Blue Economy: ବ୍ଲୁ ଇକୋନୋମି କ'ଣ? ଯାହାକୁ ବଜେଟ୍ ଭାଷଣରେ ଉଲ୍ଲେଖ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Advertisement
Article Detail0/zeeodisha/odisha2089823

Blue Economy: ବ୍ଲୁ ଇକୋନୋମି କ'ଣ? ଯାହାକୁ ବଜେଟ୍ ଭାଷଣରେ ଉଲ୍ଲେଖ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Blue Economy 2.0 India:  ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ଲୁ ଇକୋନୋମି ବିଷୟରେ ଉଲ୍ଲେଖ କରିଛନ୍ତି। 

 

 Blue Economy: ବ୍ଲୁ ଇକୋନୋମି କ'ଣ? ଯାହାକୁ ବଜେଟ୍ ଭାଷଣରେ ଉଲ୍ଲେଖ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

What is Blue Economy of India: ଫେବୃଆରୀ ୧ ତାରିଖ ଗୁରୁବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ ଅଭିଭାଷଣ ରଖିବା ବେଳେ ଅର୍ଥମନ୍ତ୍ରୀ ପୁନର୍ବାର ବ୍ଲୁ ଇକୋନୋମି ବିଷୟରେ ଉଲ୍ଲେଖ କରିଛନ୍ତି। ଉପକୂଳ, ସାମୁଦ୍ରିକ ଏବଂ ଜଳଜାତ ଦ୍ରବ୍ୟକୁ ପ୍ରୋତ୍ସାହନ ତଥା ମଜବୁତ କରିବା ପାଇଁ ଏକ ସମନ୍ୱିତ ତଥା ବହୁ-ବିଭାଗୀୟ ଆଭିମୁଖ୍ୟ ସହ ଦେଶରେ ବଲ୍ ଇକୋନୋମି ଯୋଜନା ଆରମ୍ଭ କରାଯିବ ବୋଲି ଜଣାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବ୍ଲୁ ଇକୋନୋମି ବିଷୟରେ ବଜେଟ୍ ଭାଷଣରେ କ'ଣ କହିଲେ ଅର୍ଥମନ୍ତ୍ରୀ?
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ କହିଛନ୍ତି ଯେ ଉପକୂଳ, ସାମୁଦ୍ରିକ ଏବଂ ଜଳଜାତ ଦ୍ରବ୍ୟକୁ ପ୍ରୋତ୍ସାହନ ତଥା ମଜବୁତ କରିବା ପାଇଁ ଏକ ସମନ୍ୱିତ ତଥା ବହୁ-ବିଭାଗୀୟ ଆଭିମୁଖ୍ୟ ସହ ଦେଶରେ ବ୍ଲୁ ଇକୋନୋମି ଯୋଜନା ଆରମ୍ଭ କରାଯିବ। ଏହାକୁ ଦ୍ରୁତ ଗତିରେ ବିସ୍ତାର କରିବା ପାଇଁ ଜଳବାୟୁ ସମ୍ବନ୍ଧୀୟ କାର୍ଯ୍ୟକଳାପ ମଧ୍ୟ ନମନୀୟ ହେବ। ଅର୍ଥମନ୍ତ୍ରୀ ଦେଶରେ ଯେଉଁ ବ୍ଲୁ ଇକୋନୋମି ଆରମ୍ଭ କରାଯିବା ସମ୍ପର୍କରେ କହୁଛନ୍ତି ବାସ୍ତବାତରେ ତାହା କ’ଣ? କିପରି ଭାରତ ବର୍ଷର ବ୍ଲୁ ଇକୋନୋମି ପଡୋଶୀ ଚୀନ୍-ମାଲଦ୍ୱୀପ ପାଇଁ ଏକ ବଡ଼ ଝଟକା ଭାବେ ବିବେଚନା କରାଯାଉଛି।

