ବିଷାକ୍ତ ମଦ ନେଲା ୨୧ ଜୀବନ, ଅନେକ ଗୁରୁତର
Advertisement

ବିଷାକ୍ତ ମଦ ନେଲା ୨୧ ଜୀବନ, ଅନେକ ଗୁରୁତର

Sangrur poisonous liquor case:  ସାଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ,  ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା  କାରଣରୁ ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ବିଷାକ୍ତ ମଦ ନେଲା ୨୧ ଜୀବନ, ଅନେକ ଗୁରୁତର

Sangrur hooch tragedy: ପଞ୍ଜାବରେ ବଢିଚାଲିଛି ମଦ ମୃତ୍ୟୁ ସଂଖ୍ୟା । ସାଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ,  ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା  କାରଣରୁ ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଖବର ଅନୁଯାୟୀ, ବିଷାକ୍ତ ମଦ ସେବନ କାରଣରୁ ମାର୍ଚ୍ଚ ୨୦ ତାରିଖ ଦିନ ୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମାର୍ଚ୍ଚ ୨୧ ଗୁରବାର ଦିନ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିଲା । ମାର୍ଚ୍ଚ ୨୨ ତାରିଖରେ ଆଠ ଜଣ ଏବଂ ମାର୍ଚ୍ଚ ୨୩ ଅର୍ଥାତ ଆଜି ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ବିଷାକ୍ତ ମଦ କେଉଁଠୁ କିଣାଯାଇଥିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୬ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ବିଷାକ୍ତ ମଦ ରାକେଟ୍ ବିଷୟରେ ଅଧିକ ଜାଣିବା ପାଇଁ ସମସ୍ତଙ୍କୁ ପଚରା ଉଚରା କରିଥିଲା ପୋଲିସ । ଯାହା ସୂଚନା ମିଳିଛି, ଅଭିଯୁକ୍ତଙ୍କ ନିକଟରୁ ସୂଚନା ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏକ ଘରୁ ୨ଶହ ଲିଟର ବିଷାକ୍ତ ମଦ ଜବତ କରାଯାଇଛି । ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ରାସାୟନିକ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

Also Read- ହୋଲି ଅବସରରେ ଜୀ ସାର୍ଥକର 'ରଙ୍ଗ ମହୋତ୍ସବ'

Also Read- Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