Weather Update: ଆଜିଠୁ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ସର୍ତକ କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha1764088

Weather Update: ଆଜିଠୁ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ସର୍ତକ କଲା ପାଣିପାଗ ବିଭାଗ

Weather: ଆସନ୍ତା ୪ ତାରିଖ ବେଳକୁ ବଙ୍ଗୋପସାଗରେ (Bay of Bengal) ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଯାହା ଫଳରେ ସୋମବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ ବୋଲି ବିଭାଗ  ପକ୍ଷରୁ ଆକଳନ କରାଯାଇଛି ।

 

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ କିଛି ଦିନ ଧରି ହୋଇଥିବା ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ । ଚଳିତ ବର୍ଷ ମୌସୁମୀ (Monsoon) ବିଳମ୍ବରେ ଆସିଥିବା ବେଳେ ଜୁନ୍ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଯୋଗୁଁ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବୃଦ୍ଧି ପାଇଛି । ଅନ୍ୟପଟେ ବାୟୁମଣ୍ତଳର ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ମଧ୍ଯ ବଢିଛି । ଏମିତି କି, ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ତେବେ ଆସନ୍ତା ୪ ତାରିଖ ବେଳକୁ ବଙ୍ଗୋପସାଗରେ (Bay of Bengal) ଲଘୁଚାପ (Low pressure) ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଯାହା ଫଳରେ ସୋମବାରଠାରୁ ରାଜ୍ୟରେ ବର୍ଷାର (Rain) ପରିମାଣ ବଢିପାରେ ବୋଲି ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି ।

 

ସୂଚନା ଅନୁଯାୟୀ, ଆଜିଠାରୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି । ବିଶେଷ କରି, ଉତ୍ତର ଓ ଉପକୂଳ ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି ।

 

ଏହା ବି ପଢନ୍ତୁ-MO BUS: ଗଡ଼ିବ ଆଉ ୨୦୦ଟି ‘ମୋ ବସ’, ରାଜଧାନୀରେ ଖୁବଶୀଘ୍ର ଚାଲିପାରେ ଇ-ବସ୍! ଜାଣନ୍ତୁ କେବେ ?

ଏହା ବି ପଢନ୍ତୁ-Dhenkanal News: ପ୍ରେମିକ ସହ ଫେରାର୍ ହେଲା ଗର୍ଭବତୀ ସ୍ତ୍ରୀ , ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

ପ୍ରକାଶ ଥାଉ କି, ରାଜ୍ୟରେ ମୌସୁମୀ ଏବେ ଦୁର୍ବଳ ଅବସ୍ଥାରେ ରହିଥିବାରୁ ଦିନର ତାପମାତ୍ରା ବଢିବା ସହ ଗୁଳୁଗୁଳି ଅନୁଭୂତ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧.୩ ମିମି ବର୍ଷା ରେକର୍ଡ଼ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୧୦.୪ ମିମି ତୁଳନାରେ ୮୭ ପ୍ରତିଶତ କମ୍ ଅଟେ । ଗତ ୨୪ ଘଣ୍ଟା ମଧ୍ଯରେ କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗରଠାରେ ସର୍ବାଧିକ ୭୦ ମିମି ବର୍ଷା ରେକର୍ଡ଼ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବିକ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢିବା ସହ କେତେକେ ଜିଲ୍ଲାରେ ଆଜିଠାରୁ ବର୍ଷା ଆରମ୍ଭ ହେବ । ଏହାପରେ ୪ ତାରିଖ ଦିନ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କଳାହାଣ୍ତି, ଗଜପତି, କନ୍ଧମାଳ, କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ-Dengue: ଡେଙ୍ଗୁ ଆତଙ୍କ! ହଟସ୍ପଟ୍ ପାଲଟିଲା ରାଜଧାନୀର ଏହି ୩ ଅଞ୍ଚଳ

ଏହା ବି ପଢନ୍ତୁ-IPS Sagarika Nath: IPS ସାଗରିକା ନାଥଙ୍କ ବାପା,ମା’ଙ୍କଠୁ ଲୁଟ୍‌, ରାସ୍ତାରେ ଗାଡି଼ ଅଟକାଇ ଟଙ୍କା ସୁନା ଛଡାଇ ନେଲେ ଲୁଟେରା