Seema Haider: ପାକିସ୍ତାନରେ ଜନ୍ମ ହୋଇ କାହିଁକି ମୁର୍ଦ୍ଦାବାଦ କହିଲେ ସୀମା? ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1834974

Seema Haider: ପାକିସ୍ତାନରେ ଜନ୍ମ ହୋଇ କାହିଁକି ମୁର୍ଦ୍ଦାବାଦ କହିଲେ ସୀମା? ଜାଣନ୍ତୁ କାରଣ

Seema Haider: ଯେଉଁ ଦେଶରେ ଜନ୍ମ ହୋଇଥିଲେ ସୀମା ହାଇଦର ସେହି ଦେଶକୁ କହିଲେ ପାକିସ୍ତାନ ମୁର୍ଦ୍ଦାବାଦ । ତେବେ ସେ ଏପରି କାହିଁକି କହିଲେ ଜାଣନ୍ତୁ ପୂରା ଖବର ।

Seema Haider: ପାକିସ୍ତାନରେ ଜନ୍ମ ହୋଇ କାହିଁକି ମୁର୍ଦ୍ଦାବାଦ କହିଲେ ସୀମା? ଜାଣନ୍ତୁ କାରଣ

Seema Haider: ପବଜୀ ଖେଳୁ ଖେଳୁ ଭାରତୀୟ ଯୁବକଙ୍କ ପ୍ରେମରେ ପଡି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଉଭୟ ଭାରତ ଓ ପାକିସ୍ତାନ (India and pakistan)ରେ ଚର୍ଚ୍ଚାରେ ଅଛନ୍ତି । ସୀମା ହାଇଦର ଓ ସଚୀନ ମୀନାଙ୍କ ପ୍ରେମ କାହାଣୀ ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ଅବସରରେ ସୀମାଙ୍କର ଏକ ଭିଡିଓ ଭାଇରାଲ୍ (Video viral) ହୋଇଥିଲା । ଉକ୍ତ ଭିଡିଓରେ ସୀମାଙ୍କ ସ୍ଲୋଗାନ ହିଁ ସବୁଠୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସୀମା ନୋଏଡା ସ୍ଥିତ ସଚୀନଙ୍କ ଘରେ ନିଜ ପିଲାମାନଙ୍କ ସହିତ ମିଶି ଘରର ଛାତ ଉପରେ ଭାରତର ଜାତୀୟ ପତାକା (Indian flag) ଉତ୍ତୋଳନ କରିଥିଲେ । ଜଣେ ମହିଳା ପାକିସ୍ତାନରେ ଜନ୍ମ ହୋଇ ନିଜ ଜନ୍ମମାଟିକୁ ମୁର୍ଦ୍ଦାବାଦ କହି ଭାରତ ମାତି କି ଜୟ କହିବାର ଭିଡିଓ କିଛି ସମୟ ମଧ୍ୟରେ ଆଖି ପିଛୁଳାକେ ଭାଇରାଲ୍ ହୋଇଗଲା । ତେବେ ସୀମା ଏପରି କାହିଁକି କଲେ ତାହାର ଉତ୍ତର ମଧ୍ୟ ସେ ଦେଇଛନ୍ତି ।

ସ୍ୱାଧିନତା ଦିବସ ଅବସରରେ ସୀମା ହାଇଦର 'ହର ଘର ତ୍ରିରଙ୍ଗା' (har ghar tiranga) ଅଭିଯାନରେ ଯୋଗ ଦେଇଥିଲେ । କେବଳ ସୀମା ନୁହନ୍ତି ତାଙ୍କ ସହିତ ସ୍ୱାମୀ ସଚିନ ମଧ୍ୟ ନୋଏଡାରେ ହେଉଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପବିତ୍ର ସ୍ୱାଧୀନତା ଦିବସରେ ସୀମା ତ୍ରିରଙ୍ଗା ରଙ୍ଗର ସାଢୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ତ୍ରିରଙ୍ଗା ପିନ୍ଧି ସେ ଯେଉଁ ସ୍ଲୋଗାନ ଦେଇଥିଲେ ତାହାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାକିସ୍ତାନ ମୁର୍ଦାବାଦ ସ୍ଲୋଗାନ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା । ଭାଇରାଲ ଭିଡିଓରେ ସୀମା ନିଜ ପିଲାମାନଙ୍କ ସହିତ ମିଶି ପାକିସ୍ତାନ ମୁର୍ଦ୍ଦାବାଦ କହୁଥିଲେ । ସୀମା ହାଇଦର ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ସମୟରେ କହିଥିଲେ ଯେ, ସେ ଖୁବ ଭାବପ୍ରବଣ ହୋଇ ଯାଇଥିଲେ । ସେ ଏକଥା ମଧ୍ୟ କହିଛନ୍ତି ଯେ, ମୁଁ ପାକିସ୍ତାନ ମୁର୍ଦ୍ଦାବାଦ ଏଥିପାଇଁ କହିଲି କାରଣ ପାକିସ୍ତାନରେ ମୋତେ ବହୁତ ହଇରାଣ ହେବାକୁ ପଡୁଥିଲା । 

