Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1880567

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 20th September | ଦିନଯାକର ୧୦ ପ୍ରମୁଖ ଖବର

ସୌ: ଜୀ ଓଡ଼ିଶା
Top 10 News Headlines Of 20 September 2023: 1. ମହିଳା ଆରକ୍ଷଣ ବିଲ୍‍ ପାରିତ (Women Reservation Bill Passed): ଲୋକସଭାରେ ଆଜି ମହିଳା ଆରକ୍ଷଣ ବିଲ୍‍ ପାରିତ ହୋଇଛି । ଦୁଇଦିନ ଆଲୋଚନା ପରେ ଆଜି ଭୋଟ୍‍ ଗ୍ରହଣ କରାଯାଇଥିଲା । ୪୫୪ଟି ଭୋଟ ଏହା ସପକ୍ଷରେ ଥିବାବେଳେ ୨ଟି ଭୋଟ୍‍ ବିଲ୍‍ ବିରୁଦ୍ଧରେ ପଡ଼ିଥିଲା । ଏଆଇଏମଏମର ଅସଦୁଦ୍ଦିନ ଓଓ୍ୱସୀ ଓ ତାଙ୍କ ସହଯୋଗୀ ଇମ୍‍ତିଆଜ୍‍ ଜଲିଲ୍‍ ଏହି ବିଲ୍‍ ବିରୁଦ୍ଧରେ ଭୋଟ୍‍ ଦେଇଥିଲେ । ନୂତନ ସଂସଦ ଭବନରେ ଏହା ପ୍ରଥମ ବିଲ୍‍ ଭାବେ ପାରିତ ହୋଇଛି । ଲୋକସଭା ସହ ରାଜ୍ୟସଭା ଏବଂ ୫୦% ବିଧାନସଭାରେ ଏହି ବିଲ୍ ପାରିତ ହେଲେ ତାହା ଆଇନରେ ରୂପାନ୍ତରିତ ହେବ । ବିଲ୍‍ ପ୍ରାବଧାନ ଅନୁସାରେ ଦେଶର ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ପ୍ରଥମ ୧୫ ବର୍ଷ ଲାଗି ଏହା ଲାଗୁ ହେବ । ଦରକାର ହେଲେ ସଂସଦ ତାହାକୁ ସମ୍ପ୍ରସାରିତ କରିପାରେ । 
 
2. ଆଜି କହିଲେ ଓଡ଼ିଶାର ୩ ମହିଳା ସାଂସଦ (3 MPsfrom Odisha Spoke in Parliament today”): ଆଜି ମହିଳା ଆରକ୍ଷଣ ବିଲ୍‍ ବାବଦରେ ଆଲୋଚନା ବେଳେ ଓଡ଼ିଶାର ତିନିଜଣ ମହିଳା ସାଂସଦ ନିଜର ମତ ରଖିଥିଲେ । ପ୍ରଥମେ ରାଜଶ୍ରୀ ମଲ୍ଲିକ ପରେ ସର୍ମିଷ୍ଠା ସେଠୀ ଓ ଅପରାଜିତା ଷଡ଼ଙ୍ଗୀ ଏହି ବିଲ୍‍ ସପକ୍ଷରେ ମତ ରଖିଥିଲେ । 
 