ବ୍ଲୁ ଇକୋନୋମି କ’ଣ? ଜଣାଇଦେଲେ ବିଶ୍ୱ ବ୍ୟାଙ୍କ ଏବଂ ୟୁରୋପୀୟ କମିଶନ 
ବିଶ୍ୱ ବ୍ୟାଙ୍କ ଅନୁଯାୟୀ ସାମୁଦ୍ରିକ ପାରିସ୍ଥିତିକ ତନ୍ତ୍ର ଉପରେ ଆଧାରିତ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ବାଣିଜ୍ୟ ପ୍ରଣାଳୀ ହେଉଛି "ବ୍ଲୁ ଇକୋନୋମି"। ଯାହା ମାଧ୍ୟମରେ ଉନ୍ନତ ଜୀବିକା ଏବଂ ଚାକିରି ସୃଷ୍ଟି ପାଇଁ ସାମୁଦ୍ରିକ ସମ୍ବଳର ନିରନ୍ତର ବ୍ୟବହା ହୋଇଥାଏ।

ୟୁରୋପୀୟ ଆୟୋଗ ଅନୁସାରେ "ବ୍ଲୁ ଇକୋନୋମି" ସମୁଦ୍ର, ମହାସାଗର ଏବଂ ଉପକୂଳ ସହ ଜଡିତ ସମସ୍ତ ମାନବୀୟ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନ୍ତର୍ଭୂକ୍ତ କରିଥାଏ। ମୋଟ ବ୍ଲୁ ଇକୋନୋମି କହିଲେ ମତ୍ସ୍ୟଜୀବୀ, ତୈଳ ଏବଂ ଖଣିଜ ପଦାର୍ଥ ଉତ୍ପାଦନ, ପରିବହନ ଏବଂ ସାମୁଦ୍ରିକ ବାଣିଜ୍ୟ, ବନ୍ଦରରେ ଚାଲିଥିବା କାର୍ଯ୍ୟକଳାପ, ପର୍ଯ୍ୟଟନ ଶିଳ୍ପ ଭଳି ଅର୍ଥନୈତିକ କାର୍ଯ୍ୟକଳାପକୁ ବୁଝାଏ। ଏହା ବ୍ୟତୀତ ସମୁଦ୍ରରେ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭିତ୍ତିଭୂମିର ବିକାଶ ମଧ୍ୟ ଏହାର ଏକ ବିସ୍ତାରିତ ଅଂଶ। 

ବିଶ୍ୱ ଅର୍ଥନୀତିକୁ କିପରି ପ୍ରଭାବିତ କରିଥାଏ "ବ୍ଲୁ ଇକୋନୋମି"?
ପ୍ରତିବର୍ଷ ବିଶ୍ୱ ଅର୍ଥନୀତିରେ ପ୍ରାୟ ୧.୫ ଟ୍ରିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏକ ପ୍ରମୁଖ ଅବଦାନ ସମୁଦ୍ର ଭିତ୍ତିକ ଅର୍ଥନୀତି ଅର୍ଥାତ "ବ୍ଲୁ ଇକୋନୋମି" ମାଧ୍ୟମରେ ହୋଇଥାଏ। ଏହି ଅବଦାନର ସବୁଠାରୁ ବଡ଼ ଅଂଶ  ସାମୁଦ୍ରିକ ବାଣିଜ୍ୟରୁ ଆସିଥାଏ। ବିଶ୍ୱ ବଜାରରେ ହେଉଥିବା ପ୍ରାୟ ୮୦ ପ୍ରତିଶତ ବାଣିଜ୍ୟ ସମୁଦ୍ର ମାଧ୍ୟମରେ ହୋଇଥାଏ। ଏହା ପରେ ମାଛ ଚାଷ ଆସିଥାଏ। ପରିସଂଖ୍ୟାନ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ ୩୫ କୋଟି ଲୋକଙ୍କ ଜୀବିକା ମତ୍ସ୍ୟଚାଷ ଉପରେ ନିର୍ଭର କରିଥାଏ।

