Lord Hanuman: ଏହି ଗ୍ରାମରେ ଭଗବାନ ହନୁମାନଙ୍କ ପୂଜା କରନ୍ତି ନାହିଁ ଲୋକେ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1639004

Lord Hanuman: ଏହି ଗ୍ରାମରେ ଭଗବାନ ହନୁମାନଙ୍କ ପୂଜା କରନ୍ତି ନାହିଁ ଲୋକେ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Lord Hanumans Worshipping: ଆସନ୍ତା ୬ ତାରିଖରେ ପାଳିତ ହେବାକୁ ଯାଉଛି ହନୁମାନ ଜୟନ୍ତୀ। ହେଲେ ଏକ ଚମକାଇବା ଭଲି କଥା ହେଉଛି ଯେ ଭାରତରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଗ୍ରାମବାସୀ ତ୍ରେତୟା ଯୁଗ ସମୟରୁ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତି ନାହିଁ।

Lord Hanuman: ଏହି ଗ୍ରାମରେ ଭଗବାନ ହନୁମାନଙ୍କ ପୂଜା କରନ୍ତି ନାହିଁ ଲୋକେ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Hanuman Jayanti: ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣରେ ସଞ୍ଜୀବନୀ ବୁଟି ଦ୍ୱାରା ଭଗବାନ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରାଯିବା ଘଟଣା ବିଷୟରେ ଆମେ ସମସ୍ତେ ଭଲ ଭାବରେ ଜାଣିଛେ। ସଞ୍ଜୀବନୀ ନେବା ପାଇଁ ହନୁମାନ ସୁଦୂର ଲଙ୍କାରୁ ହିମାଳୟ ପର୍ବତ ପର୍ଯ୍ୟନ୍ତ ଆସିଥିଲେ। ହନୁମାନ ହିମାଳୟରୁ କେବଳ ସଞ୍ଜୀବନୀ ଔଷଧ ନେଇନଥିଲେ ବରଂ ସମଗ୍ର ପର୍ବତ ଉଠାଇ ନେଇଥିଲେ। ହନୁମାନ ଆଣିଥିବା ଜଡ଼ି ବୁଟି ଦ୍ୱାରା ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରାଯାଇଥିଲା। ହେଲେ ଏହି ଘଟଣା ପରେ ଏଭଳି କିଛି ଘଟଣା ଘଟିଗଲା ଯାହା ବିଷୟରେ ବହୁତ କମ ଲୋକ ଜାଣନ୍ତି। 

ଦେବଭୂମି ଉତ୍ତରାଖଣ୍ଡରେ ଏପରି ଏକ ଗାଁ ରହିଛି ଯେଉଁଠାରେ ଲୋକେ ଆଜି ପର୍ଯ୍ୟନ୍ତ କଳିୟୁଗର ଜୀବନ୍ତ ଭଗବାନ କୁହାଯାଉଥିବା ଭଗବାନ ହନୁମାନଙ୍କ ଉପରେ ରାଗିଛନ୍ତି। ଏହି ଗ୍ରାମର ନାଁ ହେଉଛି ଦ୍ରୋଣାଗିରି। ଏହି ଗ୍ରାମରେ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଏ ନାହିଁ କିମ୍ବା ଲାଲ ରଙ୍ଗର ପତାକା ଉତ୍ତୋଳନ କରାଯାଏ ନାହିଁ।

ଉତ୍ତରାଖଣ୍ଡ ଚମୋଲି ଅଞ୍ଚଳରେ ଅବସ୍ଥିତ ଦ୍ରୋଣାଗିରି ଗ୍ରାମରେ ବସବାସ କରୁଥିବା ଲୋକ ବିଶ୍ୱାସ କରନ୍ତି ଯେ ଯେତେବେଳେ ଲକ୍ଷ୍ମଣଙ୍କ ପାଇଁ ହନୁମାନ ସଞ୍ଜୀବନୀ ବୁଟି ନେବା ପାଇଁ ଯେଉଁ ପର୍ବତ ଉଠାଇ ନେଇଥିଲେ, ତାହା ଏହି ଗ୍ରାମରେ ଅବସ୍ଥିତ ଥିଲା। ଏହି ପର୍ବତକୁ ଦ୍ରୋଣାଗିରି ଗ୍ରାମର ଲୋକ ପୂଜାର୍ଚ୍ଚନା କରୁଥିଲେ।