3. ପ୍ରମିଳା ହେବେ ବାଚସ୍ପତି ( Pramila to be next Speaker): ବରିଷ୍ଠ ମହିଳା ବିଧାୟକ ପ୍ରମିଳା ମଲ୍ଲୀକ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି । ଶାସକ ବିଜୁ ଜନତା ଦଳ ପକ୍ଷରୁ ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରାଯାଇଛି । ଯେହେତୁ ଶାସକ ଦଳର ପୂର୍ଣ୍ଣ ମହୁମତ ରହିଛି ଓ  ଏବେ ଯାଏଁ  ସେ ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି, ତେଣୁ ସେ ବିନା ନିର୍ବାଚନରେ ବାଚସ୍ପତି ଭାବେ ଶପଥ ନେବା ନିଶ୍ଚିତ । ଶ୍ରୀମତୀ ମଲ୍ଲିକ ଆାସନ୍ତା କାଲି ନାମାଙ୍କନପତ୍ର ଦାଖଲ କରିବେ । ଯଦି ଏହି ସାମ୍ବିଧାନିକ ପଦ ପାଇଁ ଏକରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତେବେ ସେପ୍ଟେମ୍ବର ୨୨ ରେ ଏକ ନିର୍ବାଚନ ଅନୁଷ୍ଠିତ ହେବ ।
 
4. ବାଇଡେନ୍‍ ହେବେ ଗଣତନ୍ତ୍ର ଦିବସ ଅତିଥି ( Biden invited AS Chief guest) : ଗଣତନ୍ତ୍ର ଦିବସର ଅତିଥି ଭାବେ ଯୋଗଦେବାକୁ ଭାରତ ପକ୍ଷରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‍ଙ୍କୁ ନିମନ୍ତ୍ରଣ କରାଯାଇଛି । ଆମେରିକାର  ରାଷ୍ଟ୍ରଦୂତ ଏରିକ୍‍ଗାର୍‍ସେଟି ଏ ବିଷୟରେ ସୂଚନା ଦେଇଛନ୍ତି । ଗଣତନ୍ତ୍ର ଦିବସେର ଭାରତର ସହରୋଗୀ ରାଷ୍ଟ୍ରମୁଖ୍ୟମଙ୍କୁ ଅତିଥିଭାବେ ସାଧାରଣତଃ ଡକାଯାଇଥାଏ । 
 
5. କାନାଡ଼ା- ଭାରତ ( Canada Vs India): ଭାରତ କାନାଡ଼ା ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି । ଏହାକୁ ନେଇ ଆମେରିକା ଓ ଅଷ୍ଟ୍ରଲିଆ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ଅପରପକ୍ଷେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ଭାରତକୁ ଯାତ୍ରା କରୁଥିବା କାନାଡ଼ା ନାଗରିକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ‘ଆମେ ଭାରତ ସରକାରଙ୍କୁ ଉସ୍‍କାଇବାକୁ ଚଷ୍ଟା କରୁ ନାହୁଁ । ତାଙ୍କ ସହ ମିଶି ଏହି ଉଦ୍‍ବେଗ ଜନକ ପ୍ରସଙ୍ଗକୁ ସମାଧାନ କରିବାକୁ ଚାହୁଁଛୁ । ଗତକାଲି ଜଣେ ଖଲିସ୍ତାନୀ ନେତାଙ୍କ ହତ୍ୟା ପ୍ରସଙ୍ଗରେ ଭାରତର ଜଣେ କୂଟନୀତିଜ୍ଞଙ୍କୁ କାନାଡ଼ା ବହିଷ୍କାର କରିବା ପରେ ଭାରତ ତତ୍‍କ୍ଷଣାତ୍‍ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାନାଡ଼ାର ଜଣେ ଉଚ୍ଚପଦସ୍ଥ କୂଟନୀତିଜ୍ଞଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ କାନାଡ଼ା ୫ ସହଯୋଗୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମେରିକା, ଅଷ୍ଟ୍ରଲିଆ ଓ ୟୁକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅପରପକ୍ଷେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ତାଙ୍କ ମାଟିରେ ପ୍ରୋତ୍ସାହନ ନଦେବାକୁ କାନାଡ଼ାକୁ କହିଛନ୍ତି ।
 
6. ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି: ନୂଆଖାଇ ଅବସରରେ ପରମ୍ପରା ଅନୁସାରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି। ଶୁଭ ଲଗ୍ନକୁ ଆଖିରେ ରଖି ୧୦ଟା ୩୭ ମିନିଟ୍‍ ସମୟରେ ଏହି ପବିତ୍ର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। 
 
