Weird News: ଆଜିକା ଦିନରେ ମୋବାଇଲ ବା ସ୍ମାର୍ଟଫୋନର (Smart Phone) ରହିଛି ସ୍ୱତନ୍ତ୍ର ଭୂମିକା । ମୋବାଇଲ ଫୋନ ଆଉ କେବଳ କଲ୍ କରିବା ପାଇଁ ଉପଯୋଗ ହେଉନାହିଁ । ଅନେକ ଛୋଟ ବଡ କାମର ଗୋଟିଏ ବିକଳ୍ପ ପାଲଟିଛି ସ୍ମାର୍ଟଫୋନ । ହେଲେ ଅମ୍ଳଜାନ ବିନା ଯେମିତି ଜୀବନ ଅସମ୍ଭବ । ଠିକ୍ ସେମିତି ଇଣ୍ଟରନେଟ ବିନା ସ୍ମାର୍ଟ ଫୋନ ମଧ୍ୟ ଅଧୁରା । ଗୋଟିଏ ସ୍ମାର୍ଟଫୋନରେ (Smart Phone) ଇଣ୍ଟରନେଟ କନେକସନ ଥିଲେ କେତେ ବେଳେ ଯେ ସମୟ ବିତି ଯାଉଛି ତାହା ଜଣା ବି ପଡୁନି । ଗୋଟିଏ କ୍ଲିକ୍ ରେ ଆପଣ ପୁରା ଦୁନିଆରେ ବିଷୟରେ ପୁରା ଖବର ପାଇ ପାରିବେ। କିନ୍ତୁ ଟେକ୍ନୋଲୋଜିର ଭୁଲ ଏବଂ ଅତ୍ୟାଧିକ ବ୍ୟବହାର ମଧ୍ୟ ଅସୁବିଧା ସୃଷ୍ଟି କରେ । ଅନେକ ଲୋକ ମୋବାଇଲକୁ ଏତେ ଗୁରୁତ୍ୱ ଦେବା ଆରମ୍ଭ କରନ୍ତି ଯେ, ଏହା ସେମାନଙ୍କ ପ୍ରିୟଜନ ଏବଂ ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିବା ଆରମ୍ଭ କରେ। କାରଣ ସ୍ମାର୍ଟ ଫୋନ୍ ବ୍ୟବହାରର ନିଶା ସେମାନଙ୍କୁ ସେମାନଙ୍କ ସମ୍ପର୍କ ଠାରୁ ଦୂରକୁ ନେଇଯାଏ । ଏପରିକି  ସ୍ତ୍ରୀ(wife) ନିଜ ସ୍ବାମୀକୁ (husband)ବି ଛାଡିବାକୁ ପଛାଏନି ।  ଏପରି ଏକ ଘଟଣା ୟୁପିର ଗାଜିଆବାଦରେ ଦେଖିବାକୁ ମିଳିଛି । ସାମାନ୍ୟ ସ୍ମାର୍ଟ ଫୋନ୍ ପାଇଁ ନିଜ ସ୍ତ୍ରୀ ସ୍ବାମୀକୁ ପର(Family dispute) କରିଦେଇଛି । 


