US Navy P-8 Aircraft Viral Video: ମେରାଇନ୍ କର୍ପସ ବାୟୁସେନା ଘାଟି ରନୱେ ଅତିକ୍ରମ କରିଯିବା ସହ କେନେହୀ ଉପସାଗରରେ ଖସିପଡ଼ିଛି ଆମେରିକୀୟ ନୌସେନାର ଅନୁସନ୍ଧାନକାରୀ ବିମାନ ପି-୮।
Trending Photos
US Navy Plane Overshoots Runway: ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଯାଇଛି ଏକ ଚମକାଇବା ଭଳି ଘଟଣା। ଆମେରିକୀୟ ନୌସେନାର ଏକ ବିମାନ ମେରାଇନ୍ କର୍ପସ ବାୟୁସେନା ଘାଟି ରନୱେ ଅତିକ୍ରମ କରିଯିବା ସହ କେନେହୀ ଉପସାଗରରେ ଖସିପଡ଼ିଛି। ଆମେରିକାର ହାୱାଇ ରାଜ୍ୟରେ ଏଭଳି ଘଟଣା ଘଟିଥିବାର କୁହାଯାଉଛି। ସୂତ୍ରରୁ ମିଳିଥିବା ଖବର ସମୁଦ୍ରରେ ଖସି ପଡ଼ିଥିବା ବିମାନରେ ୯ ଜଣ ଲୋକ ରହିଥିଲେ। ସେମାନେ ସମସ୍ତେ ସମୁଦ୍ରରେ ପହଁରି ପହଁରି କୂଳରେ ଆସି ପହଞ୍ଚିଥିବାର ଜଣାପଡ଼ିଛି। ବାୟୁସେନା ଘାଟି ରନୱେ ଅତିକ୍ରମ କରିବା ପରେ ଆମେରିକୀୟ ନୌସେନାର ପି-୮ ବିମାନ କେନେହୀ ଉପସାଗରରେ ବୁଡ଼ି ୟାଇଥିବାର କୁହାଯାଉଛି।
ଏନେଇ ମିଳିଥିବା ଖବର ଅନୁସାରେ ଏହି ଘଟଣାରେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ନିଜେ ପହଁରି କୂଳରେ ପହଞ୍ଚିଛନ୍ତି। ଆମେରିକୀୟ ମେରାଇନ୍ କର୍ପସ (US Marine Corps) ମୁଖପାତ୍ର ଗନରୀ ସର୍ଜେଣ୍ଟ ଅର୍ଲାଣ୍ଡୋ ପେରେଜ ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ ସହ କଥାବାର୍ତ୍ତା କରି କହିଛନ୍ତି ଯେ ସେନା ବାହିନୀରେ ହେଉଥିବା ତଦାରଖ କାର୍ଯ୍ୟ ପାଇଁ ପି-୮ ଅନୁସନ୍ଧାନ ବିମାନ (P-8 Reconnaissance Aircraft) ବ୍ୟବହୃତ ହୋଇଥାଏ। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ନାଁ ହେଉଛି ବୋଇଙ୍ଗ୍ ପି-୮ ପୋସିଡନ୍ (Boeing P-8 Poseidon Aircraft)।
ବୁଡ଼ାଜାହାଜ ଉପରେ ନଜର ରଖିବା ଏବଂ ଆକ୍ରମଣ କରିବା ପାଇଁ ପି-୮ ପୋସିଡନ୍ ବିମାନ ପ୍ରାୟତଃ ବ୍ୟବହୃତ ହୋଇଥାଏ। ଏହା ବ୍ୟତୀତ ଏହା ଅନୁସନ୍ଧାନ ଏବଂ ଗୁପ୍ତଚର ତଥ୍ୟ ସଂଗ୍ରହରେ କରିବାରେ ପି-୮ ବିମାନ ନିୟୋଜିତ ହୋଇଥାଏ। ଏହି ବିମାନ ବିଶ୍ୱର ଜଣାଶୁଣା ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ଦ୍ୱାରା ବିକଶିତ ହୋଇଛି।
US Navy plane overshoots runway and ends up in a bay in Hawaii
The P-8A "Poseidon" overshot the runway at a Marine base on Kaneohe Bay, said U.S. Marine Corps Spox Gunnery Sgt. Orlando Perez said that all nine people on board the aircraft made it safely to shore@DlugajJuly pic.twitter.com/ltXxVgpvCU
— Velerie (@velerie_a) November 21, 2023
ବୋଇଙ୍ଗ୍ ପି-୮ ପୋସିଡନ୍ ମୂଲ୍ୟ କେତେ?
ବୋଇଙ୍ଗ କମ୍ପାନୀ ଦ୍ୱାରା ବିକଶିତ ହୋଇଥିବା ପି-୮ ବିମାନର ଅନେକ ପ୍ରକାରର ରହିଛି। ଏହି ବିମାନର ପ୍ରତ୍ୟେକ ପ୍ରକାର ବୋଇଙ୍ଗ ପ୍ରତିରକ୍ଷା, ସ୍ପେସ୍ ଏବଂ ସିକ୍ୟୁରିଟି ଦ୍ୱାରା ବିକଶିତ ହୋଇଛି। ପି-୮ ବିମାନର ହାରାହାରି ମୂଲ୍ୟ ହେଉଛି ୧୮୦ ମିଲିୟନ ଡଲାର। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ହେଉଛି ୧୨,୪୯୫,୪୨୭,୫୦୦।
ଗତ ସୋମବାର ଆମେରିକୀୟ ନୌସେନାର ପି-୮ ଗୁପ୍ତଚର ବିମାନ କେନେହୀ ଉପସାଗରରେ (Kaneohe Bay United States) ଖସିପଡିଥିଲା। ଏହି ବିମାନ ରନୱେ ଅତିକ୍ରମ କରି ସମୁଦ୍ରରେ (Kaneohe Bay Airplane Crash) ଖସି ପଡ଼ିଥିଲା। ସୋମବାର ଅପରାହ୍ନରେ ଆମେରିକାର ହାୱାଇ ରାଜ୍ୟର ରାଜଧାନୀ ହୋନୋଲୁଲୁ ଠାରୁ ୧୦ ମାଇଲ ଦୂରରେ ମେରାଇନ୍ ବେସ୍ (US Marine Corps Base Hawaii) ଠାରେ ଏହି ଘଟଣା ଘଟିଛି। ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେତେବେଳେ ପ୍ରବଳ ବର୍ଷା ହୋଇଥିଲା। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ପି-୮ ବିମାନ କାନୋହେ ଉପସାଗରରେ ଖସିପଡ଼ିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ହୋନୋଲୁଲୁ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ରନୱେ ଅତିକ୍ରମ ନିକଟସ୍ଥ ସମୁଦ୍ରରେ ଖସି ପଡ଼ିଥିବା ବିମାନରେ ଅଗ୍ନିକାଣ୍ଡ ହେବାର ସମ୍ଭାବନା ରହିଥିଲା। ଯଦିଓ ଏଭଳି କୌଣସି ଅଘଟଣ ଘଟିନଥିଲା।