7. ମିଳିଲା ୨୦୦୦ ଟଙ୍କା (Farmers get KALIA help):  ନୂଆଖାଇ ଅବସରରେ ଏ ବର୍ଷର ଦ୍ୱିତୀୟ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି। ଯୋଗ୍ୟ ବିବେଚିତ ୪୪ ଲକ୍ଷ ୫୬ ହଜାର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ଏହି ସହାୟତା ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ସ୍ଥାନାନ୍ତର କରିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି  ଅର୍ଥ ପ୍ରଦାନ କରିଥିଲେ । ରବି ଫସଲ ପାଇଁ ଏହି ସହାୟତା ଭାବେ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛ । ଏପର୍ଯ୍ୟନ୍ତ କାଳିଆ ଯୋଜନାରେ ୧୨୫୦୦ କୋଟି ଟଙ୍କା ସହାୟତା ଦିଆାଯାଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଳେଖ କରିଛ ନ୍ତି। 
 
8. ୨୦୨୪ରେ ଜନଗଣନା ( India to start Censes): ନିର୍ବାଚନ ପରେ ହେବ ଜନଗଣନା । ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମହିଳା ଆରକ୍ଷଣ ବିଲ୍‍ ସମ୍ପର୍କରେ ନିଜର ମନ୍ତବ୍ୟ ରଖି ଶ୍ରୀ ଶାହ କହିଛନ୍ତି, ପରବର୍ତ୍ତୀ ସରକାର ଆସିଲା କ୍ଷଣି ଜନଗଣନା କାର୍ଯ୍ୟ ଆରମ୍ଭ ହେବ । ଏହା ସରିଲେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ କରାଯିବ । 
9. ହ୍ୱାଟ୍ସଆପରେ ଯୋଡ଼ିହେଲେ ମେଦୀ ( Modi in Whatsapp): ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ବାଟସ ଆପ ମାଧ୍ୟମରେ ଦେଶର ପ୍ରାୟ ପ୍ରାୟ ୪୯ କୋଟି ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି । ଏହାଦ୍ୱାରା ସେ ଏହି ବ୍ୟବହାରକରୀଙ୍କୁ  ସିଧାସଳଖ ସଂଯୋଗ କରିପାରିବେ । ବିଭିନ୍ନ ସରକାରୀ ଯୋଜନା, ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ବିଷୟରେ ସୂଚନା ସିଧାସଳଖ ଲୋକଙ୍କ ନିକଟରେ ଉପଲବ୍ଧ କରାଇବେ । ହ୍ବାଟସ ଆପରେ ଆକାଉଣ୍ଟ ଖୋଲିବାର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଛନ୍ତି । ତାଙ୍କର ଏହି ଆକାଉଣ୍ଟ ତାଙ୍କ କାର୍ଯ୍ୟାଳୟ ସହିତ ଜଡିତ ଲୋକମାନଙ୍କୁ ସିଧାସଳଖ ଦୃଶ୍ୟମାନ ହେଉଛି।
 
10. ଷ୍ଟକ ବଜାରରେ ୩ ଲକ୍ଷ କୋଟି ହରାଇଲେ ନିବେଶକ: ବୁଧବାର ଦିନ ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଏଚଡିଏଫସି ବ୍ୟାଙ୍କ ସେୟାରରେ ପ୍ରବଳ ହ୍ରାସ ଯୋଗୁଁ ଷ୍ଟକ ବଜାରରେ ଦୁର୍ବଳତା ଦେଖାଦେଇଛି । ପୁଣି ଆଜି ୟୁଏସ୍ ଫେଡେରାଲ ରିଜର୍ଭ ବୈଠକ ପୂର୍ବରୁ ନିବେଶକ ଆଶଙ୍କାରେ ଥିବା ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି ।