Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1895728

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1-  ଜେଲ ଭିତରେ କଏଦୀ ଘଟାଇଲେ ଅମାନୁଷିକ କାଣ୍ତ (Prisoner self harm in Bhadrak ): ଜେଲ ଭିତରେ କଏଦୀ ଘଟାଇଲେ ଅମାନୁଷିକ କାଣ୍ତ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭଦ୍ରକ ଜେଲ ଅନ୍ତେବାସୀ କାଟିଲେ ନିଜ ହାତରେ ନିଜ ଗୁପ୍ତାଙ୍ଗ ଓ ହାତ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ହୋଇଥବା ବିଚାରଧିନ କଏଦୀ ଜଣକ ହେଲେ, ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି କିଭଳି ସ୍ଥିତିରେ କଏଦୀ ଜଣକ ଏଭଳି ଘଟଣା ଜେଲ୍ ମଧ୍ୟରେ ଘଟାଇଲେ ସେନେଇ ଛାନଭିନ୍ ଜାରି ରହିଛି ।

2-  ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତ (Asian Games 2023): ଏସୀୟ କ୍ରୀଡ଼ାରେ ଭାରତୀୟ ଦଳକୁ ଆଉ ଏକ ସଫଳତା ମିଳିଛି । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପୃଥ୍ୱୀରାଜ, ଜୋରାଭର, କିନାନ । ସେହିପରି ମହିଳା ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାତରକୁ ମିଳିଛି ରୌପ୍ୟ ପଦକ । ମନୀଷା, ପ୍ରୀତି, ରାଜେଶ୍ୱରୀ ଦେଶ ପାଇଁ ଆଣିଦେଇଛନ୍ତି ଏହି ସଫଳତା । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଟିମ ୧୧ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୧୪ ବ୍ରୋଞ୍ଜ ପଦକ ହାସଲ କରିଛି ।

3- STF କବଜାରେ ୨ ନିଶା ମାଫିଆ:  ଏସଟିଏଫକୁ ଆଜି ଏକ ସଫଳତା ମିଳିଛି । ୨ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ସ୍ପେଶାଲ ଟ୍ୟାକ୍ସ ପୋର୍ସ ଟିମ । ସେମାନେ ହେଲେ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରା । ସଦାମ ନାଁରେ ପୂର୍ବରୁ ମାମଲା ରହିଥିଲା । ଗତବର୍ଷ ଚଢାଉ ବେଳେ ସୁଦାମ ନିକଟରୁ ୩କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର, ୭ଟି ପିସ୍ତଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ସେହିପରି ନୟାଗଡ଼ରୁ ଚିତ୍ତରଞ୍ଜନ ବେହେରାକୁ ଗିରଫ କରିଛି ଏସ୍‌ଟିଏଫ୍‌ । ୨୦୨୧ ମସିହାରେ ଏସ୍‌ଟିଏଫ୍ ଚଢ଼ାଉ ବେଳେ ୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିଲା । 

4- OSAP କମାଣ୍ଡାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଓଏସଏପି କମାଣ୍ଡାଣ୍ଟ ସୁନୀଲ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ତାଙ୍କ ନିକଟରୁ ୧.୩୧ ଲକ୍ଷ ଟଙ୍କା ସହିତ ତାଙ୍କ ଘରୁ ୮.୭୦ ଲକ୍ଷ ଟଙ୍କା ଜବତ ହୋଇଛି । ସୁନୀଲ କୁମାରଙ୍କ ୫ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଜବତ ହୋଇଥିବା ଟଙ୍କା କେଉଁଠୁ ଆସିଲା ସେ ବିଷୟରେ କମାଣ୍ଡାଣ୍ଟ ସୁନୀଲ କୁମାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । ଚଢାଉ ହୋଇଥିବା ସ୍ଥାନ ମଧ୍ୟରେ ରହିଛି କଟକ, ପୁରୀ ଓ ଭୁବନେଶ୍ୱର ।

5- ଝାଡୁ ଧରିଲେ ପ୍ରଧାନମନ୍ତ୍ରୀ : ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ସମଗ୍ର ଦେଶରେ ପାଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ସର୍ବସାଧାରଣ ସ୍ଥାନରେ ସକାଳ ୧୦ଟାରୁ ୧୧ଟା ଯାଏ ସଫେଇ କରିବାକୁ ପିଏମ ମୋଦୀ ଆହ୍ୱାନ ଦେଇଥିଲେ। ସେହିପରି ଅହମଦାବାଦରେ ଝାଡ଼ୁ ଧରି ସଫେଇ କାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁରଗ୍ରାମରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