ଦ୍ରୋଣାଗିରି ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯେତେବେଳେ ହନୁମାନ ସଞ୍ଜୀବନୀ ବୁଟି ସଂଗ୍ରହ କରିବାକୁ ଆସିଥିଲେ, ସେତେବେଳେ ପର୍ବତା ଦେବତା ଧ୍ୟାନରେ ଥିଲେ। ସଞ୍ଜୀବନୀ ନେବା ହନୁମାନ ପର୍ବତ୍ୟ ଦେବତାଙ୍କ ଠାରୁ ଅନୁମତି ମଧ୍ୟ ନେଇ ନଥିଲେ କିମ୍ବା ତାଙ୍କର ଧ୍ୟାନ ସମାପ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିନଥିଲେ। ସଞ୍ଜୀବନୀ ନେବା ହନୁମାନ ପର୍ବତକୁ ଉଠାଇ ନେଇଥିଲେ। ଯାହା ପରେ ଆଜି ପର୍ଯ୍ୟନ୍ତ ଏଠାକାର ଲୋକ ହନୁମାନଙ୍କ ଉପରେ ନାରଜ ଅଛନ୍ତି।

ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ହନୁମାନ ପର୍ବତ ଦେବତାଙ୍କ ସାଧନା ଭଙ୍ଗ କରିଥିଲେ। କେବଳ ଏତିକି ନୁହେଁ, ଦ୍ରୋଣାଗିରି ପର୍ବତ ନେବାବେଳେ ହନୁମାନ ମଧ୍ୟ ପର୍ବତ୍ୟ ଦେବତାଙ୍କ ଡାହାଣ ବାହୁକୁ ଉପାଡି ଦେଇଥିଲେ। ବିଶ୍ୱାସ କରାଯାଏ ଯେ ଆଜି ମଧ୍ୟଂ ଏହି ପର୍ବତରୁ ଲାଲ ରଙ୍ଗର ରକ୍ତ ପ୍ରବାହିତ ହେଉଛି। ଏହି କାରଣରୁ ଦ୍ରୋଣାଗିରି ଗ୍ରାମର ଲୋକ ହନୁମାନଙ୍କୁ ପୂଜା କରନ୍ତି ନାହିଁ କିମ୍ବା ନାଲି ରଙ୍ଗର ପତାକା ଉତ୍ତୋଳନ କରନ୍ତି ନାହିଁ।

ଏହା ମଧ୍ୟ କୁହାଯାଏ ଯେ ଯେତେବେଳେ ହନୁମାନ ସଞ୍ଜିବନୀ ସଂଗ୍ରହ କରିବାକୁ ଦ୍ରୋଣାଗିରି ଆସିଥିଲେ, ସେତେବେଳେ ସେ ଜଣେ ବୃଦ୍ଧ ମହିଳାଙ୍କୁ ଦେଖିଥିଲେ। ସେ ମହିଳାଙ୍କୁ ପଚାରିଥିଲେ ତାଙ୍କୁ ସଞ୍ଜୀବନୀ ବୁଟି କେଉଁଠାରୁ ମିଳିବ? ଏହା ପରେ ସେହି ବୃଦ୍ଧା ମହିଳା ଜଣଙ୍କ ହନୁମାନଙ୍କୁ ଦ୍ରୋଣାଗିରି ପର୍ବତ ଦେଖାଇଥିଲେ।

ଯଦିଓ ହନୁମାନ ସମଗ୍ର ପର୍ବତକୁ ଉଠାଇ ନେଇଥିଲେ ହେଲେ ସଞ୍ଜୀବନୀ ବୁଟି ଚିହ୍ନି ପାରିନଥିଲେ। ହନୁମାନ ଦ୍ରୋଣାଗିରି ପର୍ବତର ଏକ ବଡ଼ ଅଂଶକୁ ଉଠାଇ ନେଇଥିଲେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଏକଥା ଜାଣିବା ପରେ ଗ୍ରାମବାସୀ ସେହି ବୃଦ୍ଧ ମହିଳାଙ୍କୁ ସାମାଜିକ ଭାବେ ବାସନ୍ଦ କରିଥିଲେ। ଆଜି ମଧ୍ୟ ଏହି ଗ୍ରାମର ଗ୍ରାମବାସୀ ସେମାନଙ୍କର ଆରାଧ୍ୟ ପର୍ବତର ବିଶେଷ ଉପାସନାରେ ମହିଳାଙ୍କ ହାତରେ ଦିଆଯାଇଥିବା କୌଣସି ଖାଦ୍ୟ ଖାଆନ୍ତି ନାହିଁ।

ସଞ୍ଜୀବନୀ ବୁଟି ପୁରାଣରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହାର ଔଷଧୀୟ ଗୁଣ ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବିଶ୍ୱାସ କରାଯାଏ ଯେ ଏହି ଔଷଧ କେବଳ ପେଟ ରୋଗରେ ନୁହେଁ ବରଂ ଉଚ୍ଚତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ। ସଞ୍ଜୀବନୀ ବୁଟି ଦେବଭୂମି ଉତ୍ତରାଖଣ୍ଡ ସହିତ ଉତ୍ତରପ୍ରଦେଶ ଏବଂ ଓଡିଶା ସମେତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ମିଳିଥାଏ।