କଟକ ବଡ ଡାକ୍ତରଖାନା ପୁଣି ବଦନାମ, ରୋଗ ନଥିବା ମହିଳାଙ୍କ ଅଙ୍ଗ କାଟିଦେଲେ
Advertisement
Article Detail0/zeeodisha/odisha1279353

କଟକ ବଡ ଡାକ୍ତରଖାନା ପୁଣି ବଦନାମ, ରୋଗ ନଥିବା ମହିଳାଙ୍କ ଅଙ୍ଗ କାଟିଦେଲେ

ପ୍ରଦିପ୍ତା ଛାତିରେ ଏକ ମାଂସ ବଢୁଥିବାର କାରଣରୁ ଗତବର୍ଷ ଅଗଷ୍ଟ ୬ ତାରିଖରେ SCB ମେଡିକାଲର ସର୍ଜରୀ ବିଭାଗକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ କ୍ୟାନସର ପାଇିଁ ଚିକିତ୍ସା କରିଥିଲେ। ବାୟୋପ୍ସି ରିପୋର୍ଟ ନେଗେଟିଭ ଆସିଥିଲା।ସେଠାରେ ଡାକ୍ତର ତାଙ୍କୁ ୨ମାସର ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ।

କଟକ ବଡ ଡାକ୍ତରଖାନା ପୁଣି ବଦନାମ, ରୋଗ ନଥିବା ମହିଳାଙ୍କ ଅଙ୍ଗ କାଟିଦେଲେ

କଟକ:  ଗୋଟିଏ ପଟେ ସରକାର ଚିକିତ୍ସା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଲୋକମାନଙ୍କୁ ଉଚିତ ଚିକିତ୍ସା ଯୋଗାଇବା ପାଇିଁ ପ୍ରୟାଶ ଜାରି ରଖିଛନ୍ତି। କଟକସ୍ଥିତ SCB ମେଡିକାଲକୁ ବିଶ୍ବସ୍ତରୀୟ ମେଡିକାଲ କରିବାକୁ ପାଣି ଭଳି ଟଙ୍କା ଖର୍ଚ ହେବାରେ ଲାଗିଛି।ମାତ୍ର ଏପରି ସ୍ଥଳେ SCB ମେଡିକାଲରୁ ଆସିଛି ସାଂଘାତିକ ଅଭିଯୋଗ।ଭୂଲ ଚିକିତ୍ସା ଯୋଗୁ ଜଣେ ମହିଳା ତାଙ୍କର ଏକ ଅଙ୍ଗକୁ ହରାଇବାକୁ ପଡିଛି।କାମାକ୍ଷାନଗରୁ ଦେଖିବା ଏହି ରିପୋର୍ଟ।

SCB ମେଡିକାଲ କଲେଜକୁ ରାଜ୍ୟ ସରକାର ବିଶ୍ବସ୍ତରୀୟ ମେଡିକାଲ ଭାବେ ପରିଗଣିତ କରିବା ପାଇଁ ଘୋଷଣା ମଧ୍ୟ କରି ସାରିଛନ୍ତି। ଏହାକୁ ବିଶ୍ବାସକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ରୋଗୀମାନେ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ SCB ମେଡିକାଲ ରୋଗିଙ୍କୁ ସଠିକ ରିପୋର୍ଟ ଦେଇପାରୁ ନାହିଁ। ଯାହାର ପରିଣାମ ସ୍ବରୂପ ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଏନଏସି ଅନନ୍ତପୂରର ମହିଳା ପ୍ରଦିପ୍ତା ଶତପଥିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। SCB ପାଥୋଲାବ ବିଭାଗର ଭୂଲ ଯୋଗୁ ମହିଳା ଜଣଙ୍କ ତାଙ୍କର ଏକ ଅଙ୍ଗ ହରାଇଛନ୍ତି।

ସୂଚନା ମୂତାବକ ପ୍ରଦିପ୍ତା ଛାତିରେ ଏକ ମାଂସ ବଢୁଥିବାର କାରଣରୁ ଗତବର୍ଷ ଅଗଷ୍ଟ ୬ ତାରିଖରେ SCB ମେଡିକାଲର ସର୍ଜରୀ ବିଭାଗକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ କ୍ୟାନସର ପାଇିଁ ଚିକିତ୍ସା କରିଥିଲେ। ବାୟୋପ୍ସି ରିପୋର୍ଟ ନେଗେଟିଭ ଆସିଥିଲା।ସେଠାରେ ଡାକ୍ତର ତାଙ୍କୁ ୨ମାସର ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ।ଏହା ପରେ ପୂଣି ଜାନୁୟାରୀ ମାସରେ ଚିକିତ୍ସା ପାଇିଁ ଯାଇଥିଲେ। ଜାନୁଆରୀ ମାସ ୨୬ ତାରିଖରେ ଛାତିରେ ମାଂସ ବଢୁଥିବା କାରଣରୁ ଅସ୍ତ୍ରାପଚାର ପାଇିଁ ସମୟ ନିର୍ଘଣ୍ଟ କରାଯାଇଥିବା ବେଳେ କରୋନା ଯୋଗୁ ମାର୍ଚ ୧୬ ତାରିଖରେ ଅସ୍ତ୍ରୋପଚାର କରି ମାଂସ ବାହାର କରି ଦିଆଗଲା।

