Airport: ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି ଟେବୁଲଟପ୍ ଏୟାରପୋର୍ଟ, କ'ଣ ରହିଛି ଏଭଳି ବିମାନ ବନ୍ଦରର ସ୍ୱତନ୍ତ୍ରତା?
Advertisement
Article Detail0/zeeodisha/odisha1679428

Airport: ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି ଟେବୁଲଟପ୍ ଏୟାରପୋର୍ଟ, କ'ଣ ରହିଛି ଏଭଳି ବିମାନ ବନ୍ଦରର ସ୍ୱତନ୍ତ୍ରତା?

 Airport in Uttar Pradesh: ସାମରିକ ଏବଂ ବେସାମରିକ ବିମାନ ବନ୍ଦର ପରେ ଏବେ ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି ଟେବୁଲଟପ୍ ଏୟାରପୋର୍ଟ। ଅନ୍ୟ ସାଧାରଣ ବିମାନ ଅପେକ୍ଷା ଟେବୁଲ ଟପ୍ ବିମାନ ବନ୍ଦର ଅନେକାଂଶରେ ସ୍ୱତନ୍ତ୍ର। 

Airport: ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି ଟେବୁଲଟପ୍ ଏୟାରପୋର୍ଟ, କ'ଣ ରହିଛି ଏଭଳି ବିମାନ ବନ୍ଦରର ସ୍ୱତନ୍ତ୍ରତା?

Tabletop Airport in Uttar Pradesh: ଆପଣ ସାଧାରଣ ବିମାନ ବନ୍ଦର ବିଷୟରେ ଶୁଣିଥିବେ। ବିମାନ ଯାତ୍ରା ପରିଚାଳନା କରିବା ଲାଗି ବ୍ୟବହୃତ ହେଉଥିବା ବିମାନ ବନ୍ଦର ଦୁଇ ପ୍ରକାରର ହୋଇଥାଏ। ତାହା ମଧ୍ୟରୁ ଗୋଟିଏ ହେଉଛି ସାମରିକ ବିମାନ ବନ୍ଦର ଏବଂ ବେସାମରିକ ବିମାନ ବନ୍ଦରର। ସାମରିକ ବିମାନ ବନ୍ଦର କେବଳ ସେନାବାହିନୀ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଅନ୍ୟପଟେ ବେସାମରିକ ବିମାନ ବନ୍ଦର ଯାତ୍ରୀ ଏବଂ ମାଲ ପରିବହନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। 

ଭାରତର ବିଭିନ୍ନ ରାଜ୍ୟରେ ଉଭୟ ସାମରିକ ଏବଂ ବେସାମରିକ ବିମାନ ବନ୍ଦର ରହିଛି। ଯାହା ମଧ୍ୟରେ ଉତ୍ତର ପ୍ରଦେଶ ହେଉଛି ଅନ୍ୟତମ। ଦେଶର ଏହି ରାଜ୍ୟରେ ଅନେକ ସାଧାରଣ ବିମାନ ବନ୍ଦର ରହିଛି। ହେଲେ ଟେବୁଲଟପ୍ ଏୟାରପୋର୍ଟ କୌଣସି ସ୍ଥାନରେ ନାହିଁ। ଉତ୍ତର ପ୍ରଦେଶର ଅନ୍ୟତମ ଧାର୍ମିକ ସ୍ଥାନ ଭାବରେ ପରିଚିତ ଚିତ୍ରକୂଟ ଠାରେ ଅବସ୍ଥିତ ବିନ୍ଧ୍ୟ ପର୍ବତମାଳା ଅବସ୍ଥିତ ରହିଥିବା ଅଞ୍ଚଳରେ ରାଜ୍ୟର ପ୍ରଥମ ଟେବୁଲଟପ୍ ଏୟାରପୋର୍ଟ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ବିମାନ ବନ୍ଦର କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ। ଏପରି ଧରଣର ବିମାନ ବନ୍ଦର ସହିତ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଭଳି ଏୟାରପୋର୍ଟ ସାଧାରଣ ସହରରେ ନିର୍ମିତ ହୁଏ ନାହିଁ। ଟେବୁଲଟପ୍ ଏୟାରପୋର୍ଟ ସେଠାରେ ନିର୍ମାଣ କରାଯାଇଥାଏ ଯେଉଁଠାରେ ଏକ ସାଧାରଣ ବିମାନ ବନ୍ଦର ତିଆରି କରିବାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

