Chhattisgarh: ପାଦରେ ଚାଲି ଚାଲି ପୋଲିସ ମୁଖ୍ୟାଳୟ ଯାଉଥିଲେ ଦୁଇ କର୍ମଚାରୀ, ଅଧା ବାଟରୁ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Chhattisgarh: ପାଦରେ ଚାଲି ଚାଲି ପୋଲିସ ମୁଖ୍ୟାଳୟ ଯାଉଥିଲେ ଦୁଇ କର୍ମଚାରୀ, ଅଧା ବାଟରୁ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ଘଟଣାକ୍ରମ

Chhattisgarh Police:  ହେପାଜତକୁ ଯାଇଥିବା କନଷ୍ଟେବଳ ସଞ୍ଜୀବ ମିଶ୍ରା ଏବଂ ଉଜ୍ୱଳ ଦୀୱାନ ପୋଲିସ ବିଭାଗର ଅଧିକାରୀଙ୍କ ବିରୋଧରେ ଯବାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି। ହେଲେ ଏହି ୨ ପୋଲିସ  କର୍ମଚାରୀଙ୍କ ବିରୋଧରେ  ବିଜାପୁର ଏବଂ ସୁକମା ଠାରେ ଗୁରୁତର ମାମଲା ଦାଏର ହୋଇଛି।

Chhattisgarh: ପାଦରେ ଚାଲି ଚାଲି ପୋଲିସ ମୁଖ୍ୟାଳୟ ଯାଉଥିଲେ ଦୁଇ କର୍ମଚାରୀ, ଅଧା ବାଟରୁ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ଘଟଣାକ୍ରମ

Chhattisgarh Police News: ଚୋର-ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିବାର ଖବର ଆପଣ ପଢିଥିବେ। ହେଲେ କେବେ ପୋଲିସ ବିଭାଗର କର୍ମଚାରୀ ପରସ୍ପର ସହ ମୁହାଁମୁହିଁ ହେବାର ଆପଣ ଶୁଣିଛନ୍ତି। ସଦ୍ୟ  ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠାରେ ପୋଲିସ କର୍ମଚାରୀ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ପୋଲିସ ବିଭାଗରେ ନିଯୁକ୍ତି ହୋଇଥିବା ୨ ଜଣ କନଷ୍ଟେବଳ ସେମାନଙ୍କ ଇସ୍ତଫା ଦେବା ପାଇଁ ମୁଣ୍ଡରେ ପେଟି, ଦେହରେ ବାନିୟନ ଏବଂ ଖାକି ପ୍ୟାଣ୍ଟ ପିନ୍ଧି ପାଦରେ ଚାଲି ଚାଲି ରାୟପୁର ପୋଲିସ ମୁଖ୍ୟାଳୟ ଆଡକୁ ଯାଇଥିଲେ। ସେମାନେ ଭିଲାଇ ଠାରେ ପହଞ୍ଚିବା ମାତ୍ରେ ଦୁର୍ଗ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା।

ହେପାଜତକୁ ଯାଇଥିବା କନଷ୍ଟେବଳ ସଞ୍ଜୀବ ମିଶ୍ରା ଏବଂ ଉଜ୍ୱଳ ଦୀୱାନ ପୋଲିସ ବିଭାଗର ଅଧିକାରୀଙ୍କ ବିରୋଧରେ ଯବାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି। ହେଲେ ଏହି ୨ ପୋଲିସ  କର୍ମଚାରୀଙ୍କ ବିରୋଧରେ  ବିଜାପୁର ଏବଂ ସୁକମା ଠାରେ ଗୁରୁତର ମାମଲା ଦାଏର ହୋଇଛି।

