Top 10 News Headlines : ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1859375

Top 10 News Headlines : ସକାଳର ୧୦ ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର।

Top 10 News Headlines : ସକାଳର ୧୦ ପ୍ରମୁଖ ଖବର

1.Nandotshav in Odisha: ଆଜି ନନ୍ଦୋତ୍ସବ: 
ଦେଶର ବିଭିନ୍ନ ପ୍ରନ୍ତରେ ଆଜି ଜନ୍ମାଷ୍ଟମୀ ପାଳନ କରାଯାଉଥିବାବେଳେ ଓଡ଼ିଶାରେ ଆଜି ନନ୍ଦୋତ୍ସବ ପାଳନ କରାଯିବ। ଗତକାଲି ରାତିରେ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥିବା ପିତା ବସୁଦେବ ତାଘଙ୍କୁ ନନ୍ଦ ରାଜାଙ୍କ ଘରେ ଛାଡ଼ି ଆସିଥିଲେ। ଆଜି ନନ୍ଦ ତାଙ୍କ ଘରେ ଅଦ୍ଭୁତ ଶିଶୁକୁ ଦେଖି ଅତ୍ୟନ୍ତ ପ୍ରସନ୍ନ ପ୍ରକଟ କରି ଉତ୍ସବ ଆୟେଜନ କରିଥିଲେ। ସେହି ଖୁସିରେ ବିଭିନ୍ନ ମନ୍ଦିର ଓ କୃଷ୍ଣ କ୍ଷେତ୍ର ସମେତ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ନୀତି ଆୟୋଜନ କରାଯାଇଛି। 

2.Odisha Demands death due to Lightening as Natural Calamity: କେନ୍ଦ୍ରକୁ ରାଜ୍ୟର ଦାବି:  
ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏ ନେଇ ରାଜ୍ୟ ସରକାର ଏକ ପ୍ରସ୍ତାବ ଦେଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଣାପଡ଼ିଛି। ଅନେକ ଦିନ ହେଲା ରାଜ୍ୟ ସରକାରଙ୍କ ଏହି ଦାବି କେନ୍ଦ୍ରର ବିଚାରାଧୀନ ରହିଛି। 

3.New Rules and Portal for Teachers transfer: ଶିକ୍ଷକ ବଦଳି ପାଇଁ ନୂଆ ନିୟମ ଓ ପୋର୍ଟାଲ: 
ରାଜ୍ୟରେ ହାଇସ୍କୁଲ୍‍ ସ୍ତରରର ଶିକ୍ଷକଙ୍କ ଆନ୍ତଃ ଜିଲ୍ଲା ବଦଳି ଲାଗି ଥିବାନ ନିୟମକୁ ବ୍ୟାପକ କରାଯାଇଛି। ଏଣିକି ଶିକ୍ଷକଙ୍କ ଶାରିରୀକ ଅସୁସ୍ଥତା ସହ ତାଙ୍କ ଉପରା ନିର୍ଭରଶୀଳଙ୍କ ଶରିରୀକ ଅକ୍ଷମତାକୁ ମଧ୍ୟ ବିଚାରକୁ ନେବାକୁ ସୁଯୋଗ ମିଳିଛି। ମେଡିକାଲ୍‍ ବୋର୍ଡର  ପ୍ରମାଣପତ୍ର ଆଧାରରେ ଏଣିକି ବଦଳି ପାଇଁ ଅନୁରୋଧ ଗ୍ରହଣ କରାଯିବ। ଏଥିଲାଗି ସ୍ୱତନ୍ତ୍ର ପୋର୍ଟାଲ୍‍ ବ୍ୟବସ୍ଥା କରାଯାଇଛି।

4.Admission to Homeo pathy and Allopathy colleges to begin tomorrow: ୮ରୁ ହୋମିଓ ପାଥି ଓ ଆୟୁର୍ବେଦ କଲେଜ୍‍ରେ ନାମ ଲେଖା: 
ଆସନ୍ତା କାଲିଠାରୁ ରାଜ୍ୟର ଆୟୁରବେଦ ଏବଂ ହୋମିପାଥି କଲେଜଗୁଡ଼ିକରେ ନାମଲେଖା କରାଯିବ। ଏଥିଲାଗି ମଧ୍ୟାହ୍ନ ୧୨ଟାରୁ ପଞ୍ଜିକରଣ ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୧୦ ତାରିଖରେ ମକ୍‍ ଆଲଟ୍‍ମେଣ୍ଟ ଓ ୧୧ ତାରିଖରେ ଚଏସ୍‍ ଲକିଂ କରାଯିବ।୧୩ ତାରିଖରେ ସିଟ୍‍ ଆଲଟ୍‍ମେଣ୍ଟ ତାଲିକା ପ୍ରକାଶ କରାଯିବ ବୋଲି  ବିଜ୍ଞପ୍ତିରେ ଦର୍ଶାଯାଇଛି।  

