତ କିଛି ଦିନ ହେବ ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇଥିଲା।

ଝୁସିଂ ଥାନା ଅଧିନସ୍ଥ କୁସୁମୀପୁର ଗ୍ରାମର ମହିଳା ବିକ୍ରେତା ସନ୍ତୋଷୀ ଦେବୀ ଏକ ଠେଲାଗାଡ଼ିରେ ପନିପରିବା ବିକ୍ରି କରିଥାନ୍ତି। କୁସୁମୀପୁର ଗ୍ରାମର ଯୁବକ ପଙ୍କଜ ଯାଦବ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ନଅଟା ବେଳେ ସେଠାରେ ପହଞ୍ଚି ଟମାଟୋ ମୂଲ୍ୟ ବିଷୟରେ ପଚାରିଥିଲେ। ପଙ୍କଜ ସନ୍ତୋଷୀ ଦେବୀଙ୍କୁ ୧୦ ଟଙ୍କାର ଟମାଟୋ ମାଗିଥିଲେ। ହେଲେ ଯୁବକଙ୍କ କଥା ଶୁଣି ମହିଳା ପରିବା ବିକ୍ରେତା କହିଛନ୍ତି ଯେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। ୧୦ ଟଙ୍କାରେ ୧୦ ଗ୍ରାମ ଟମାଟୋ ମଧ୍ୟ ମିଳିବ ନାହିଁ।

ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ପଙ୍କଜ, ସନ୍ତୋଷୀ ଦେବୀଙ୍କ କଥା ଶୁଣିବା ପରେ ତାଙ୍କୁ ଗାଳିଗୁଲଜ କରିଥିଲା। ପରେ ପଙ୍କଜ ପରିବାରର ଅନ୍ୟ ସଦସ୍ୟ ସେଠାରେ ପହଞ୍ଚି ପନିପରିବା ବିକ୍ରେତା ସନ୍ତୋଷୀ ଦେବୀ, ତାଙ୍କ ପୁଅ ବିପିନ କୁଶୱାହା ଏବଂ ଶ୍ୱଶୁର ଜିତଲାଲ କୁଶୱାହାଙ୍କୁ ଠେଙ୍ଗା ବାଡ଼଼ିରେ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ (Vegetable Seller Beaten Prayagraj)। ଏପରିକି ବିପିନଙ୍କ ହାତକୁ ମଧ୍ୟ କାମୁଡ଼ି ଦେଇଥିଲେ। ଅଭିଯୋଗ ହୋଇଛି ଯେ ସେହି ସମୟରେ ପ୍ରାୟ ୪ କିଲୋ ଟମାଟୋ ମଧ୍ୟ ଲୁଟ୍ (Goons Loot Tomato in Prayagraj) ହୋଇଥିଲା। ଯେତେବେଳେ ଏହି ଘଟଣା ସମ୍ପର୍କରେ ଥାନାକୁ ଖବର ମିଳିଥିଲା, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା।

ଶନିବାର ରାତିରେ ମହିଳା ମୁଖ୍ୟ ପନିପରିବା ବିକ୍ରେତା ସନ୍ତୋଷୀ ଦେବୀଙ୍କ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ପଙ୍କଜ ଯାଦବ, ପିତା ପୃଥିରାଜ ଯାଦବ ଏବଂ ଭାଇ ଜସବୀର ଯାଦବଙ୍କ ବିରୋଧରେ ପୋଲିସ ଏକ ଗୁରୁତର ବିଭାଗରେ ମାମଲା ରୁଜୁ କରିଥିଲା। ରବିବାର ମୁଖ୍ୟ ଅଭିଯୁକ୍ତ ପଙ୍କଜ ଯାଦବଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏହି ଘଟଣାକୁ ନେଇ କୁସୁମୀପୁର ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଯେତେବେଳେ ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ସେମାନେ ମଧ୍ୟ ଘଟଣାସ୍ଥଳରେ ଏକାଠି ହୋଇଥିଲେ।