Mahakaleswar Temple: ଭସ୍ମ ଆଳତୀ ଭସ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ, ୧୩ ଗୁରୁତର
Advertisement
Article Detail0/zeeodisha/odisha2173348

Mahakaleswar Temple: ଭସ୍ମ ଆଳତୀ ଭସ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ, ୧୩ ଗୁରୁତର

Mahakaleswar Temple: ହୋଲିରେ ଘଟିଲା ଅଘଟଣ।  ମହାକାଳଙ୍କ ପାଖରେ ଭଷ୍ମ ଆଳତୀ ଚାଲିଥିବା ବେଳେ ଗର୍ଭଗୃହରେ ଲାଗିଲା ନିଆଁ।  ଏହି ଅଗ୍ନିକାଣ୍ତରେ ୧୩ ଜଣ ଗୁରୁତର ( 13 injured) ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।  ସେପଟେ ସମୟ ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଛି ।

ସୌଜନ୍ୟ-ସୋସିଆଲ ମିଡି଼ଆ

Mahakaleswar Temple: ହୋଲିରେ ଘଟିଲା ଅଘଟଣ।  ମହାକାଳଙ୍କ ପାଖରେ ଭଷ୍ମ ଆଳତୀ ଚାଲିଥିବା ବେଳେ ଗର୍ଭଗୃହରେ ଲାଗିଲା ନିଆଁ।  ଏହି ଅଗ୍ନିକାଣ୍ତରେ ୧୩ ଜଣ ଗୁରୁତର ( 13 injured) ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।  ବର୍ତ୍ତମାନ ଚିକିତ୍ସା ଅବସ୍ଥାରେ ରହିଛନ୍ତି ଅଗ୍ନିକାଣ୍ଡର ଗୁରୁତର। ସେପଟେ ସମୟ ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଛି । ଏହି ଘଟଣାକୁ ନେଇ ମନ୍ଦିର ପରିସରରେ ଥିବା ସମସ୍ତ ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସେପଟେ, ଉଜୈନ୍ ଜିଲ୍ଲାପାଳ ନୀରଜ କୁମାର ସିଂହ କହିଛନ୍ତି ଯେ ,ନିଆଁକୁ ଆୟତ୍ତ କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି।... 

 

ସୂଚନା ଅନୁସାରେ,  ଆଜି ସକାଳ ସମୟରେ ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ସୋମବାର ସହ ହୋଲି ପାଇଁ ହଜାର ହଜାର ଭକ୍ତ ବାବାଙ୍କ ପାଖକୁ ଦର୍ଶନ ପାଇଁ ଆସିଥିଲେ। ଏହି ସମୟରେ ଭଷ୍ମା ଆଳତୀ କରାଯାଉଥିଲା, ଏତିକି ବେଳେ କେହି ଜଣେ ପଛରୁ ଆରତୀ କରୁଥିବା ପୁରୋହିତ ସଞ୍ଜୀବଙ୍କ ଉପରେ ଅବିର ଢାଳି ଦେଇଥିଲେ। ଅବିର ଦୀପ ଉପରେ ଢାଳି ଯାଇଥିଲା । ଫଳରେ, ଏଥିରେ ଥିବା ରାସାୟନିକ ପଦାର୍ଥ ଥିବାରୁ ଅଗ୍ନିକାଣ୍ଡ ଘଟିଥଲା। 

ଅନ୍ୟ ପଟେ, ଗର୍ଭଗୃହର ରୂପା କାନ୍ଥକୁ ରଙ୍ଗ ଏବଂ ଅବିରରୁ ରକ୍ଷା କରିବା ପାଇଁ ସେଠାରେ ଫ୍ଲେକ୍ ରଖାଯାଇଥିଲା । କିନ୍ତୁ ଏ-ଗୁଡ଼ିକ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ଫଳରେ ଏଥିରେ ମନ୍ଦିର ଭିତରେ ଥିବା ପ୍ରାୟ ୧୩ ଜଣ ପୋଡି଼ଯାଇଛନ୍ତି। ଗୁରୁତର ମାନଙ୍କ ମଧ୍ୟରୁ ଅଧିକାଂଶ ପୂଜକ ଥିଲେ ବୋଲି ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡି଼କାଲକେ ଭର୍ତ୍ତି କରାଯାଇଛି। ସେପଟେ, ଏନେଇ ଘଟଣାର ଅଧିକ ତଦନ୍ତ କରାଯିବ । ତଦନ୍ତ ପରେ ନିଆଁ କେଉଁ କାରଣରୁ ଲାଗିଲା ଏବଂ କେଉଁ ପଦାର୍ଥ ଦ୍ଵାରା ନିଆଁ ଏତେ ଶୀଘ୍ର ବ୍ୟପିଲା ସେ ବିଷୟରେ ଜଣାପଡିବ ବୋଲି କହିଛନ୍ତି  ଉଜୈନ୍ ଜିଲ୍ଲାପାଳ।