COMMERCIAL BREAK
SCROLL TO CONTINUE READING


ଗାଜିଆବାଦର ଲୋନି ଅଞ୍ଚଳରେ  ରୁହନ୍ତି ଏକ ନବ ବିବାହିତ ଦମ୍ପତି ।  ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ,ପତ୍ନୀ ଦିନସାରା ସ୍ମାର୍ଟଫୋନରେ ବ୍ୟସ୍ତ ରୁହନ୍ତି। ସେ ଘରର ପ୍ରତ୍ୟେକ ଛୋଟ ଏବଂ ବଡ କଥା ଫୋନ ଯୋଗେ  ନିଜ ଭଉଣୀ ଏବଂ ଭାଉଜଙ୍କୁ ଜଣାନ୍ତି। ତାଙ୍କ ସ୍ୱାମୀ ବିଷୟରେ କିଛି ମିଛ କଥା ସମ୍ପର୍କୀୟଙ୍କ ଆଗରେ ଫୋନରେ ସେୟାର କରନ୍ତି । ଯାହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ ।  ଯେତେବେଳେ ସ୍ବାମୀ ନିଜ ସ୍ତ୍ରୀଙ୍କ ଠାରୁ ସ୍ମାର୍ଟଫୋନ ଛଡାଇ ଆଣି କି ପାଡ୍ ଫୋନ  ବ୍ୟବହାର ପାଇଁ ଦେଲେ , ସେତେବେଳେ ବିବାଦ ଆହୁରୀ ବଢି ଯାଇଥିଲା । ଯାହାକୁ ନେଇ ସ୍ତ୍ରୀ ରାଗିକି ତାଙ୍କ ବାପଘରକୁ ଚାଲିଯାଇଥିଲେ । ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ବହୁତ ଚେଷ୍ଟା କରିଥିଲେ ସ୍ବାମୀ । କିନ୍ତୁ ତାହା ସମ୍ଭବ ହୋଇନଥିଲା। ଫଳରେ  ନିଜ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ (family counseling center) ଫ୍ୟାମିଲି କାଉନସିଲିଂ ସେଣ୍ଟର ଦ୍ବାରସ୍ତ ହୋଇଥିଲେ ସ୍ବାମୀ। 


Also Read : Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ


Also Read : Vastu Tips: ଏହି ରାଶିର ଲୋକେ ଭୁଲରେ ପିନ୍ଧନ୍ତୁନି ମୋତି ଅଳଙ୍କାର, ଧାରଣ କରିବା ପୂର୍ବରୁ ଜାଣି ରଖନ୍ତୁ ଏହିସବୁ କଥା


ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଫ୍ୟାମିଲ କାଉନସିଲିଂ ପାଇଁ ଡକାଯାଇଥିଲା।  କିନ୍ତୁ ସେଠାରେ ପତ୍ନୀ ଜିଦ୍ କରିଥିଲେ। ସେ , ଯାହା ବି ହେଉ କିନ୍ତୁ ସ୍ମାର୍ଟଫୋନର ଚଳାଇବାର ଅଭ୍ୟାସ ସେ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ସ୍ବାମୀଙ୍କ ବ୍ୟତିତ ମହିଳାଙ୍କୁ ତାଙ୍କ ଘର ଲୋକେ ମଧ୍ୟ ସ୍ମାର୍ଟଫୋନରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏପରିକି ଫ୍ୟାମିଲି କାଉନସିଲ ମଧ୍ୟ ମହିଳାଙ୍କୁ ଏ ବାବଦରେ ଅନେକ କିଛି ବୁଝାଇଥିଲେ।  କିନ୍ତୁ ମହିଳାଜଣଙ୍କ ତାଙ୍କ ଜିଦରେ ଅଟଳ ଥିଲେ । ତେବେ, ମହିଳାଙ୍କ ଏପରି ହରକତ ଦେଖି ଦ୍ବନ୍ଦରେ ପଡିଥିଲେ ଫ୍ୟାମିଲି କାଉନସିଲର । ଏବଂ ସେ ଏହି ଦମ୍ପତିଙ୍କୁ କାଉନସେଲିଂ ପାଇଁ ଅନ୍ୟଏକ ତାରିଖ ଦେଇଥିବା ଜଣାପଡିଛି । ଫ୍ୟାମିଲି କାଉନସିଲଙ୍କ କହିବାନୁସାରେ, ଅଭିଯୋଗକାରୀ ସ୍ୱାମୀ ଏକ ଭିଡିଓ ମଧ୍ୟ ଦେଖାଇଥିଲେ, ଯେଉଁଥିରେ ଜିଦଖୋର ପତ୍ନୀ  ସ୍ମାର୍ଟଫୋନ ପାଇଁ ସ୍ୱାମୀଙ୍କୁ ମାଡ଼ ମାରୁଛନ୍ତି।


Also Read : VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