ବିବାଦ ସାଜିଲା ସବୁଜ ରଙ୍ଗ; ଲୋକେ କହିଲେ ମଦ୍ରାସାରେ ପରିଣତ ହୋଇଥାନ୍ତା ସରକାରୀ ବିଦ୍ୟାଳୟ
Advertisement
Article Detail0/zeeodisha/odisha1174130

ବିବାଦ ସାଜିଲା ସବୁଜ ରଙ୍ଗ; ଲୋକେ କହିଲେ ମଦ୍ରାସାରେ ପରିଣତ ହୋଇଥାନ୍ତା ସରକାରୀ ବିଦ୍ୟାଳୟ

ଏହି ଘଟଣାରେ ପ୍ରତିକ୍ରିୟା ରଖି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ବିଦ୍ୟାଳୟ ଶିକ୍ଷକଙ୍କ କାରଣରୁ ଏଭଳି ଭୁଲ ହୋଇଛି। 

ବିବାଦ ସାଜିଲା ସବୁଜ ରଙ୍ଗ; ଲୋକେ କହିଲେ ମଦ୍ରାସାରେ ପରିଣତ ହୋଇଥାନ୍ତା ସରକାରୀ ବିଦ୍ୟାଳୟ

Controversy for Green Colour: ସରକାରୀ ବିଦ୍ୟାଳୟର ଘରକୁ ସବୁଜ ରଙ୍ଗରେ ରଙ୍ଗାୟିତ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ଅଭିଯୋଗ ଆଣି କହିଛନ୍ତି ଯେ ବିଦ୍ୟାଳୟକୁ ଇସଲାମୀୟ ଧାର୍ମିକ ଶିକ୍ଷାନୁଷ୍ଠାନ ମଦ୍ରାସାରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି। ସବୁଜ ବଦଳରେ ବିଦ୍ୟାଳୟ ଘରେ ଧଳା ରଙ୍ଗ ଲଗାଇବା ପାଇଁ ଦାବି କରିଛନ୍ତି ଲୋକେ। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ବିଦ୍ୟାଳୟ ଶିକ୍ଷକଙ୍କ କାରଣରୁ ଏଭଳି ଭୁଲ ହୋଇଛି। ବିଦ୍ୟାଳୟ ଘରେ ଲଗାଯିବାକୁ ଥିବା ରଙ୍ଗକୁ ପରିବର୍ତ୍ତନ କରାଯାଉଛି। 

Also Read: ଘରେ ଝଗଡା଼ କରି ନିଲମ୍ବିତ ହେଲେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ

ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲାର ସରିଲା ତହସିଲ ଅଧିନସ୍ଥ ଭେଡ଼ିଡାଣ୍ଡା ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟ ଘରକୁ ସବୁଜ ରଙ୍ଗରେ ରଙ୍ଗାୟିତ କରିଥିଲେ ଶିକ୍ଷକ ବ୍ରଜେଶ ଗୌତମ। ଗତ ୨ ବର୍ଷ ଧରି ବିଦ୍ୟାଳୟ ଘର ରଙ୍ଗ ଲଗାଯାଇ ନଥିଲା। ହେଲେ ଚଳିତ ବର୍ଷ ଯେତେବେଳେ ବିଦ୍ୟାଳୟ  ଘରକୁ ରଙ୍ଗ କରାଗଲା ସେତେବେଳେ ଶିକ୍ଷକ ଜଣକ ସବୁଜ ରଙ୍ଗ ବ୍ୟବହାର କରିଥିଲେ।     

ଗ୍ରାମରେ ଅବସ୍ଥିତ ବିଦ୍ୟାଳୟକୁ ସବୁଜ ରଙ୍ଗରେ ରଙ୍ଗାୟିତ କରାଯିବା ଦେଖି ତାତିଉଠିଥିଲେ ଭେଡ଼ିଡାଣ୍ଡା ଗ୍ରାମବାସୀ। ଏନେଇ ଅଭିଯୋଗ ଆଣି ସ୍ଥାନୀୟ ଲୋକ କହିଥିଲେ ବିଦ୍ୟାଳୟ କୁ ବିଦ୍ୟାଳୟ ରହିବାକୁ ଦିଆଯାଉ। ଏହାକୁ ଇସଲାମୀୟ ଧାର୍ମିକ ଶିକ୍ଷାନୁଷ୍ଠାନ ମଦ୍ରାସା ରେ ପରଣତ କରା ନଯାଉ। ବିଦ୍ୟାଳୟର ରଙ୍ଗ ଧଳା ହେବା ଆବଶ୍ୟକ। 

Also Read: ଗ୍ରୀଷ୍ମ ପ୍ରବାହ କାରଣରୁ ଅସ୍ତବ୍ୟସ୍ତ ଜନଜୀବନ; ବାଉଁଶ ଗଛ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଏନେଇ ପ୍ରତିକ୍ରିୟା ରଖି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ବିଦ୍ୟାଳୟ ହେଉଛି ସାର୍ବଜନୀନ ସ୍ଥାନ। ଏଠାରେ ବିଭିନ୍ନ ଧର୍ମ ତଥା ଜାତିର ଛାତ୍ରଛାତ୍ରୀ ପାଠ ପଢିଥାନ୍ତି। ଏହାକୁ ନଜରରେ ରଖି ଏହାର ରଙ୍ଗ ଧଳା ହେବା ଆବଶ୍ୟକ। ବିଦ୍ୟାଳୟରେ ଲଗାଯାଇଥିବା ସବୁଜ ରଙ୍ଗକୁ ହଟାଯିବା ଦରକାର। ବିଦ୍ୟାଳୟକୁ ସବୁଜ ରଙ୍ଗରେ ରଙ୍ଗାୟିତ କରିବା ଠିକ ନୁହେଁ। ଧଳା ରଙ୍ଗ ଶାନ୍ତିର ପ୍ରତୀକ। ବିଦ୍ୟାଳୟରେ ଧଳା ରଙ୍ଗ ବ୍ୟବହାର କରାଯିବା ଆବଶ୍ୟକ।