JCB Tyre Bursts in Chattisgarh: ଜେସିବି ଚକରେ ପବନ ଭରିବା ବେଳେ ଘଟିଯାଇଛି ଅଘଟଣ। ଏହି ଘଟଣାରେ ରାଜପାଲ ଏବଂ ପ୍ରାଞ୍ଜନ ନାମକ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ ରାଜଧାନୀ ରାୟପୁରସ୍ଥିତ ସିଲତାରା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା।
 
ଜେସିବି ଚକରେ ପବନ ଭରିବା ବେଳେ ହୋଇଥିବା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୨ ମୃତକ ପବନରେ ଉଡ଼ିଯାଇଥିଲେ। ବିସ୍ଫୋରଣ କାରଣରୁ ସେମାନଙ୍କ ଶରୀର ଟୁକୁଡା ଟୁକୁଡା଼ ହୋଇଯିବା ସହ ଏଣେ ତେଣେ ଛିନଛିତ୍ର ହୋଇପଡି଼ଥିଲା। ଅନ୍ୟପଟେ ଜେସିବି ଚକ ବିସ୍ଫୋରଣରେ ଉଡି଼ଯାଇ ଅନ୍ୟ ଏକ ସ୍ଥାନରେ ପଡ଼ିଥିଲା।     



COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ପ୍ରତିକ୍ରିୟା ରଖି ସିଲତାରା ଫାଣ୍ଡି ପ୍ରଭାରୀ ରାଜେଶ ଜାନ ପାଲ କହିଛନ୍ତି ଏଠାରେ ଅବସ୍ଥିତ ଧନକୁନ ଷ୍ଟିଲ ପ୍ରାଇଭେଟ ଲିମିଟେଡ଼ ନାମକ ଗ୍ୟାରେଜ ରେ ରାଜପାଲ ସିଂହ, ପିତା-ରାମଦୀନ ସିଂହ ଏବଂ ପ୍ରାଞ୍ଜନ ନାମଦେବ ପିତା ରାଜଭାନ ନାମଦେବ ନାମକ ୨ ଜଣ କର୍ମଚାରୀ ଏଠାରେ କାମ କରୁଥିଲେ। ସେମାନେ ମଧ୍ୟ ପ୍ରଦେଶ ସତନା ଜିଲ୍ଲାର କୋଟର ଥାନା ଅଧିନସ୍ଥ ଖମ୍ହରିୟା ଗ୍ରାମର ବାସିନ୍ଦା। ଉଭୟେ ସେମାନେ କାମ କରୁଥିବା ଗ୍ୟାରେଜ ରେ ଏକ ଜେସିବି ଚକରେ ପବନ ଭରୁଥିଲେ। ମାତ୍ର ଏହି ସମୟରେ ଅଚାନକ ଏକ ଭୟଙ୍କର ବିସ୍ଫୋରଣ ହେବାରୁ  ଜେସିବି ଟାୟାର ଫାଟି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲା। ମୃତକଙ୍କ ଶବ ବ୍ୟବଚ୍ଛେଦ ପେ ପୋଲିସ ମୃତ ଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।   


Also Read: ମହଙ୍ଗା ପଡ଼ିଲ ମଜାକ; ପବନ ନେଲା ଜୀବନ