Young Lady Beating News: ବିବାହ ପୂର୍ବରୁ ବୋହୂକୁ ବାଡେଇଲେ ଶାଶୁଘର ଲୋକ, ଏହି କଥାକୁ ନେଇ ଥିଲେ ନାରାଜ
Advertisement
Article Detail0/zeeodisha/odisha1772306

Young Lady Beating News: ବିବାହ ପୂର୍ବରୁ ବୋହୂକୁ ବାଡେଇଲେ ଶାଶୁଘର ଲୋକ, ଏହି କଥାକୁ ନେଇ ଥିଲେ ନାରାଜ

Hardoi Young Lady Beating News: ବିବାହ ପୂର୍ବରୁ ଜଣେ ଯୁବତୀଙ୍କ ମାଡ଼ ମରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ପକ୍ଷରୁ ଏହି ଘଟଣାର ଆରମ୍ଭ ହୋଇଯାଇଛି ତଦନ୍ତ।

Young Lady Beating News: ବିବାହ ପୂର୍ବରୁ ବୋହୂକୁ ବାଡେଇଲେ ଶାଶୁଘର ଲୋକ, ଏହି କଥାକୁ ନେଇ ଥିଲେ ନାରାଜ

Young Lady Beating by In Laws in UP: ସଦ୍ୟ ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଏଠାରେ ଜଣେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟଙ୍କ ପରିବାର ସଦସ୍ୟ ସେମାନଙ୍କ ବିବାହ ସ୍ଥିର କରି ଦେଇଥିଲେ। ଏହି ବିବାହ ଆସନ୍ତା ଅକ୍ଟୋବରରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ବିବାହ ପୂର୍ବରୁ ଯୁବତୀଙ୍କୁ ତାଙ୍କ ଶାଶୁଘର ଲୋକଙ୍କ ଦ୍ୱାରା ମାଡ଼ ମରା ଯାଇଥିବାର ଘଟଣା ସାମ୍ନାକୁ ଆସିଛି। ଏନେଇ ମିଳିଥିବା ଖବର ଅନୁସାରେ ଯୁବତୀଙ୍କ ଶାଶୁଘର ଲୋକ ବିବାହ ପାଇଁ ଯୌତୁକ ଦାବି କରୁଥିଲେ। ଯେତେବେଳେ ଯୁବତୀଙ୍କ ବାପା ଏହାକୁ ନେଇ ଆପତ୍ତି ଉଠାଇଲେ, ସେତେବେଳେ ଶାଶୁଘର ଲୋକ ଯୁବତୀଙ୍କୁ ଘରୁ ଡାକି ତାଙ୍କ ସହ କଥା ହୋଇଥିଲେ। ହେଲେ ବାହାଘର ସମ୍ପର୍କରେ କଥାବାର୍ତ୍ତା କରିବା ବେଳେ ଶାଶୁଘର ଲୋକ ଯୁବତୀଙ୍କୁ ପିଟିଥିଲେ।

ହେବାକୁ ଯାଉଥିବା ବୋହୂକୁ ମାଡ଼ ମାରିଲେ ଶାଶୁଘର ଲୋକ
ଆମେ ଆପଣଙ୍କୁ କହି ରଖୁଛୁ ଯେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକେ ସେମାନଙ୍କ ମୋବାଇଲ ଯୋଗେ ମାଡ଼ ମରାଯିବା ଘଟଣାର ଭିଡିଓ ରେକର୍ଡିଂ (Young Lady Beating Video Hardoi) କରିଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି ଦେଇଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି (Young Lady Beating Viral Video UP)। ବିବାହ ପୂର୍ବରୁ ଜଣେ ଯୁବତୀଙ୍କୁ ଶାଶୁଘର ଲୋକଙ୍କ ଦ୍ୱାରା ମାଡ଼ ମରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାଡ଼ ମରାଯିବାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରେମ ବିବାହ କରିବାକୁ ଯାଉଥିଲେ ଯୁବକ-ଯୁବତୀ 
ଜାଣି ରଖନ୍ତୁ ଯେ କିଛି ମହିଳାଙ୍କ ଦ୍ୱାରା ଜଣେ ଯୁବତୀଙ୍କ ମାଡ଼ ମରାଯିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଉତ୍ତର ପ୍ରଦେଶ (Uttar Pradesh) ହରଦୋଇ ଜିଲ୍ଲାର (Hardoi
District) ଶାହବାଦ ଅଞ୍ଚଳରେ (Shahabad Town) ଘଟିଥିବାର ଜମାପଡ଼ିଛି। ଏନେଇ କୁହାଯାଉଛି ଯେ ଏହି ଘଟଣା ପୋଲିସ ଷ୍ଟେସନ (Shahabad Police Station) ପଛ ପଟରେ ଅବସ୍ଥିତ କାଶିରାମ କଲୋନୀ ଠାରେ ଘଟିଛି। ଶାହାବାଦ କାଂଶୀରାମ କଲୋନୀ (Kanshi Ram Colony Shahabad) ନିବାସୀ ଏହି ଯୁବତୀଙ୍କର ସାଣ୍ଡି ସ୍ଥିତ ବେହେଟି ଗ୍ରାମରେ ରହୁଥିବା ନରସିଂହଙ୍କ ସହ ପ୍ରେମ ସମ୍ପର୍କ ରହିଥିଲେ। ଏହି ପ୍ରେମ ସମ୍ପର୍କରେ ବିଷୟରେ ଜାଣିବା ପରେ ଯୁବତୀଙ୍କ ପରିବାର ଲୋକ ବିବାହ ପାଇଁ ପୁଅ ପରିବାର ଉପରେ ଚାପ ପକାଇଥିଲେ। ଯାହା ପରେ ଉଭୟ ପକ୍ଷ ବାହାଘରକୁ ନେଇ ରାଜି ହୋଇଥିଲେ।

ବାହାଘରକୁ ନେଇ ଏହି ଦାବି କରିଥିଲେ ଯୁବକଙ୍କ ପରିବାର 
ବାହାଘର ଆସନ୍ତା ଅକ୍ଟୋବରରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମୟରେ ଯୁବକଙ୍କ ପରିବାର ଲୋକ ଯୁବତୀଙ୍କ ଘର ଲୋକଙ୍କୁ ଯୌତୁକରେ ନଗଦ ଟଙ୍କା ଦେବା ଏବଂ ବିବାହ ପାଇଁ ଏକ ଭଲ ବିବାହ ମଣ୍ଡପ ବୁକ୍ କରିବାକୁ କହିଥିଲେ। ଏହି ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହା ପରେ ଯୁବକଙ୍କ ପରିବାର ଲୋକ ଯୁବତୀଙ୍କୁ ଶାହାବାଦ ସହରର ଥାନା ନିକଟରେ ସାକ୍ଷାତ କରିବାକୁ ଡାକିଥିଲେ। ଯେଉଁଠାରେ ଯୁବତୀ ଜଣଙ୍କ ପହଞ୍ଚିଥିଲା। ଯେତେବେଳେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ସେତେବେଳେ ଯୁବତୀଙ୍କ ସହ ଯୁବକଙ୍କ ଘରର କିଛି ମହିଳାଙ୍କ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଯୁବତଙ୍କ ପକ୍ଷର ମହିଳା ଯୁବତୀଙ୍କୁ ମାଡ଼ ମାରିଥିଲେ।