Dussehra Celebration: ଦେଶର ସେହି ଗାଁ; ଯେଉଁଠି କେବେ ପାଳିତ ହୁଏ ନାହିଁ ଦଶହରା
Advertisement
Article Detail0/zeeodisha/odisha1929346

Dussehra Celebration: ଦେଶର ସେହି ଗାଁ; ଯେଉଁଠି କେବେ ପାଳିତ ହୁଏ ନାହିଁ ଦଶହରା

Dussehra Ravan Dahan: ଦେଶରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଦଶହରା ଅବସରରେ ରାବଣ ପୋଡ଼଼ି ଆୟୋଜିତ ହୋଇନଥାଏ।

Dussehra Celebration: ଦେଶର ସେହି ଗାଁ; ଯେଉଁଠି କେବେ ପାଳିତ ହୁଏ ନାହିଁ ଦଶହରା

Dussehra Festival Celebration: ଅକ୍ଟୋବର ୨୪ ତାରିଖ ମଙ୍ଗଳବାର ସମଗ୍ର ଦେଶରେ ପାଳିତ ହୋଇଯାଇଛି ବିଜୟା ଦଶମୀ ସହ ଦଶହରା। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ରାବଣ ପୋଡ଼ି କାର୍ଯ୍ୟକ୍ରମ। ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ବିଜୟା ଦଶମୀ ପର୍ବ ପାଳିତ ହୋଇଥାଏ। ଦଶହରା ଅବସରରେ ରାବଣ ପୋଡ଼଼ି ସହ ବିଭିନ୍ନ ସ୍ଥାନରେ ରାମଲୀଳା ମଧ୍ୟ ଆୟୋଜିତ ହୋଇଯାଇଛି।

ମାତ୍ର ଦେଶରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଲଙ୍କାପତି ରାବଣକୁ ପୂଜା କରା ଯାଇଥାଏ। କେବଳ ସେତିକି ନୁହେଁ ଦଶହରା ଅବସରରେ ଆୟୋଜିତ ହେଉଥିବା ରାବଣ ପୋଡ଼଼ି କାର୍ଯ୍ୟକ୍ରମରେ ମଧ୍ୟ ରାବଣ ପୁତୁଳା ମଧ୍ୟ ଜଳା ଯାଇନଥାଏ। ଏପରି ଏକ ସ୍ଥାନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ। ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାର ମୁଖ୍ୟାଳୟ ଗ୍ରେଟର ନୋଏଡ଼ା ଠାରୁ ଅଳ୍ପ ଦୂରରେ ଅବସ୍ଥିତ ରହିଛି ବିସରଖ ନାମକ ଏକ ଗ୍ରାମ। 

କୁହାଯାଏ ଯେ ବିସରଖ ଗ୍ରାମର ଲୋକେ କେବେ ଦଶହରା ଉତ୍ସବରେ ଅଂଶଗ୍ରହଣ କରନ୍ତି ନାହିଁ। ଏପରିକି ଦଶହରା ଅବସରରେ ଆୟୋଜିତ ହେଉଥିବା ରାବଣ ପୋଡ଼଼ି କାର୍ଯ୍ୟକ୍ରମରେ ମଧ୍ୟ ରାବଣ ପୁତୁଳା ଜଳାନ୍ତି ନାହିଁ। ଦେଶରେ ଯେଉଁଠି ଦେଶରେ ରାବଣ ପୁତୁଳା ଜଳାଇବାକୁ ଅସତ୍ୟ ଉପରେ ସତ୍ୟର ବିଜୟ ବୋଲି ବିବେଚନା କରାଯାଇଥାଏ। ମାତ୍ର ରାବଣ ମୃତ୍ୟୁରେ ବିସରଖ ଗ୍ରାମବାସୀ ଶୋକ ପାଳନ କରିଥାନ୍ତି। କାରଣ ସେମାନେ ଲଙ୍କାପତି ରାବଣ ନିଜର, ପୁତ୍ର ଏବଂ ରକ୍ଷକ ଭାବରେ ବିବେଚନା କରିଥାନ୍ତି। ରାବଣ ଏହି ଗ୍ରାମରେ ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ।

