ଘରେ ଝଗଡା଼ କରି ନିଲମ୍ବିତ ହେଲେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ
Advertisement
Article Detail0/zeeodisha/odisha1001512

ଘରେ ଝଗଡା଼ କରି ନିଲମ୍ବିତ ହେଲେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ

ନିଜର ପଦର ଦୂରପଯୋଗ କରି କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ।

ଘରେ ଝଗଡା଼ କରି ନିଲମ୍ବିତ ହେଲେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ: ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ବାସ୍ତବରେ ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଏନେଇ ଶିକ୍ଷା ବିଭାଗ ନିକଟରେ ଖବର ମିଳିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ମାଧୋଗଞ୍ଜ ବ୍ଲକର ମାହିମପୁର ଠାରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜର ପଦର ଦୂରପଯୋଗ କରି କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଏ ଘଟଣା ବାବଦରେ ଖବର ପାଇବା ତାଙ୍କ ବିରୁଦ୍ଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସ୍ଥାନୀୟ ଶିକ୍ଷା ଅଧିକାରୀ। 

fallback

ଏଠାରେ କାର୍ଯ୍ୟରତ ସୁଧୀର କୁମାର ନାମକ ଜଣେ ଶିକ୍ଷକ ପାରବାରିକ ବିବାଦ କାରଣରୁ ଏହି ବିଦ୍ୟାଳୟ ଗୋଟିଏ ଶ୍ରେଣୀ ଗୃହକୁ ନିଜ ଘର ଭାବେ ବ୍ୟବହାର କରୁଥିଲେ। ଏଠାରେ ସେ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ଟିଭି, ଚଉକି, ଖଟ, ଟେବୁଲ, ବେଞ୍ଚ ଭଳି ଆସବାବପତ୍ର ସମେତ ଔଷଧ ରଖାଯାଇଥିଲା। କେବଳ ସେତିକି ନୁହେଁ ସେଠାରୁ ଖାଲି ମଦ ବୋତଲ ମଧ୍ୟ ମିଳିଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା।

Also Read: ଫଳପ୍ରଦ ହେଉନାହିଁ ଅନଲାଇନ ପାଠପଢା; ଯୁଗ୍ମ-ଅଯୁଗ୍ମ ନିୟମରେ ଖୋଲିପାରେ ବିଦ୍ୟାଳୟ

 

ଏହି ଘଟଣା ବାବଦରେ ଶିକ୍ଷା ବିଭାଗ ପାଖରେ ଖବର ପହଞ୍ଚିବା ପରେ ଏହାର ତଦନ୍ତ ଦାୟିତ୍ୱ ମଗୌଧଗଞ୍ଜ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଥିଲା। ଏ ଘଟଣାରେ ତଦନ୍ତ କରି ବ୍ଲକ ଶିକ୍ଷା ଅଧିକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ତାଙ୍କ ପଦରୁ ନିଲମ୍ବିତ କରିଥିଲେ। ଏନେଇ ପ୍ରତିକ୍ରିୟା ରଖି ନିଲମ୍ବିତ ହୋଇଥିବା ଶିକ୍ଷକ କହିଛନ୍ତି ଘରେ ଝଗଡା ହେବା କାରଣରୁ ମୁଁ ଏଠାରେ ଆସି ରହୁଥିଲି। ହେଲେ ଏ ମାମଲାରେ ତଦନ୍ତ ଜାରି ରହିଛି।