Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ
Advertisement

Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

Shocking News: କଳଙ୍କିତ ହେଲା ରକ୍ତ ସମ୍ପର୍କ । ଯୌନ ପିପାସୁ ବାପା ସାଜିଲା ପିଶାଚ। ଝିଅକୁ ରକ୍ଷା କରିବା ପରିବର୍ତ୍ତେ ଇଜ୍ଜତ୍ ଲୁଟୁଥିଲା ଅମଣିଷ । ନିଜ ୧୨ ବର୍ଷର (12 year old daughter) ନାବାଳିକା ଝିଅକୁ ଦୁଷ୍କର୍ମ (raping)କରିଛି ବାପା । କଳାହାଣ୍ଡି (Kalahandi) ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଘଟିଛି ଏହି ଲଜ୍ୟାଜନକ ଘଟଣା । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Shocking News: କଳଙ୍କିତ ହେଲା ରକ୍ତ ସମ୍ପର୍କ । ଯୌନ ପିପାସୁ  ବାପା ସାଜିଲା ପିଶାଚ। ଝିଅକୁ ରକ୍ଷା କରିବା ପରିବର୍ତ୍ତେ ଇଜ୍ଜତ୍ ଲୁଟୁଥିଲା ଅମଣିଷ । ନିଜ ୧୨ ବର୍ଷର (12 year old daughter) ନାବାଳିକା ଝିଅକୁ ଦୁଷ୍କର୍ମ (raping)କରିଛି ବାପା । କଳାହାଣ୍ଡି (Kalahandi) ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଘଟିଛି ଏହି ଲଜ୍ୟାଜନକ ଘଟଣା ।  ଅଭିଯୁକ୍ତ ୫ ମାସ ତଳେ ସ୍ତ୍ରୀ ଓ ଝିଅକୁ ନେଇ କେରଳ କାମ କରିବାକୁ ଯାଇଥିଲା। ସେଠାରେ ଏକ ମାସ ରହିବା ପରେ ଝିଅକୁ ଦୁଷ୍କର୍ମ କରିବା କଥା ପତ୍ନୀ ଜାଣିପାରି ଘରକୁ ଚାଲି ଆସିଥିଲେ। ହେଲେ ଏକଥା କାହା ଆଗରେ ପ୍ରକାଶ କରିନଥିଲେ। ଗତ ୭ ଦିନ ତଳେ ଅଭିଯୁକ୍ତ କେରଳରୁ ଫେରି ଘରକୁ ଆସି ପୁଣି ଝିଅକୁ ଦୁଷ୍କର୍ମ କରିଥିଲା। ଏନେଇ ସଂପୃକ୍ତ ନାବାଳିକା ଝିଅ ଜଣକ ଓ ତାଙ୍କ ମା ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଉଭୟଙ୍କ ଡାକ୍ତରରୀମାଇନା କରାଯାଇଛି। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ(mayurbhanj) ଏଭଳି ଏକ ଘଟଣା ଘଟିଥିଲା।  ନାବାଳିକା ଝିଅକୁ ବର୍ଷ ତମାମ  ଦୁଷ୍କର୍ମ (minor daughter)କରୁଥିଲା ବାପା।  ସାବତ ବାପାର ଏଭଳି କୁକର୍ମରେ ସାହାର୍ଯ୍ୟ କରୁଥିଲା ମାଆ (mother also supported him)।  ଶେଷରେ ନିଜ ଜୀବନ ବଂଚାଇବା ପାଇଁ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିଲା ନାବାଳିକା। ଉଦଳା ଥାନା ଅଂଚଳରେ ଜଣେ ନାବାଳିକାକୁ ତାହାର ସାବତ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍ ଅଭିଯୁକ୍ତ ସାବତ ବାପା ଏବଂ ମାଆକୁ ଗିରଫ କରି କୋର୍ଟଚାଲାଣ କରିଛି। ସାବତ ବାପା ନାବାଳିକା ଝିଅକୁ ଏକ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିବା ବେଳେ ଏ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲା । ପୋଲିସ୍ ନାବାଳିକା ଝିଅକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

Also Read : VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ

Also Read : Weather Update: ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଲହରୀ, ଆଗକୁ ସ୍ଥିତି ସାଂଘାତିକ!

ନିକଟରେ ,ହରିୟାଣାର ରେୱାରିରେ ଏପରି ଏକ ଲଜ୍ଜାକର ଘଟଣା ଘଟିଛି। ୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଯେବେବି ସେ ଏସମ୍ପର୍କରେ ମା’ଙ୍କୁ କହୁଥିଲେ, ସବୁଥର ବାପାଙ୍କୁ ହିଁ ମା’ ସପୋର୍ଟ କରୁଥିଲେ। ଶେଷରେ ଉପାୟଶୂନ୍ୟ ହୋଇ ଯୁବତୀ ଜଣକ ପୋଲିସ୍‌ରେ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ପୋଲିସ୍‌ ଯୁବତୀଙ୍କ ବାପା-ମା’ଙ୍କୁ ଗିରଫ କରିଛି। 

Also Read : K.Deepika Controversy: ରାସ୍ତା ମଝିରେ ହାତାହାତି ହେଲେ କେ. ଦୀପିକା, ଭିଡ଼ିଓ ଭାଇରାଲ

Also Read : Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ ସହ ୨୦ ଆହତ