ସୂଚନାଯୋଗ୍ୟ, ଅନଲାଇନ ଗେମିଂ ପ୍ଲାଟଫର୍ମ ପବଜୀ ଖେଳରୁ ସଚୀନ ଓ ସୀମାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ସୀମା ସଚୀନଙ୍କୁ ଦେଖା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ପାକିସ୍ତାନରୁ ସିଧାସଳଖ ଭାରତ ଆସିନପାରିବାରୁ ସେ ପାକିସ୍ତାନରୁ ଦୁବାଇ ଓ ପରେ ଦୁବାଇରୁ ନେପାଳ ହୋଇ ନେପାଳରୁ ଭାରତରେ ପ୍ରବେଶ କରି ବସ ସହାୟତାରେ ନିଜ ପିଲାଙ୍କୁ ଧରି ଗ୍ରେଟର ନୋଏଡା ଆସିଥିଲେ । ଗ୍ରେଟର ନୋଏଡା ଆସିବା ପୂର୍ବରୁ ଉଭୟେ ସୀମା ଓ ସଚୀନ ନେପାଳର ଏକ ହୋଟେଲରେ ରହିଥିଲେ । ଗ୍ରେଟର ନୋଏଡାରେ ପହଞ୍ଚିବା ପରେ ସଚୀନ ପ୍ରଥମେ ସୀମାଙ୍କୁ ଏକ ଭଡା ଘରେ ରଖିଥିଲେ । ସେଠାରେ କିଛିଦିନ ରହିବା ପରେ ସୀମାଙ୍କ ବିଷୟରେ ସବୁକିଛି ଜଣା ପଡିଥିଲା । ପରେ ଅନେକ ଗଣମାଧ୍ୟମ ପ୍ରତିନିଧି ସୀମାଙ୍କ ସାକ୍ଷାତକାର ନେଇଥିଲେ । ପରେ ପୋଲିସ ପ୍ରଶାସନ ମଧ୍ୟ ସୀମାଙ୍କୁ ଅନେକ କଥା ପଚରାଉଚରା କରିଥିଲା । ବର୍ତ୍ତମାନ ମଧ୍ୟ ସୀମାଙ୍କ ଗତିବିଧି ଉପରେ ପୋଲିସ ପକ୍ଷରୁ ନଜର ରଖାଯାଇଛି । ସୀମା କେଉଁ ଆଡେ ଯଦି ଯାଆନ୍ତି ତେବେ ପ୍ରଥମେ ନିକଟସ୍ଥ ପୋଲିସ ଷ୍ଟେଶନରେ ଖବର ଦେବେ ବୋଲି ସୀମାଙ୍କୁ ପୋଲିସ ପକ୍ଷରୁ କୁହାଯ।ଇଛି । ଅନ୍ୟପଟେ ସୀମା ଆଉ ନିଜ ଦେଶ ପାକିସ୍ତାନକୁ ଫେରିବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି । ସେ ଭାରତରେ ସଚୀନଙ୍କ ସାଥୀରେ ରହିବେ ବୋଲି କହିଛନ୍ତି । ଏହି ପ୍ରେମ କାହାଣୀଟିକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଲାଗି ରହିଛି ।

Also Read- Nag Panchami 2023: କଣ ସତରେ ନାଗୁଣୀ ନେଇଥାଏ ପ୍ରତିଶୋଧ? ଜାଣନ୍ତୁ ପୂରା ରହସ୍ୟ...