ଏହା ବ୍ୟତୀତ ସାମୁଦ୍ରିକ ଉପକୂଳ ଅଞ୍ଚଳରେ ତୈଳ ଉତ୍ପାଦନ ମଧ୍ୟ ସମୁଦ୍ର ଭିତ୍ତିକ ଅର୍ଥନୀତିର ଏକ ଅଂଶ। ବିଶ୍ୱର ମୋଟ ଅଶୋଧିତ ତୈଳ ଉତ୍ପାଦନର ପ୍ରାୟ ୩୪ ପ୍ରତିଶତ ସମୁଦ୍ର ନିକଟସ୍ଥ ଉପକୂଳବର୍ତ୍ତୀ ଅଞ୍ଚଳରୁ ଆସିଥାଏ। ବିଶ୍ୱ ସ୍ତରରେ ବ୍ଲୁ ଇକୋନୋମି ଦ୍ୱାରା ହେଉଥିବା ମୋଟ ଧନ ଆଧାର ୨୪ ଟ୍ରିଲିୟନ ଆମେରିକୀୟ ଡଲାର ଠାରୁ ଅଧିକ। ରିପୋର୍ଟ ଅନୁଯାୟୀ, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଯଥା ଜଳୀୟ କୃଷି, ଜାହାଜ, ପର୍ଯ୍ୟଟନଆଦିର ମିଶ୍ରଣରୁ ପ୍ରତିବର୍ଷ ଅତି କମରେ ୨.୫ ଟ୍ରିଲିୟନ୍ ଡଲାର ମୂଲ୍ୟର କାରାବାର ହୋଇଥାଏ।

ଭାରତ ବର୍ଷରେ ଦ୍ରୁତ ଗତିରେ ବଢୁଛି "ବ୍ଲୁ ଇକୋନୋମି"
ବିଶ୍ୱର ଅନ୍ୟ ଦେଶ ଭଳି ଭାରତ ମଧ୍ୟ ଏହାର "ବ୍ଲୁ ଇକୋନୋମି" ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଭାରତ ସରକାରଙ୍କ "ନ୍ୟୁ ଇଣ୍ଡିଆ ଭିଜନ" ଅଧିନରେ "ବ୍ଲୁ ଇକୋନୋମି" ୧୦ ପ୍ରମୁଖ ପ୍ରମୁଖ ଦିଗ ଉପରେ ଆଧାରିତ। ବର୍ତ୍ତମାନ ଦେଶର ମୋଟ ଜିଡିପି ପରିମାଣରେ "ବ୍ଲୁ ଇକୋନୋମି" ଅବଦାନ ପ୍ରାୟ ୪ ପ୍ରତିଶତ ରହିଛି। ଯଦି ସାମୁଦ୍ରିକ ସ୍ଥିତିକୁ ଦେଖିଯାଏ ତାହେଲେ ଭାରତ ୩ ପାର୍ଶ୍ୱରେ ସମୁଦ୍ର ଦ୍ୱାରା ଘେରି ହୋଇ ରହିଛି। ଦେଶରେ ମୋଟ ୧୩୮୨ ଦ୍ୱୀପପୁଞ୍ଜ ସହିତ ମୋଟ ୭୫୧୭ କିଲୋମିଟର ଲମ୍ବା ଉପକୂଳ ରହିଛି। ଏହି ଉପକୂଳ ଦେଶର ୯ ଉପକୂଳବର୍ତ୍ତୀ ରାଜ୍ୟରେ ବ୍ୟାପିଛି। ଦେଶର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ଅବସ୍ଥିତ ୧୨ ପ୍ରମୁଖ ଏବଂ ୨୦୦ ଛୋଟ ବନ୍ଦର ମାଧ୍ୟମରେ ହୋଇଥାଏ।

ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ପାଖରେ ଏକ ସୁଦୀର୍ଘ ଉପକୂଳ ରହିଛି। ଦେଶର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ () ପ୍ରାୟ ୨୦ ଲକ୍ଷର ଅଧିକ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିରହିଛି। ଏପରିକି ସମୁଦ୍ର ଭିତ୍ତିକ ପର୍ଯ୍ୟଟନ ପାଇଁ ମଧ୍ୟ ଅନେକ ପରିସର ଅଛି। ଦେଶର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା, ବେକାରୀ ସମସ୍ୟାକୁ ହ୍ରାସ କରିବା, ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଦାରିଦ୍ର୍ୟର ମୁକାବିଲା ପାଇଁ "ବ୍ଲୁ ଇକୋନୋମି" ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯାହାକୁ ପରବର୍ତ୍ତୀ ସୂର୍ଯ୍ୟୋଦୟ କ୍ଷେତ୍ର ବୋଲି କୁହାଯାଉଛି।