ଟେବୁଲଟପ୍ ଏୟାରପୋର୍ଟ କାହାକୁ କୁହାଯାଏ?
ଟେବୁଲଟପ୍ ଏୟାରପୋର୍ଟ ସାଧାରଣ ବିମାନ ବନ୍ଦର ଠାରୁ ଅନେକ ଦୃଷ୍ଟିକୋଣରେ ବହୁତ ସ୍ୱତନ୍ତ୍ର। ଯେହେତୁ ଏହାର ନାମ ସୂଚିତ କରିଥାଏ ଯେ, ଏପରି ବିମାନ ବନ୍ଦରର ଗଠନ ଠିକ୍ ଏକ ଟେବୁଲ୍ ପରି ହୋଇଥାଏ। ଅର୍ଥାତ ଏହି ବିମାନ ବନ୍ଦରରେ ରନ ୱେ ରହିବା ସହିତ ଏହାର ଉଭୟ ପାର୍ଶ୍ୱରେ ଗଭୀର ଖାଲ ରହିଥାଏ। ଯେଉଁଠାରେ କେବଳ ପାହାଡ ପର୍ବତ କିମ୍ବା ମାଳଭୂମି ରହିଛି, ସେଠାରେ ଏହାର ନିର୍ମାଣ କରାଯାଇଥାଏ। ଉପର ଭାଗରୁ ଏହି ବିମାନ ବନ୍ଦର ଏକ ଟେବୁଲ ଭଳି ଦେଖାଯାଇଥାଏ। ଉତ୍ତର ପ୍ରଦେଶ ଚିତ୍ରକୂଟ ଅଞ୍ଚଳରେ ନିର୍ମିତ ହେଉଥିବା ଏହି ବିମାନ ବନ୍ଦର ପାଇଁ ପ୍ରାୟ ୧୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହା ପ୍ରଥମ ଏୟାରପୋର୍ଟ ହେବ। ଏହି ବିମାନବନ୍ଦର ସମ୍ପୂର୍ଣ୍ଣ ଭାବେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧିନରେ ରହିବ। ଏହି ବିମାନ ବନ୍ଦରରେ କେବଳ ୨୦ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରାଯିବ।

ଦେଶର ଏହି ସ୍ଥାନରେ ରହିଛି ଟେବୁଲଟପ୍ ଏୟାରପୋର୍ଟ
ଟେବୁଲଟପ୍ ଏୟାରପୋର୍ଟ କେବଳ ଉତ୍ତର ପ୍ରଦେଶ ଠାରେ ନିର୍ମାଣ କରାଯାଉନାହିଁ। ଦେଶରେ ଏଭଳି ବିମାନ ବନ୍ଦର ମିଜୋରାମର ଲେଙ୍ଗପୁଇ, ହିମାଚଳ ପ୍ରଦେଶର ଶିମଲା ଏବଂ କୁଲୁ, ସିକ୍କିମର ପାକ୍ୟୋଙ୍ଗ, କର୍ଣ୍ଣାଟକର ମାଙ୍ଗାଲୁରୁ, କେରଳର କୋଝିକୋଡ ଏବଂ କନ୍ନୁର ଠାରେ ଅବସ୍ଥିତ ଅଛି। କୌଣସି ସାଧାରଣ ପାଇଲଟ୍ ଏହି ବିମାନ ବନ୍ଦରରେ ବିମାନ ଅବତରଣ କରାଇ ପାରିବେ ନାହିଁ। ଟେବୁଲଟପ୍ ଏୟାରପୋର୍ଟ ଠାରେ ବିମାନ ଅବତରଣ କରାଇବା ପାଇଁ ବିମାନ ଚାଳକଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥାଏ। ଟେବୁଲଟପ୍ ଏୟାରପୋର୍ଟ ଠାରେ କୌଣସି ପ୍ରକାରର ବିମାନ ଅବତରଣ କରାଇବା ଏତେ ସହଜ ନୁହେଁ। ଏହାର ରନୱେ ସାଧାରଣ ବିମାନ ବନ୍ଦର ରନୱେ ଅପେକ୍ଷା ବହୁତ ଛୋଟ ହୋଇଥାଏ। ବର୍ଷା ଦିନେ ଏଭଳି ବିମାନ ବନ୍ଦରରେ ଅଧିକାଂଶ ସମୟରେ ସମସ୍ୟା ଉପୁଜିଥାଏ। କାରଣ ଯେତେବେଳେ ବର୍ଷା ହେବା ସମୟରେ ରନୱେ ଓଦା ହୋଇଯାଏ, ସେତେବେଳେ ବିମାନ ଅବତରଣ କରିବା ସମୟରେ ଖସିଯିବାର ସମ୍ଭାବନା ରହିଥାଏ।