Viral Video: ଗୋଟିଏ ସମୟରେ ଦୁଇ ହାତରେ ୧୧ ପ୍ରକାର ଲେଖି ରେର୍କଡ଼ କଲେ ନାବାଳିକା, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1596156

Viral Video: ଗୋଟିଏ ସମୟରେ ଦୁଇ ହାତରେ ୧୧ ପ୍ରକାର ଲେଖି ରେର୍କଡ଼ କଲେ ନାବାଳିକା, ଭିଡ଼ିଓ ଭାଇରାଲ

Viral Video: ଏହି ବିଶାଳ ପୃଥିବୀରେ ମନୁଷ୍ୟକୁ ଶ୍ରେଷ୍ଠ ପ୍ରାଣୀ ଭାବେ ଭଗବାନ ଗଢିଛନ୍ତି। ସମଗ୍ର ଜୀବ ଜଗତରେ ମନୁଷ୍ୟ ବୁଦ୍ଧି ପ୍ରୟୋଗ କରି ନିଜ ପ୍ରଚେଷ୍ଟାରେ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଛି। ତେବେ ଏହି ସବୁକୁ ବାଦ ଦେଲେ ଦୁନିଆରେ କିଛି ଏମିତି ବ୍ୟକ୍ତିତ୍ୱ ଲୋକ ଲୋଚନକୁ ଆସନ୍ତି ଯେଉଁମାନେ ନିଜ ଅସାଧାରଣ ପ୍ରତିଭା ଦ୍ୱାରା ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି।

ସୌ(ସୋସିଆଲ ମିଡିଆ)

କୁହାଯାଏ ଯେ ମନୁଷ୍ୟ ନିଜ ମସ୍ତିଷ୍କର ୧୦ ଭାଗ କୌଣସି କାମ କରିବା ପାଇଁ ବ୍ୟବହାର କରିପାରନ୍ତି। କିନ୍ତୁ ଯଦି ଜଣେ ମଣିଷ ନିଜ ମସ୍ତିଷ୍କକୁ ପୂର୍ଣ୍ଣ ମାତ୍ରାରେ ବ୍ୟବହାର କରିବାରେ ସମର୍ଥ ହୁଏ ତେବେ ଅସମ୍ଭବ ଲାଗୁଥିବା କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ । କ’ଣ ଆପଣ କେବେ କାହାକୁ ଦୁଇ ହାତ ଦ୍ୱାରା ଲେଖିବାର ଦେଖିଛନ୍ତି କି । ଯଦିଓ ଦେଖିଥିବେ କିନ୍ତୁ ଦୁଇ ହାତରେ ୧୧ ପ୍ରକାରର ଭିନ୍ନ ଭିନ୍ନ ଲେଖା ଆପଣ କେବେ ଦେଖିନଥିବେ । ଆମେ ଏଠି ଜଣେ ଏମିତି ଜଣେ ପ୍ରତିଭାଙ୍କ ବିଷୟରେ କହୁଛୁ ଯିଏ ନିଜର ଅସାଧାରଣ ପ୍ରତିଭା ବଳରେ ନିଜ ୨ ହାତରେ ୧୧ ପ୍ରକାରର ଲେଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଭାରତର ମାଙ୍ଗାଲୁରୁ ସହରରେ ୧୭ ବର୍ଷୀୟା ନାବାଳିକା ଆଦି ସ୍ୱରୁପାଙ୍କର ଏକ ଭିଡିଓ ସୋସିଆଲ ମିଡି଼ଆରେ ବେଶ ଭାବରେ ଭାଇରାଲ ହେଉଛି। ସେହି ଭିଡିଓରେ ଆଦି ସ୍ୱରୁପା ନିଜ ୨ ହାତ ସାହାଯ୍ୟରେ କଳାପଟାରେ ଲେଖୁଥିବାର ଦୃଶ୍ୟ ରହିଛି। କେବଳ ଏହା ନୁହେଁ, ଲେଖିବାର ସ୍ପିଡ ଦେଖିଲେ ଆମ ପରି ସାଧାରଣ ଭାବରେ ଲେଖୁଥିବା ମଣିଷ ଆଶ୍ଚର୍ଯ୍ୟ ହେବ ନିଶ୍ଚୟ। ତେବେ ଏହି ଭିଡିଓଟି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି। କାରଣ ନିଜ ଦୁଇ ହାତର ବ୍ୟବହାର କରି ୧୧ ପ୍ରକାରର ଭିନ୍ନ ଭିନ୍ନ ଲେଖି ପାରିବା ପରି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଆଦି ସ୍ୱରୁପା। କେବଳ ଏତିକି ନୁହେଁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବ ଆଖିରେ ପଟି ବାନ୍ଧିବା ପରେ ମଧ୍ୟ ସେ ଲେଖି ପାରନ୍ତି । ତେବେ ତାଙ୍କର ଏହି ଅସାଧାରଣ କାମ ପାଇଁ ତାଙ୍କୁ ଲତା ଫାଉଣ୍ଡେସନ ପକ୍ଷରୁ ବିଶେଷ ବିଶ୍ୱ ରେକର୍ଡ଼ ମାନ୍ୟତା ଦିଆଯାଇଛି । ଏହା ପୂର୍ବରୁ ଆଦି ସ୍ୱରୁପାଙ୍କ ନାଁରେ ଏକା ସହିତ ଦୁଇ ହାତରେ ସବୁଠୁ ଅଧିକ ଶବ୍ଦ ଲେଖିବାର ବିଶ୍ୱ ରେକର୍ଡ଼ ମଧ୍ୟ ରହିଛି ।

ଏହି ଭିଡିଓକୁ ରବି କରକରା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ‘କୋଟିଏରେ ଗୋଟିଏ ଟ୍ୟାଲେଣ୍ଟ କହି’ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । ଏହି ଭିଡିଓକୁ ଏଯାବତ ୩.୩ ମିଲିୟନ ଲୋକ ଦେଖି ସାରିବା ସହିତ ୧୧.୭ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି । ଏହି ଭିଡିଓରେ ଭାରତୀୟ ଗୋଲ୍ଫ ଖେଲାଳି ୟୁଭରାଜ ସିଂ ସାନ୍ଧୁ କମେଣ୍ଟ କରି ଲେଖିଲେ - ଫେନୋମେନାଲ ଟ୍ୟାଲେଣ୍ଟ । ଆଉ ଜଣେ ୟୁଜର ଲେଖିଥିଲେ ମାନିବାକୁ ପଡି଼ବ ମୋ ଦ୍ୱାରା ସାଧାରଣ ଲେଖିବା ମଧ୍ୟ ସମ୍ଭବ ହୋଇପାରେ ନାହିଁ ।

ଏହାମଧ୍ଯ ପଢନ୍ତୁ- Viral News: ଲାଜସରମ ପୋଡ଼ି ଖାଇଲେ ଯୁବତୀ, ମେଟ୍ରୋରେ କଲେ ଧୂଆଁଧାର ଡାନ୍ସ, ଭିଡ଼ିଓ ଭାଇରାଲ