Unclaimed Money in Indian Banks: ଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ପଡ଼ିରହିଛି ପ୍ରାୟ ୩୫ ହଜାର କୋଟି ଟଙ୍କାର ଜମା ରାଶି।
Trending Photos
Unclaimed Money in Bank: ଲୋକେ ସେମାନଙ୍କର ଟଙ୍କା ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ପାଖକୁ ଯାଇଥାନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ବର୍ତ୍ତମାନ ଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ମୋଟ ୩୫ ହଜାର କୋଟି ଟଙ୍କା ଅନାଦେୟ ଜମା ରାଶି ପଡ଼ିରହିଛି। ଅର୍ଥାତ୍ ଏହାର ଅର୍ଥ ହେଉଛି ଯେ ଜମା ହୋଇଥିବା ଏହି ଟଙ୍କା ପାଇଁ କୌଣସି ଦାବିଦାର ନାହାଁନ୍ତି। ଯାହାକୁ ବେନାମୀ ସମ୍ପତ୍ତି ମଧ୍ୟ କୁହାଯାଇପାରେ। ବର୍ତ୍ତମାନ ଭାରତ ସରକାର ଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ପଡ଼ି ରହିଥିବା ଅନାଦେୟ ଅର୍ଥର ସମାଧାନ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି।
ବର୍ତ୍ତମାନ ଲୋକେ ଦେଶର ବ୍ୟାଙ୍କ ଠାରେ ପଡ଼ି ରହିଥିବା ଅନାଦେୟ ଜମା ରାଶି (Unclaimed Money in Bank) ବାବଦରେ ଜାଣିପାରିବେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ଆରବିଆଇ ଦ୍ୱାରା ଏକ ୱେବ୍ ପୋର୍ଟାଲ (RBI Web Portal) ଜାରି କରାଯାଇଛି। ଯାହାର ନାଁ ହେଉଛି "ଅନକ୍ଲେମଡ଼ ଡିପୋଜିଟ-ଗେଟୱେ ଟୁ ଆକ୍ସେସ୍ ଇନଫରମେସନ" (Unclaimed Deposit-Gateway to Access Information)।
ନିକଟରେ ଆରବିଆଇ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ଶାଖାରେ ପଡ଼ି ରହିଥିବା ଅନାଦେୟ ଟଙ୍କା ବିଷୟରେ ଜାଣିବା ପାଇଁ ଗୁରୁବାର ଏକ ଅନଲାଇନ୍ ପୋର୍ଟାଲ୍ ଲଞ୍ଚ (RBI Online Portal) କରାଯାଇଥିଲା। ଆରବିଆଇ "ଅନକ୍ଲେମଡ଼ ଡିପୋଜିଟ-ଗେଟୱେ ଟୁ ଆକ୍ସେସ୍ ଇନଫରମେସନ" ପୋର୍ଟାଲ୍ (RBI UDGAM Portal) ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଶାଖାରେ ଜମା ହୋଇଥିବା ଅନାବଶ୍ୟକ ରାଶି ଗୋଟିଏ ସ୍ଥାନରେ ଖୋଜାଯାଇ ପାରିବ। ସୂଚନା ଅନୁଯାୟୀ ବର୍ତ୍ତମାନ କେବଳ ସାତଟି ବ୍ୟାଙ୍କ ଶାଖାରେ ଜମା ହୋଇଥିବା ରାଶିର ପରିମାଣ ବାବଦରେ ଜଣାପଡ଼ିବ। ଏହି ପୋର୍ଟାଲ ମିଳିତ ଭାବରେ ରିଜର୍ଭ ବ୍ୟାଙ୍କ ଇନଫରମେସନ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ (Reserve Bank Information Technology Private Limited) ଏବଂ "ଇଣ୍ଡିଆନ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି ଏବଂ ଆଲିଏଡ୍ ସର୍ଭିସେସ୍" (Indian Financial Technology and Allied Services) ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି।
ଗ୍ରାହକଙ୍କୁ ଗୋଟିଏ ସ୍ଥାନରେ ଏକାଧିକ ବ୍ୟାଙ୍କ ଠାରେ ଜମା ହୋଇଥିବା ଅନାଦେୟ ଟଙ୍କା ବାବଦରେ ଖୋଜିବା ପାଇଁ ଆରବିଆଇ ପକ୍ଷରୁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଗ୍ରାହକ ଆରବିଆଇ ପୋର୍ଟାଲ ମାଧ୍ୟମରେ ତାଲିକାଭୂକ୍ତ ହୋଇଥିବା ସାତୋଟି ବ୍ୟାଙ୍କ ଠାରେ ଜମା ହୋଇଥିବା ଅନାଦେୟ ଟଙ୍କା ବିଷୟରେ ଖବର ପାଇପାରିବେ। ଏନେଇ ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯାହା ବିଷୟରେ ବର୍ତ୍ତମାନ ଆଲୋଚନା ହେଉଛି।
ଏପରି ସଞ୍ଚୟ ଏବଂ ଚାଲୁ ଖାତା (Savings Account and Current Accounts) ଯେଉଁଥିରେ ୧୦ ବର୍ଷ ପାଇଁ କୌଣସି କାରବାର ହୋଇନାହିଁ କିମ୍ବା ଏପରି ଫିକ୍ସଡ ଡିପୋଜିଟ କିମ୍ବା ରିକରିଙ୍ଗ୍ ଡିପୋଜିଟ (Fixed Deposit or Recurring Deposit) ଯାହା ମ୍ୟାଚ୍ୟୁରିଟି (Maturity of FD or RD) ହେବାର ୧୦ ବର୍ଷ ମଧ୍ୟରେ ଏହା ଉପରେ କୌଣସି ଦାବି କରାଯାଇ ନାହିଁ, ତାହା ଅନାଦେୟ ଜମା ରାଶି ଭାବରେ ଗଣାହୁଏ। ବ୍ୟାଙ୍କ ଏହି ଜମା ରାଶିକୁ ଆରବିଆଇ "ଡିପୋଜିଟର ଆଣ୍ଡ ଆୱାରନେସ ଫଣ୍ଡ" (Depositor Education and Awareness Fund RBI) ପାଖକୁ ପଠାଇଥାଏ। ଶେଷରେ ଏହି ଟଙ୍କା ବେନାମୀ ଟଙ୍କା ନାମରେ ଜଣାଶୁଣା ହୋଇଥାଏ।