Shocking News: ଦୁନିଆର ଏହି ସବୁ ସ୍ଥାନରେ ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ, ହୋଇନଥାଏ ରାତି!
Advertisement

Shocking News: ଦୁନିଆର ଏହି ସବୁ ସ୍ଥାନରେ ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ, ହୋଇନଥାଏ ରାତି!

Shocking News: ଦିନ ପରେ ରାତି ସୃଷ୍ଟିର ନିୟମ ଅଟେ । କିନ୍ତୁ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହାର ସୃଷ୍ଟିର ନିୟମ ମଧ୍ଯ ବଦଳିଯାଇଥାଏ । ଏହି ସ୍ଥାନରେ ଅସ୍ତ ହୋଇନଥାଆନ୍ତି ସୂର୍ଯ୍ୟ ।

ସୌ(ସୋସିଆଲ ମିଡିଆ)

Shocking News: ଦୁନିଆରେ ଆମ ଚାରିପଟେ ଅନେକ ଅଜବ ଘଟଣା ଘଟିଥାଏ । କେତେକ ଘଟଣା ଏପରି ହୋଇଥାଏ ଯାହାକୁ ଶୁଣିବା ପରେ ସହଜରେ ବିଶ୍ବାସ କରାଯାଇପାରିନଥାଏ । ଆଉ କେତେକ ଘଟଣା ତ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏତେ ବଡ଼ ଦୁନିଆରେ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଜିନିଷ ଜାଣିବାକୁ ପାଉ । ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣି ଆପଣ ଆବାକ ହୋଇଯିବେ । ଦୁନିଆରେ ବହୁ ରହସ୍ୟମୟୀ ଘଟଣା ମଧ୍ଯ ଘଟିଥାଏ । କିଛି ଘଟଣା ଛାତି ଥରାଇବା ଭଳି ହୋଇଥିବା ବେଳେ ଆଉ କେତେକ ଘଟଣାକୁ ଜାଣିବାକୁ ବୁଝିବାକୁ ବା ବୁଝବାକୁ ସମୟ ଲାଗିଯାଇଥାଏ । ତେବେ ପ୍ରକୃତିର ନିୟମ ଅନୁଯାୟୀ, ରାତି ପରେ ଦିନ ଓ ଦିନ ପରେ ରାତି ହୋଇଥାଏ । ତେବେ କେତେକ ସ୍ଥାନରେ ଏହାକ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ଏହି ପୃଥିବୀରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ହଁ, ଗୋଟିଏ ବର୍ଷରେ ୭୦ ଦିନରୁ ଅଧିକ ସମୟ ଏହି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୋଇନଥାନ୍ତି । ଆସନ୍ତୁ ଜାଣିବା ପୃଥିବୀର ଏପରି କିଛି ସ୍ଥାନ ବିଷୟରେ ଯେଉଁଠାରେ ରାତି ହୁଏନାହିଁ ।

ନରୱେ(Norway)

ଏହାକୁ ‘ନରୱେ ଲ୍ୟାଣ୍ତ ଅଫ ମିଡ଼ନାଇଟ ସନ’ ବୋଲି କୁହାଯାଏ । ଏହା ଆର୍କଟିକ୍ ସର୍କଲରେ ଅବସ୍ଥିତ । ଏହି ସ୍ଥାନରେ ମେ ମାସରୁ ଆରମ୍ଭ କରି ଜୁଲାଇ ମାସ ଯାଏଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ଅର୍ଥାତ୍ ଲଗାତର ୭୬ଦିନ ଏଠାରେ ରାତି ହୋଇନଥାଏ । ଏହା ବ୍ୟତୀତ ଏଠାରେ ଥିବା ସାଲାବାର୍ଡ଼ରେ ମଧ୍ଯ ୧୦ ଏପ୍ରିଲରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ  ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ।

କାନାଡା - ନୁନାଭୁଟ ସହର (Nunavut)

କାନାଡା଼ ଏକ ସୁନ୍ଦର ଦେଶ ଅଟେ । ଏଠାରେ ବହୁ ସଂଖ୍ୟକ ଭାରତୀୟ ବାସ କରନ୍ତି । ନୁନାଭୁଟ ସହର କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ । ଏହି କାନାଡୀୟ ସହରରେ କ୍ରମାଗତ ଦୁଇ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ସେହିପରି ଶୀତ ରତୁରେ ଏଠାରେ ୩୦ଦିନ କେବଳ ରାତି ରହିଥାଏ । ଏହି ସମୟରେ ସୂର୍ଯ୍ୟ ଅସ୍ତ ଲୁଚିଯାଇଥାଆନ୍ତି ।

ଆଇସଲ୍ୟାଣ୍ତ(Iceland)

ୟୁରୋପର ବୃହତ୍ତମ ଦ୍ୱୀପପୁଞ୍ଜ ମଧ୍ୟରୁ ଆଇସଲ୍ୟାଣ୍ଡ ଅନ୍ୟତମ । ଜୁନ୍ ମାସରେ ସୂର୍ଯ୍ୟ ଏହି ଦ୍ୱୀପରେ କେବେ ବି ଅସ୍ତ ହୁଅନ୍ତି ନାହିଁ । ଆଇସଲ୍ୟାଣ୍ଡରେ ୨୪ ଘଣ୍ଟା ଦିନ ହୋଇଥାଏ । ଗ୍ରେଟ ବ୍ରିଟେନ ପରେ ଆଇସଲ୍ୟାଣ୍ଡ ହେଉଛି ୟୁରୋପର ସବୁଠାରୁ ବଡ ଦ୍ୱୀପ ଅଟେ ।

ଆଲାସ୍କା (Alaska)ମେ’ ମାସ ଶେଷରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଆଲାସ୍କାର ବାରୋ ସହରରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ନଭେମ୍ବର ମାସ ସାରା ଏଠାରେ ରାତି ହୋଇଥାଏ । ଏହି ସମୟକୁ ପୋଲାର ନାଇଟ୍ ବୋଲି କୁହାଯାଏ ।

ଫିନଲ୍ୟାଣ୍ଡ(Finland)

ଫିନଲ୍ୟାଣ୍ଡର ଅଧିକାଂଶ ସ୍ଥାନରେ ସୂର୍ଯ୍ୟ ମାତ୍ର ୭୩ ଦିନ ଉଦୟ ହୋଇଥାଆନ୍ତି । ଶୀତ ଦିନ ଯଥା ଡିସେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଏଠାରେ ଅନ୍ଧାର ରହିଥାଏ  ।

ଏହାମଧ୍ଯ ପଢନ୍ତୁ-Viral Video: ଦୁର୍ଘଟଣାରେ ଜେଜେଙ୍କ ମୃତ୍ୟୁ ପରେ ଏପରି କାମ କରୁଛନ୍ତି ନାତୁଣୀ, ଭିଡ଼ିଓ ଭାଇରାଲ