କାହିଁକି ଭାରତ ବର୍ଷର "ବ୍ଲୁ ଇକୋନୋମି" ପଡୋଶୀ ଚୀନ୍-ମାଲଦ୍ୱୀପ ପାଇଁ ଏକ ବଡ଼ ଝଟକା?
"ବ୍ଲୁ ଇକୋନୋମି" ଅଧିନରେ କେବଳ କୋରାଲ୍ ରିଫ୍ ଦେଶର ଉପକୂଳ ପର୍ଯ୍ୟଟନ ପ୍ରତିବର୍ଷ ବିଶ୍ୱରେ ୬ ବିଲିୟନ ଡଲାର୍ ରୋଜଗାର କରିଥାଏ। ଚୀନ୍ ଦ୍ୱୀପପୁଞ୍ଜ ବ୍ୟତୀତ ମାଲଦ୍ୱୀପ ପରି ଦେଶର ନାମ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ରହିଛି। ବିସ୍ତାରବାଦୀ ନୀତି ରଖୁଥିବା ଚୀନ୍ ପଡୋଶୀ ଦେଶର ଦେଶ ତଥା ସେମାନଙ୍କ ଦ୍ୱାରା ଅଧିକୃତ ସମୁଦ୍ରରେ ଏହାର ରଣନୀତିକ ଆଧାର ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ପ୍ରୟାସ ଜାରି ରଖିଛି। ନିକଟରେ ଭାରତ ସହ କୂଟନୈତିକ ବିବାଦ ମଧ୍ୟରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗଙ୍କୁ ଭେଟିଥିଲେ। ଚୀନ୍-ମାଲଦ୍ୱୀପ ପର୍ଯ୍ୟଟନରେ ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ୨୦ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯେଉଁଥିରେ "ବ୍ଲୁ ଇକୋନୋମି" ସହ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (BRI) ଅଭିଯାନକୁ ପ୍ରୋତ୍ସାହିତ କରିବା କଥା କୁହାଯାଇଛି।

ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦେଶର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ-ମଧ୍ୟ ପୂର୍ବ-ୟୁରୋପ କରିଡ଼ର ସହିତ "ବ୍ଲୁ ଇକୋନୋମି" ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଭାରତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା "ବ୍ଲୁ ଇକୋନୋମି" ଚୀନ୍-ମାଲଦ୍ୱୀପ ପାଇଁ ଏକ ବଡ଼ ଝଟକା ଭାବେ ବିବେଚନା କରାଯାଉଛି। କାରଣ କୋରାଲ୍ ରିଫ୍ ସହିତ ଉପକୂଳ ପର୍ଯ୍ୟଟନ ଦୃଷ୍ଟିରୁ ଲାକ୍ଷାଦ୍ୱୀପ ମାଳଦ୍ୱୀପ ଅପେକ୍ଷା ଭାରୀ ପଡ଼ିପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ସେଠାରେ ପର୍ଯ୍ୟଟନ ବୃଦ୍ଧି ପାଇଛି। ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ "ବ୍ଲୁ ଇକୋନୋମି" ଅଧିନରେ ଲକ୍ଷାଦ୍ୱୀପ ଠାରେ ଭିତ୍ତିଭୂମି ବିକଶିତ କରିବା ବିଷୟରେ କହିଛନ୍ତି। "ବ୍ଲୁ ଇକୋନୋମି" ଦ୍ୱାରା ଭାରତ ବର୍ଷର ସକ୍ରିୟ ଯୋଗଦାନ ମାଲଦ୍ୱୀପ ସହ ସାମୁଦ୍ରିକ ବିବିଧତା ଏବଂ ପ୍ରାକୃତିକ ସମ୍ପଦରେ ଭରପୂର ଭାରତ ମହାସାଗରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚୀନ୍‌ କରୁଥିବା ଷଡ଼ଯନ୍ତ୍ରକୁ ବାଧା ଦେବ।