ଏହାପରେ ଅସ୍ତ୍ରୋପଚାର ବାହାର କରାଯାଇଥିବା ମାଂସ କୁ ପୂଣିଥରେ ବାୟୋପ୍ସି ପାଇଁ ପଠାଯାଇଥିଲା। ପରେ ଏପ୍ରିଲ ୬ ତାରିଖରେ ପୂଣି କ୍ୟାନସର ରିପୋର୍ଟ ପଜେଟିଭ ଆସିଥିଲା। ଏହା ଜାଣିବା ପରେ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ ଚିକିତ୍ସା ପାଇଁ ଯାଇଥିବା ବେଳେ SCB ପାଥୋଲାବ ରିପୋର୍ଟ ଅନୁସାରେ ୧୩ ତାରିଖରେ ପୂଣିଥରେ ଅସ୍ତ୍ରୋପଚାର କରାଯାଇଥିଲା। କ୍ୟାନସର ରିପୋର୍ଟ ଆସିବାରୁ କେମୋ ଚିକିତ୍ସା ମଧ୍ୟ କରାଯାଇଥିଲା। ଜୁନ ମାସରୁ ଆଜି ଯାଏଁ ୨ଟି କେମୋ ନେଇ ସାରିଥିବା ମଧ୍ୟ କହିଛନ୍ତି ମହିଳା।

ତେବେ ସଂପୃକ୍ତ ରୋଗୀଙ୍କୁ କେତୋଟି କେମୋ ଓ କେତୋଟି ରେଡିଓଥେରାପି ନେବାକୁ ପଡିବ ସେ ବିଷୟରେ ଜାଣିବା ପାଇିଁ ଆଚାର୍ଯ୍ୟ ହରିହର କେନ୍ଦ୍ର ରେଡିଓଥେରାପିଷ୍ଟ ସମ୍ପୃକ୍ତ ହସପିଟାଲର ପାଥୋଲାବ ବିଭାଗକୁ ଏହାର ରିପୋର୍ଟ ମାଗିଥିଲେ। ମାତ୍ର ପାଥୋଲାବ ବିଭାଗ ପକ୍ଷରୁ ତାଙ୍କର କୌଣସି ଟିସୁ ନଥିବା ରିପୋର୍ଟରେ ଜଣାଇଥିଲେ। ସନ୍ଦେହ ହେବାରୁ ଆଉ ଥରେ SCB ପାଥୋଲାବ ପରୀକ୍ଷା ରିପୋର୍ଟ ପଜେଟିଭ ଆସିଥିବା ନମୂନା ଆଉଥରେ ଆଚାର୍ଯ୍ୟ ହରିହରରେ ପରିକ୍ଷା ପାଇିଁ କହିଥିଲେ। ମାତ୍ର SCB କର୍ମଚାରୀ ଏହି ରିପୋର୍ଟ ଦେବାକୁ ମନା କରିଦେଇଥିଲେ।

ତେବେ ଏହାକୁ ନେଇ ରୋଗୀଙ୍କ ସଂପର୍କୀୟ ଏକ ପ୍ରାଇଭେଟରେ ନମୂନା ପରିକ୍ଷା କରାଇଥିବା ବେଳେ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା। ପ୍ରାଇଭେଟ ମେଡିକାଲର ରିପୋର୍ଟ ଓ SCB ପାଥୋଲାବ ରିପୋର୍ଟ ମିଳାଇବା ପରେ ସେଠାରେ ଉପସ୍ଥିତ ଥିବା ଲ୍ୟାବ କର୍ମଚାରି କଂମ୍ପୁଟରରେ ଟ୍ୟାପ ଭୁଲ ଯୋଗୁ ଏହା ଘଟିଥିବା ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏତେବଡ ଭୁଲ ପାଇିଁ ଦାୟୀ କିଏ। ୨ଟି କେମୋ ନେବା ପରେ ଦୁଇ ଦୁଇ ଥର ଅସ୍ତ୍ରୋପଚାର ମଧ୍ୟ ସରିଯାଇଛି। ଏବେ ସଂପୃକ୍ତ ମହିଳା ଏବେ ଚାଲିବୁଲି ପାରୁ ନାହାଁନ୍ତି। ମୁଣ୍ଡରୁ ଚୁଟି ଉପୁଡିବା ସହ ସ୍ୱାସ୍ଥ୍ୟ ଦିନକୁ ଦିନ ଅବନତି ଆଡକୁ ଗତି କରୁଛି। ଏହା ପାଇିଁ ଦାୟି କିଏ ହେବ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।