6- କନ୍ନଡ଼ ଅଭିନେତା ନାଗଭୂଷଣଙ୍କ କାର୍‌ ଦୁର୍ଘଟଣା; ଦମ୍ପତିଙ୍କୁ ଧକ୍କା ଦେଇଛି ପ୍ରସିଦ୍ଧ କନ୍ନଡ଼ ଅଭିନେତା ନାଗଭୂଷଣଙ୍କ କାର୍‌ । ଦୁର୍ଘଟଣାରେ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ବେଳେ ପତି ଗୁରୁତର ଆହତ ହୋଇଛନ୍ତି । ଶନିବାର ରାତିରେ ବେଙ୍ଗାଲୁରୁରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏନେଇ ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୋଲିସ ଷ୍ଟେସନରେ ଏକ ଏତଲା ଦିଆଯାଇଛି । ବେପରୁଆ ଏବଂ ଦ୍ରୁତଗତିରେ ଗାଡି ଚାଳନା କରୁଥିବା କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

7- ପାଦେ ଆଗରେ ସୂର୍ଯ୍ୟ ମିଶନ: ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିଲା ଆଦିତ୍ୟ-L1: ପୃଥିବୀର ମାଧ୍ୟାକର୍ଷଣ ଶକ୍ତିରୁ ଅଲଗା ହୋଇଛି ଆଦିତ୍ୟ ଏଲ ୧ । ବର୍ତ୍ତମାନ ପୃଥିବୀ ପୃଷ୍ଠଠୁ ୯ ଲକ୍ଷ ୨୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିସାରିଛି । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।  ୨୮ ଦିନ ମଧ୍ୟରେ ପ୍ରାୟ ୬୦ ପ୍ରତିଶତ ପଥ ଅତିକ୍ରମ କରିସାରିଛି । 

8- 'ଶ୍ରଦ୍ଧା'କୁ ନେଇ ରାଜନୀତି ସରଗରମ:  ମୁଖ୍ୟମନ୍ତ୍ରୀ ଓ 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧାଙ୍କ ସମ୍ପର୍କରେ ଶାସକ ଦଳ ମୁହଁ ଖୋଲୁନାହିଁ । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଉତ୍ତର ବଦଳରେ ଓଲଟା ବସନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି ଦିବ୍ୟଶଙ୍କର । ତାଙ୍କ କହିବା ଅନୁଯାୟୀ ଅର୍କକେଶରୀ ସିଂଦେଓ ବିଜେପିରେ ଯୋଗ ଦେବାରୁ ସେ ଅଶାନ୍ତି ବ୍ୟକ୍ତ କରୁଛନ୍ତି ।

9-  ଚାଷ ଜମିରେ ଲ୍ୟାଣ୍ଡ୍ କଲା ଭାରତୀୟ ବାୟୁସେନା ହେଲିକପ୍ଟର: ଭୋପାଳରେ ଭାରତୀୟ ବାୟୁସେନାର ହେଲିକପ୍ଟରର ଜରୁରୀ ଅବତରଣ କରିଛି। ବୈଷୟିକ ତ୍ରୁଟି କାରଣରୁ ଏପରି ଅବତରଣ ହୋଇଥିବା କୁହାଯାଉଛି । ଲ୍ୟାଣ୍ଡିଂ ସମୟରେ ହେଲିକପ୍ଟରରେ ସମୁଦାୟ ୬ ଜଣ ଯବାନ ରହିଥିଲେ । ହେଲିକପ୍ଟରଟି ଡୁଙ୍ଗରିଆ ଗ୍ରାମ ନିକଟରେ ଥିବା ଚାଷ ଜମିରେ ଲ୍ୟାଣ୍ଡିଂ କରିଥିଲା । ବୈଷୟିକ ତ୍ରୁଟିର ଯାଞ୍ଚ ପାଇଁ ଏକ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି ।

10- ୧୬ ଭିକାରୀଙ୍କୁ ବିମାନରୁ ଓହ୍ଲାଇଦେଲା ପାକିସ୍ତାନ: ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବା ୧୬ ଜଣ ଭିକାରୀଙ୍କୁ ବିମାନ ବନ୍ଦରରେ ଅଟକାଇଛି ପାକିସ୍ଥାନ । ସୂଚନାଅନୁସାରେ ପାକିସ୍ତାନରୁ ସାଉଦି ଆରବ ଯାଉଥିଲେ ୧୬ ଜଣ ଭିକାରୀ । ସେମାନେ ସାଉଦି ଆରବରେ ଭିକ ମାଗି ଜୀବିକା ନିର୍ବାହ କରିବାକୁ ପାକିସ୍ତାନରୁ ଯାଉଥିଲେ । ଯାଞ୍ଚ ଏଜେନ୍ସି ଏଫଆଇଏ ଦ୍ୱାରା ସେମାନଙ୍କୁ ଏୟାରପୋର୍ଟରେ ଚିହ୍ନଟ କରାଯାଇଛି ।

Also Read- World's 6 Corrupted Politicians: ବିଶ୍ୱ ଇତିହାସର ୬ ଭ୍ରଷ୍ଟ ରାଜନେତାଙ୍କ ବିଷୟରେ ଜାଣନ୍ତୁ