ମହଙ୍ଗା ପଡ଼ିଛି ମଜାକ। ପବନ ନେଇଗଲା ଜଣଙ୍କ ଜୀବନ।
Trending Photos
ଲକ୍ଷ୍ନୌ: ବଞ୍ଚି ରହିବ ମଣିଷ ଠାରୁ ଆରମ୍ଭ ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତା କରିଥାନ୍ତି ଶ୍ୱାସକ୍ରିୟା। ଏହା ମାଧ୍ୟମରେ ଶରୀରକୁ ବାୟୁ ନେବା ଏବଂ ଛାଡି଼ବା ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥାଏ। ହେଲେ ଏହି ବାୟୁ ଯୋଗୁଁ ଚାଲିଯାଇଛି ଜଣଙ୍କ ଜୀବନ। ଏକଥା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା।
ଯେଉଁଠି ପ୍ରେସର ମେସିନ ଯୋଗେ ନିଜ ଶରୀରରେ ପବନ ଭରିବା ଜଣେ ଶ୍ରମିକଙ୍କ ପାଇଁ ମହଙ୍ଗା ପଡ଼ିଛି। ଶରୀରରେ ପବନ ପଶିଯିବାରୁ ପ୍ରାଣ ହରାଇଛନ୍ତି ସମ୍ପୃକ୍ତ ଶ୍ରମିକ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୃତକଙ୍କ ସମ୍ପର୍କୀୟ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏହି ଘଟଣାରେ ଜଡିତ ଅଭିଯୁକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ଗିରଫ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ସୀତାପୁର ଜିଲ୍ଲାର ରେଉସା ଥାନା ଅଞ୍ଚଳର ବାରୁଲି ନିବାସୀ ଉମେଶ କୁମାର ଏକ ପ୍ଲାଇ ଉଡ୍ କାରଖାନାରେ (Plywood Factory) କାମ କରୁଥିଲେ। ସେଠାରେ କାମ କରୁଥିବା ସନ୍ତୋଷ କୁମାର ନାମକ ଅନ୍ୟ ଜଣେ ବ୍ୟକ୍ତି ମଜାକ କରିବାକୁ ଯାଇ କାରଖାନାରେ ସ୍ଥାପିତ ହୋଇଥିବା ପ୍ରେସର ମେସିନ ଯୋଗେ ଉମେଶଙ୍କ ଶରୀରରେ ପବନ ଭରି ଦେଇଥିଲେ। ଏପରି କରିବା ଫଳରେ ଉମେଶଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା।
Also Read: ଚମତ୍କାର: ପ୍ରଥମେ ଧକ୍କା ଦେଲା ବାଇକ, ତା'ପରେ ଅଚାନକ ଆସିଲା ବସ୍, ଶେଷରେ...
ଏହି ଘଟଣାରେ ପ୍ରତିକ୍ରିୟା ମୃତକଙ୍କ ମାଆ କହିଛନ୍ତି ଯେ ବାୟୁ ଭରିବା କାରଣରୁ ପୁଅର ପେଟ ଫୁଲି ଯାଇଥିଲା। ଯାହା ଫଳରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଘଟଣାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ।