Student Massaging Teacher: ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହାୟତାରେ ମସାଜ କରାଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଜଣେ ଶିକ୍ଷୟତ୍ରୀ। ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ  ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷୟତ୍ରୀଙ୍କ ବିରୋଧରେ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ।  
     
ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ଶ୍ରେଣୀଗୃହରେ ପିଲାଙ୍କୁ ଜରିଆରେ ନିଜର ମସାଜ କରାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉର୍ମିଲା ସିଂହ ନାମକ ଜଣେ ଶିକ୍ଷୟିତ୍ରୀ ଜିଲ୍ଲାର ବାବନ ବ୍ଲକ ଅଧିନସ୍ଥ ପୋଖରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ପିଲାଙ୍କ ଜରିଆରେ ନିଜର ମସାଜ କରାଉଥିବାର ଏକ ଭିଡିଓ ଭାଇରାଲ ଭାଇରାଲ ହେବା ପରେ ବିଏସଏ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ପୂର୍ବରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା।



COMMERCIAL BREAK
SCROLL TO CONTINUE READING

ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଗତ ୧୪ ତାରିକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ପହଞ୍ଚିଥିଲା। ଯାହା ପରେ ଶିକ୍ଷାଦାନ ବେଳେ ଖରାପ ଆଚରଣ ଏବଂ ଅନିୟମିତତା ବାବଦରେ ବିଭାଗୀୟ ଉଛପଦସ୍ଥ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ସହାୟତାରେ ଶିକ୍ଷୟତ୍ରୀଙ୍କ ମସାଜ କରାଇବାର ଭିଡିଓ ଭାଇରାଲ ହେବା ପରେ BEO ତୁରନ୍ତ ତାଙ୍କୁ ନିଲମ୍ବିତ କରିବା ପାଇଁ ସୁପାରିଶ କରିଥିଲେ।


ଭାଇରାଲ ହେଉଥିବା ଏହି ୩୪ ସେକେଣ୍ଡ ଅବଧି ବିଶିଷ୍ଟ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପୋଖରୀ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ସହକାରୀ ଶିକ୍ଷୟିତ୍ରୀ ଉର୍ମିଲା ସିଂହଙ୍କୁ ଜଣେ ପିଲା ମସାଜ କରାଉଛି। ଚଳିତ ମାସ ଆରମ୍ଭରେ ସେ  ୨ ଥର ବିଦ୍ୟାଳୟରେ ଅନୁପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ ସେ ଜୁଲାଇ ୧୩ ତାରିଖରେ ଅନୁପସ୍ଥିତ ରହିଥିଲେ। ଛାତ୍ରଛାତ୍ରୀଙ୍କ ସହାୟତାର ସେ ମସାଜ କରାଉଥିବା ଅଭିଯୋଗ ହେବା ପରେ ଜୁଲାଇ ୧୫ ତାରିଖରେ ଏହି ଘଟଣାର ଯାଞ୍ଚ କରାଯାଇଥିଲା। ସେ ସେତେବେଳେ ମଧ୍ୟ ବିଦ୍ୟାଳୟରେ ଉପସ୍ଥିତ ନଥିଲେ। ଏହି ଘଟଣାରେ ପ୍ରଧାନ ଶିକ୍ଷକ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶିକ୍ଷୟିତ୍ରୀ ଜଣଙ୍କୁ ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର କରିବା ସହ ବିନା ସୂଚନାରେ ଛୁଟିରେ ରହୁଛନ୍ତି। ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯିବା ଆବଶ୍ୟକ ବୋଲି କହିଥିଲେ ପ୍ରଧାନ ଶିକ୍ଷକ।


Also Read: ବିବାଦ ସାଜିଲା ସବୁଜ ରଙ୍ଗ; ଲୋକେ କହିଲେ ମଦ୍ରାସାରେ ପରିଣତ ହୋଇଥାନ୍ତା ସରକାରୀ ବିଦ୍ୟାଳୟ


Also Read: ଘରେ ଝଗଡା଼ କରି ନିଲମ୍ବିତ ହେଲେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