ବଦଳିବ କି ହରିୟାଣା ନିର୍ବାଚନ ତାରିଖ? କମିଶନଙ୍କୁ ଚିଠି ଲେଖିଲା BJP
Advertisement
Article Detail0/zeeodisha/odisha2398450

ବଦଳିବ କି ହରିୟାଣା ନିର୍ବାଚନ ତାରିଖ? କମିଶନଙ୍କୁ ଚିଠି ଲେଖିଲା BJP

ନିର୍ବାଚନ ତାରିଖ ବଦଳାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ବିଜେପି ଏକ ଚିଠି ଲେଖିଥିବା ସୂଚନା ମିଳିଛି ।

ବଦଳିବ କି ହରିୟାଣା ନିର୍ବାଚନ ତାରିଖ? କମିଶନଙ୍କୁ ଚିଠି ଲେଖିଲା BJP

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପୂର୍ବରୁ ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଅକ୍ଟୋବର ୧ ତାରିଖକୁ ନିର୍ବାଚନ ପାଇଁ ଧାର୍ଯ୍ୟ କରିଥିଲେ ନିର୍ବାଚନ କମିଶନ । କିନ୍ତୁ ଏବେ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ନିର୍ବାଚନ ତାରିଖ ବଦଳାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ବିଜେପି ଏକ ଚିଠି ଲେଖିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଚିଠିରେ ଏହା ଉଲ୍ଲେଖ ଅଛି ଯେ, ନିର୍ବାଚନ ଅକ୍ଟୋବର ୧ରେ କରାନଯାଇ ଅନ୍ୟ ତାରିଖକୁ ଧାର୍ଯ୍ୟ କରାଯାଉ । କାରଣ ସେହି ସମୟରେ ଅର୍ଥାତ ଅକ୍ଟୋବର ୧ ପୂର୍ବରୁ ଏବଂ ପରେ ଛୁଟି ପଡୁଛି । ଏହି ଚିଠି ହରିୟାଣାର ବିଜେପି ମୁଖ୍ୟ ମୋହଲ ଲାଲ ବାଦୋଲି ଭାରତୀୟ ନିର୍ବାଚନ କମିଶନଙ୍କୁ ଲେଖିଥିବା ସୂଚନା ରହିଛି । ଅନ୍ୟପଟେ ଏହି ଚିଠିକୁ ନେଇ କଂଗ୍ରେସ ନେତାମାନେ କଠାକ୍ଷ କରିଥିବା ଦେଖିବାକୁ ମିଳିଛି । ବିଜେପି ନେତା ପରାଜୟକୁ ସ୍ୱିକାର କରିସାରିଲେଣି ତେଣୁ ସେମାନେ ନିର୍ବାଚନ ତାରିଖ ବଦଳାଇବା ପାଇଁ ଦାବି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Also Read- Surya Mangal Gochar 2024: ପ୍ରତି କାର୍ଯ୍ୟରେ ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

Also Read- ଭିନ୍ନକ୍ଷମ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଲେ ସମାଜର ଉନ୍ନତି ହେବ - ମନ୍ତ୍ରୀ ସଂପଦ ସ୍ବାଇଁ