5. US Prez to arrive at Delhi Today: ଆଜି ଆସିବେ ବାଇଡେନ୍‍: 
ଆମେରିକା ରାଷ୍ଟ୍ରପତି ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ଜି-୨୦ ବେୈଠକରେ ଯୋଗ ଦେବା ଲାଗି ସେ ଭାରତ ଆସୁଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଶୀଖର ବୈଠକ ଆୟୋଜନ କରାଯାଇଛି। ଶ୍ରୀ ବାଇଡେନ୍‍ଙ୍କ ଗସ୍ତକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଇଡେନ୍‍ ରହୁଥିବା ହୋଟେଲ୍‍ର ସୁରକ୍ଷା ଦାୟିତ୍ୱ ଆମେରିକା ହାତରେ ରହିବ। ଏହାସହ ବାଇଡେନ୍‍ ସ୍ୱତନ୍ତ୍ର କାର ‘ବିଷ୍ଟ’ରେ ହିଁ ଯାତ୍ରା କରିବେ। 

6. Bus for CMs: ମୁଖ୍ୟମନ୍ତ୍ରୀ ଯିବେ ବସ୍‍ ରେ: 
ଦିଲ୍ଲୀ ଜି-୨୦ ବେୈଠକରେ ଯୋଗଦେବାକୁ ଆସୁଥିବା ମୁଖ୍ୟମନ୍ତ୍ରୀମାନେ ବସରେ ଯିବା ଆସିବା କରିବେ । ଏଥିନେଇ ସ୍ବତନ୍ତ୍ର ବ୍ୟସ୍ଥା କରାଯାଇଛି। ଏହା ସହ ଦିଲ୍ଲୀରେ ଟ୍ରାଫିକ୍‍ ସମସ୍ୟାକୁ କମ୍‍ କରିବା ଲାଗି ସ୍କୁଲ୍‍ଗୁଡ଼ିକୁ ଛୁଟି କରାଯାଇଛି। 

7.Judges to take decision on Cooling-off period: ଜଜ୍‍ ମାନେ ନିଜେ ନିଷ୍ପତ୍ତି ନିଅନ୍ତୁ: 
ଅବସର ପରେ ଜଜ୍‍ମାନେ କେତେ ବର୍ଷ ପରେ ରାଜନୀତିକ ନିଯୁକ୍ତି ନେବେ। ଏ ବ୍ୟବସ୍ଥାକୁ ନିର୍ଦ୍ଧାରଣ କରିବା ତଥା ଅତିକମ୍‍ରେ ୨ ବର୍ଷର ସମୟ ସୀମା ରଖିବା ଲାଗି ଆସିଥିବା ଯାଚିକାର ଶୁଣାଣି କରିବାକୁ ପ୍ରତ୍ୟାଖ୍ୟାନ  କରିଛନ୍ତି ସୁପ୍ରିମ୍‍ କୋର୍ଟ। କୋର୍ଟ କହିଛନ୍ତି, ଜଜ୍‍ମାନେ ନିଜେ ନିଷ୍ପତ୍ତି ନିଅନ୍ତୁ ନହେଲେ କେନ୍ଦ୍ର ସରକାର ଆଇନ ଆଣନ୍ତୁ। 

8. RSS Chief on Akhand Bharat: ଅଲଗା ହୋଇଥିବା ରାଷ୍ଟ୍ର ଅନୁତପ୍ତ: 
ଭାରତରୁ ଅଲଗା ହୋଇଥିବା ରାଷ୍ଟ୍ରମାନେ ଏବେ ସେମାନଙ୍କ ଭୁଲ୍‍ ବୁଝିଛନ୍ତି। ସେମାନେ ଭାବୁଛନ୍ତି ଯେ ଭୁଲ୍‍ ହୋଇଛି। ଏଣୁ ଅଖଣ୍ଡ ଭାରତ ଆଉ ଦୂର ନୁହେଁ। କିନ୍ତୁ କେବେ ହେବ ବୋଲି ପଚରା ଯାଇଥିବା ପ୍ରଶ୍ନରେ ଆର୍‍ଏସ୍‍ଏସ୍‍ ପ୍ରମୁଖ ମୋହନ ଭାଗଓ୍ବତ କହିଛନ୍ତି, ସେ ଜ୍ୟୋତିଷ ନୁହନ୍ତି, ହେଲେ ପ୍ରଶ୍ନ ପଚାରୁଥିବା ଛାତ୍ର ବୁଢା ହେଲାବେଳକୁ ତାହା ସମ୍ଭବ ହୋଇଥିବ। 

