Viral News: ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଏକ ଲୁନାରେ ଏତେମାତ୍ରାରେ ଗୋଖାଦ୍ୟ ସାମଗ୍ରୀ ଭରିଛନ୍ତି ଯାହା ଏକ ଟ୍ରଲିରେ ନିଆଯିବା କଥା ।
Trending Photos
Viral News: ବର୍ତ୍ତମାନ ସୋସିଆଲ ମିଡିଆ (Social media)ର ଯୁଗ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭିଡିଓ ଅପଲୋଡ (Upload) ହେଉଥିବା ସମୟରେ ସେମଧ୍ୟରୁ କିଛି ଭିଡିଓ ଖୁବ୍ ଭାଇରାଲ୍ (Viral) ହୋଇଯାଏ । ଯାହାକୁ ଦର୍ଶକେ ଖୁବ ପସନ୍ଦ କରିଥାନ୍ତି । ସମାଜକୁ କିଛି ଭଲ ବାର୍ତ୍ତା ଦେଉଥିବା ଭିଡିଓ ସହ କେବେ ଏମିତି କିଛି ଭିଡିଓ ବି ଭାଇରାଲ୍ ହୁଏ ଯାହାକୁ ନେଇ ଲୋକମାନେ ଖୁବ୍ ଚର୍ଚ୍ଚା ଆଲୋଚନା (Discussion) କରିଥାନ୍ତି । ଅନେକ ଭିଡିଓ ଆପଣଙ୍କ ହସର କାରଣ ମଧ୍ୟ ହୋଇଥାଏ । ଆଉ କେତେକ ଭିଡିଓ ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ (Very surprised) କରିଦିଏ । ସେହିପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇ ବର୍ତ୍ତମାନ ସଭିଙ୍କ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ହସକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ କଷ୍ଟକର ହେବ । କାରଣ ଭିଡିଓରେ ଜଣେ ବ୍ୟକ୍ତି ଏକ ୨ ଚକିଆ ଯାନରେ ଖୁବ୍ ଅଧିକ ମାତ୍ରାରେ ଓଭର ଲୋଡିଂ (Over loading) କରୁଥିବା ଦେଖିବାକୁ ମିଳିଛି । ଏହି ଅଜବ ଭିଡିଓରେ କିଛି ଲୋକ ତାଙ୍କୁ ଜଣେ ଭାରୀ ଡ୍ରାଇଭର (Heavy driver) ବୋଲି କହୁଛନ୍ତି । ସେହି ବ୍ୟକ୍ତିଙ୍କ ଅସାଧାରଣ ଶୈଳୀକୁ ଦେଖି ଅନେକ ବ୍ୟକ୍ତି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ପଡିଛନ୍ତି । ଭିଡିଓ ଦେଖିବା ଦ୍ୱାରା, ଆପଣ ବୁଝିପାରିବେ ଯେ, ଏହା କେତେ ବିପଜ୍ଜନକ (Dangerous) ହୋଇପାରେ ।
ଦେଖନ୍ତୁ ଭିଡିଓ-
https://www.instagram.com/reel/Ct8a8KqI_Rp/?utm_source=ig_web_copy_link&...
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଦୁଇ ଚକିଆ ଯାନ (Two wheeler) ଉପରେ ଗୋଖାଦ୍ୟ ସାମଗ୍ରୀ ନେଇ ଯାତ୍ରା କରୁଛନ୍ତି । ଯାହାକୁ ଦୂରରୁ ଦେଖିଲେ ଯେ କେହି ବି କହିବ ଏହା ହୁଏତ ଏକ ୩ କିମ୍ୱା ୪ ଚକିଆ ଯାନ ହୋଇଥିବ । କାରଣ ଏତେ ମାତ୍ରାରେ ସାମଗ୍ରୀ ଲୋଡ କରି ଗାଡିକୁ ଡ୍ରାଇଭ୍ କରି ରାସ୍ତାରେ ଅତିକ୍ରମ (Road Crossing) କରିବା ଅନେକଙ୍କୁ ଅସମ୍ଭବ ପରି ମନେ ହେଉଛି । ଉକ୍ତ ୨ ଚକିଆ ଗାଡିରେ ଏତେ ଅଧିକ ମାତ୍ରାରେ ଗଛର ପତ୍ର ଓ ଡାଳ ଲଦା ଯାଇଛି ଯେ, ସେଥିରେ ବସିବା ପାଇଁ ମଧ୍ୟ ସ୍ଥାନ ନାହିଁ । ଭିଡିଓରେ, ଆପଣ ଦେଖିବାକୁ ପାଉଥିବେ ଅନେକ କଷ୍ଟରେ ଖୁବ୍ ବିପଜ୍ଜନକ ଅବସ୍ଥାରେ ବାଲାନ୍ସ (Balance) କରି ବ୍ୟକ୍ତି ଜଣକ ଗାଡି ଚଳାଉଛନ୍ତି । ତାହା ସହିତ ବ୍ୟକ୍ତି ଜଣକ ହେଲମେଟ (Helmet) ମଧ୍ୟ ପିନ୍ଧି ନାହାନ୍ତି । ତେଣୁ ବ୍ୟକ୍ତି ଜଣକ ନିଜ ଜୀବନକୁ ବିପଦରେ ପକାଇ ଏପରି କରୁଥିବା ମନେ ହେଉଛି । ତାଙ୍କର ଭୁଲ କାରଣରୁ ଏହା ବ୍ୟକ୍ତି ଜଣକଙ୍କ ଉପରେ ଭାରୀ ମଧ୍ୟ ପଡିପାରେ ।
ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ (Instagram)ରେ ସେୟାର କରାଯାଇଛି । ମାତ୍ର ୬ ଦିନ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓକୁ ୫୦ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଏଥି ସହିତ, କିଛି ଲୋକ ଯେଉଁମାନେ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିଛନ୍ତି ସେହି ବ୍ୟକ୍ତିଙ୍କ ଏପରି କାର୍ଯ୍ୟ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି । ଏହି ସମୟରେ, କିଛି ଲୋକ ଏହି ଭିଡିଓକୁ ନେଇ ମଜା କରୁଥିବା ଦେଖିବାକୁ ମିଳୁଛି । ଭିଡିଓ ଦେଖିଥିବା କରିଥିବା ଜଣେ ବ୍ୟକ୍ତି ଏହି ବ୍ୟକ୍ତିଙ୍କୁ ଭାରୀ ଡ୍ରାଇଭର ବୋଲି କମେଣ୍ଟ୍ ଦେଇଛନ୍ତି । ଏଥି ସହ ବର୍ତ୍ତମାନ ମଧ୍ୟ ଏହି ଭିଚିଓକୁ ବ୍ୟାପକ ମାତ୍ରାରେ ସେୟାର କରାଯାଉଥିବା ଦେଖିବାକୁ ମିଳିଛି ।
Also read- Ticket to India: ଜିମ୍ବାୱେ ଠାରୁ ୯ ୱିକେଟରେ ଜିତିବା ପରେ ଆଇସିସି ବିଶ୍ୱକପ୍ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କଲା ଶ୍ରୀଲଙ୍କା