Bus Accident News: ଚଣ୍ଡିଗଡ-ମନାଲି ରାସ୍ତାରେ ବସ୍ ଦୁର୍ଘଟଣା, ୧ ମୃତ ୬ ଗୁରୁତର
Advertisement
Article Detail0/zeeodisha/odisha2091285

Bus Accident News: ଚଣ୍ଡିଗଡ-ମନାଲି ରାସ୍ତାରେ ବସ୍ ଦୁର୍ଘଟଣା, ୧ ମୃତ ୬ ଗୁରୁତର

Bus Accident News: ଚଣ୍ଡିଗଡ-ମନାଲି ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା କାରଣରୁ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି ।

Bus Accident News: ଚଣ୍ଡିଗଡ-ମନାଲି ରାସ୍ତାରେ ବସ୍ ଦୁର୍ଘଟଣା, ୧ ମୃତ ୬ ଗୁରୁତର

Chandigarh Manali NH Accident: ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ନିକଟରେ ପୁଣି ଏକ ଦୁର୍ଘଟଣା ଘଟିଛି । ଏକ ଘରୋଇ ଭୋଲବୋ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ, ଚଣ୍ଡିଗଡ ଏବଂ ମନାଲିକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ପ୍ରତିଦିନ ଅନେକ ଯାନବାହନ ଚଳାଚଳ କରିଥାଏ । ଅନେକ ସମୟରେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଏବଂ କୁହୁଡି କାରଣରୁ ଦୁର୍ଘଟଣା ଘଟିଥାଏ । ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏକ ଭୋଲବୋ ବସ୍ ଦିଲ୍ଲୀରୁ ମନାଲି ଅଭିମୁଖେ ଯାଉଥିବା ସମୟରେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁ କାରଣରୁ ବସଟିର ଆଗପଟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ସମସ୍ତ ଆହତ ଏବଂ ଗୁରୁତରଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ଖବର ମୁତାବକ ମୃତ ଡ୍ରାଇଭରଙ୍କ ଘର କୁଲୁ ବୋଲି ଜଣାପଡିଛି ।

Also Read- Guru Gochar 2024: ବୃହସ୍ପତି ଚଳନ ବଦଳାଇବ ଏହି ରାଶି ଲୋକଙ୍କ ଭାଗ୍ୟ

Also Read- Mangal Gochar 2024: ମକର ରଶିରେ ମଙ୍ଗଳ ଚଳନ, ଏହି ୪ଟି ରାଶିର ବଦଳାଇବ ଭାଗ୍ୟ