9. Tata wants 51% Share of Haldiram’s: ବିକା ହେବ ହଲ୍‍ଦୀରାମ୍ସ, କିଣିପାରେ ଟାଟା: 
ଭାରତୀୟ ବଜାରରେ ଏକ ପ୍ରମୁଖ ଭୁଜିଆ ବ୍ରାଣ୍ଡ ତଥା ରେଷ୍ଟୁରାଣ୍ଟ ଶୃଙ୍ଖଳ ଭାବେ ପରିଚିତ ‘ହଲ୍‍ଦିରାମ୍‍ସ’ ବିକ୍ରି ହେବ। ଏ ଖବର ପୁଣିଥରେ ବଜାରରେ ହଲ୍‍ଚଲ ସୃଷ୍ଟି କରୁଛି। କେତେବେଳେ ଟାଟା ଏହାର ଅଂଶଧନ କିଣିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଜେନେରାଲ୍‍ ଆଟ୍‍ଲାଣ୍ଟିକ୍‍ ମଧ୍ୟ କଥାବାର୍ତ୍ତାରେ ଥିବା ନ୍ୟୁଜ୍ ଏଜେନ୍ସୀ ରଏଟର ପ୍ରକାଶ କରିଛି। 

10. Big Win to Wankhde in Mumbai Cruise Drugs Case: କ୍ରୁଜ୍‍  ଡ୍ରଗ୍ସ ମାମଲାରେ ସମୀର ଓ୍ୱାଙ୍ଖଡେ଼ଙ୍କୁ ବଡ଼ ବିଜୟ : 
ମୁମ୍ବାଇ କର୍ଡଲିଆ କଅ୍ରୁଜ୍‍ ଡ୍ରଗ୍ସ ମାମଲାରେ ଏନ୍‍ସିବି ଜୋନାଲ୍‍ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡ଼େଙ୍କୁ ବଡ଼ ବିଜୟ ମିଳିଛି। ଏହି ମାମଲାରେ ଅଭିନେତା ଶାହରୁଖ୍‍ ଖାନ୍‍ଙ୍କ ପୁଅ ଆର୍ଯ୍ୟାନ୍‍ ଖାନ୍‍ଙ୍କୁ ନ ଯୋଡ଼ିବା ଲାଗି ସମୀର ଶାହାରୁଖଙ୍କୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ସିବିଆଇ ଏହି ଅଭିଯୋଗ କରିଥିଲା। ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ( ଏସ୍‍ଇଟି)ର ମୁଖ୍ୟ ତଥା ଏନ୍‍ସିବିର ଉପ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଦାଖଲ ନଥିକୁ ଆଧାର କରି ସିବିଆଇ ଏହି ଅଭିଯୋଗ କରିଥିଲେ। ଏହା ବିରୁଦ୍ଧରେ ଓ୍ୱାଙ୍ଖଡ଼େ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‍ଙ୍କ (ସିଏଟି) ଦ୍ୱାରସ୍ଥ ହେବା ପରେ  ସିଏଟି ଏହାର ବିଚାର କରି ଓ୍ୱାଙ୍ଖଡ଼େଙ୍କ ପକ୍ଷକୁ ସମର୍ଥନ କରିଛନ୍ତି। ଯେଉଁ ଅଧିକାରୀ ଓ୍ୱାଙ୍ଖଡ଼େଙ୍କୁ ସମ୍ପୃକ୍ତ ମାମାଲାର ତଦନ୍ତ ପାଇଁ ନିୟୋଜିତ କରିଥିଲା ତାଙ୍କରି ଅଭିଯୋଗକୁ ଆଧାର କରାଯାଇ ନପାରେ ବୋଲି କ୍ୟାଟ୍‍ କହିଛନ୍ତି।

Also Read: Shani Margi: ଶନି ଚଳନ ପ୍ରଭାବରେ ଏହି ସବୁ ରାଶିରେ ଆସିବ ବଡ଼ ପରିବର୍ତ୍ତନ, ବର୍ଷିବ ଟଙ୍କା