ଏହି ଦୁଇ ଜଣ ପୋଲିସ କନଷ୍ଟେବଳ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବା ରାଜଧାନୀ ରାୟପୁର ସ୍ଥିତ ପୋଲିସ ମୁଖ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ। ସେମାନଙ୍କୁ ପୋଲିସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା କିଟ୍ ମୁଣ୍ଡରେ ବୋହି ସେମାନେ ଦୁର୍ଗ ଜିଲ୍ଲାରୁ ବାହାରିବା ମାତ୍ରେ ଜିଲ୍ଲା ପୋଲିସ ପ୍ରଶାସନ ସତର୍କ ହୋଇଯାଇଥିଲା। ଉଭୟ ପୋଲିସ କର୍ମଚାରୀଙ୍କୁ ଭିଲାଇ ଠାରେ ହେପାଜତକୁ ନିଆଯାଇଥିଲା। ବିଜାପୁର ଏବଂ ସୁକମା ଜିଲ୍ଲାରେ ସଞ୍ଜୀବ ମିଶ୍ର ଏବଂ ଉଜ୍ୱଲ ଦୀୱାନଙ୍କ ବିରୋଧରେ ଗୁରୁତର ମାମଲା ରୁଜୁ ହୋଇସାରିଛି। ଡ୍ୟୁଟି ସମୟରେ ଉଭୟ କର୍ମଚାରୀଙ୍କ ବିରୋଧରେ ସରକାରଙ୍କ ବିରୋଧରେ ଉତ୍ତେଜନା ଏବଂ ଅସନ୍ତୋଷ ପ୍ରକାଶ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଯେଉଁ କାରଣରୁ ଉଭୟେ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିବା ପାଇଁ ଦୁର୍ଗ ଜିଲ୍ଲାରୁ ପାଦରେ ଚାଲି ଚାଲି ରାୟପୁର ଅଭିମୁଖେ ଯାତ୍ରା କରିଥିଲେ। 

କନଷ୍ଟେବଳ ସଞ୍ଜୀବ ମିଶ୍ରା କହିଛନ୍ତି ଯେ ପୋଲିସ୍ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳ ଏବଂ ସହକାରୀ କନଷ୍ଟେବଳ ଭଳି କର୍ମଚାରୀଙ୍କୁ ୮ ଘଣ୍ଟିଆ ଡ୍ୟୁଟି, ସମ୍ମାନଜନକ ବେତନ, ଛୁଟି, ବାସସ୍ଥାନ ଭଳି ୪୫ ସୂତ୍ରୀୟ ଦାବିର ସମାଧାନ ପାଇଁ ସରକାର ଗଠନ କରିଥିବା କମିଟି କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଯେଉଁଥିପାଇଁ ସେମାନେ ସଂଘର୍ଷ କରୁଛନ୍ତି। ହେଲେ ଅପରପକ୍ଷେ, ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ସଞ୍ଜୀବ ମିଶ୍ରାଙ୍କୁ ସିଆଇଡି ରାୟପୁର ଏବଂ ଉଜ୍ୱଲ ଦୀୱାନଙ୍କ ଧମତରୀ ଠାରେ ନିଯୁକ୍ତ କରାଯାଇଥିଲା। ଯେଉଁଠାରେ ସେମାନଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ଦୁର୍ଗ ସହର ଏଏସପି ସଞ୍ଜୟ ଧ୍ରୁଭ କହିଛନ୍ତି ଯେ ଉଭୟ କନେଷ୍ଟବଳ ହେପାଜତରେ ଅଛନ୍ତି। ଏ ମାମଲାରେ ବିଜାପୁର ପୋଲିସ ଦୁର୍ଗ ପୋଲିସ ସହ ଯୋଗାଯୋଗ କରିଛି। ବିଜାପୁର ଏବଂ ସୁକମା ଜିଲ୍ଲାରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯେଉଁଥିରେ ଉଭୟ ପଳାତକ ଥିଲେ ଏବଂ ସେମାନଙ୍କୁ ହେପାଜତକୁ ନିଆଯାଇଛି। ଉଭୟଙ୍କୁ ବିଜେପୁର ପୋଲିସ ହାତକୁ ହସ୍ତାନ୍ତର କରାଯିବ। ଯଦି କୌଣସି ବିଭାଗୀୟ କର୍ମଚାରୀ ବିଭାଗର ଶୃଙ୍ଖଳା ଭାଙ୍ଗି କୌଣସି ଦାବି କରୁଥାନ୍ତି, ତାହେଲେ ଏହା ଅନ୍ୟାୟ।