ରାବଣ ଲାଗି ପ୍ରାର୍ଥନା କରିଥାଏ ବିସରଖ ଗାଁ
ଦଶହରା ଅବସରରେ  ବିସରଖ ଗ୍ରାମର ଲୋକେ ରାବଣ ଆତ୍ମାର ମୋକ୍ଷ ଏବଂ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇବା ଲାଗି ପ୍ରାର୍ଥନା କରିବା ପାଇଁ ଏକ ଯଜ୍ଞ ଆୟୋଜିତ କରିଥାନ୍ତି। ରାବଣ ପ୍ରତି ଗ୍ରାମବାସୀଙ୍କ ଅନନ୍ୟ ଦୃଷ୍ଟିକୋଣ ଏହି ବିଶ୍ୱାସରୁ ଉତ୍ପନ୍ନ ହୋଇଥିଲା ଯେ ଲଙ୍କାପତି ରାବଣ ଭଗବାନ ଶିବଙ୍କ ଜଣେ ଭକ୍ତ ଥିଲା। ଏହି କାରଣରୁ ବିସରଖ ଗ୍ରାମରେ ରାବଣ ଅପମାନିତ ହେବା ପରିବର୍ତ୍ତେ ସମ୍ମାନିତ ହୋଇଥାଏ।

ରାବଣକୁ ନିଜ ପୁଅ ବୋଲି ମାନିଥାଏ ବିସରଖ ଗାଁ
ସ୍ଥାନୀୟ ଲୋକକଥା ଅନୁସାରେ ଲଙ୍କାପତି ରାବଣକୁ ବିସରଖ ଗାଁ ନିଜର ନିଜ ପୁଅ ବୋଲି ମାନିଥାଏ। ତାଙ୍କୁ ଭଗବାନ ଶିବଙ୍କର ଜଣେ ବିଶ୍ୱସ୍ତ ଭକ୍ତ ତଥା ଲୋକଙ୍କ ରକ୍ଷକ ବୋଲି ବିସରଖ ଗ୍ରାମବାସୀ ବିବେଚନା କରିଥାନ୍ତି। ରାବଣ ଉପରେ ବିସରଖ ଗାଁ ଲୋକଙ୍କ ଆଭିମୁଖ୍ୟ ଆହୁରି କୌତୁହଳପୂର୍ଣ୍ଣ ହେବା ପଛରେ ଆଉ ଏକ କାରଣ ରହିଛି। ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଅତୀତରେ ରାବଣ ପୁତୁଳା ଜାଳିବାକୁ ଚେଷ୍ଟା କରିବା ଗାଁ ପାଇଁ ବହୁତ ବଡ଼ ଦୁର୍ଭାଗ୍ୟ ଆଣିଦେଇଛି।

ଲଙ୍କାପତି ପାଇଁ ପାଳିତ ହୋଇଥାଏ ଶୋକ
ବିସରଖ ଗ୍ରାମବାସୀଙ୍କ ଦୃଷ୍ଟିକୋଣ ଅନୁସାରେ ରାବଣ ମନ୍ଦ ଉପରେ ଭଲର ବିଜୟ ପ୍ରତୀକ ନୁହେଁ। ବରଂ ଏକ ପୁତ୍ର ଏବଂ ପ୍ରଭୁ ଶିବଙ୍କ ଭକ୍ତର ପ୍ରତୀକ। ରାବଣ ପୁତୁଳା ଜାଳିବା ଦ୍ୱାରା ଭାଗବାନ ଶିବଙ୍କ କ୍ରୋଧ ଆହୁରି ବଢିବ। ର ବିସରଖ ଗାଁ ଲୋକ ରାବଣ ମୃତ୍ୟୁରେ ଶୋକ ପାଳନ କରିଥାନ୍ତି। ଏପରିକି ରାବଣ ସଦଗତି ପାଇଁ ପାଇଁ ପ୍ରାର୍ଥନା କରିଥାନ୍ତି।