ଆଧୁନିକତାର ଛାପରେ ସାଧାରଣ ଲୋକ ତମାଖୁ ସେବନ କରି ଧୀରେ ଧୀରେ ତମାଖୁର ବଶବର୍ତ୍ତୀ ହୁଏ ଏବଂ ପରେ ତାର ପରିଣତି ଭୟାବହ ହୁଏ। ଏଥିସହ ତମାଖୁକୁ ସମାଜରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
Trending Photos
World No Tobacco Day 2024 (ଦେବବ୍ରତ ଷଣ୍ଢ): ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଯୋଗୁଁ ହେଉଥିବା କ୍ଷତି ଏବଂ ଏଥିରୁ ଦୂରେଇ ରହିବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଆଜି ବିଶ୍ୱ ବ୍ୟାପି ଆୟୋଜିତ ହେଉଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ। ତେବେ ଆଇନ ଓ ସଚେତନତା କାର୍ଯ୍ୟକ୍ରମ କିଛି ମାତ୍ରାରେ ତମାଖୁ ବିକ୍ରି ଏବଂ ଏହାର ବ୍ୟବାହାରକୁ ନିୟନ୍ତ୍ରଣ କରିଛି ସତ, ହେଲେ ଏବେ ବି ଏହାର ବ୍ୟବହାର ଜନିତ ବିଭିନ୍ନ ରୋଗର ଭୟାବହତା କମିନି। ତମାଖୁ ବ୍ୟବହାର ଜନିତ କ୍ୟାନସର ରୋଗୀଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଆମ ରାଜ୍ୟର ପ୍ରାୟ ୨୯ ହଜାର ଲୋକ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନକୁ ରୋଗ ଭଲ ହେବା ପାଇଁ ଆସିଥିବା ବେଳେ ଏଥିରେ ତମାଖୁ ସେବନ ଜନିତ କ୍ୟାନସର ରୋଗୀଙ୍କ ସଂଖ୍ୟା ଥିଲା ୩୦ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି। ତମାଖୁ ସେବନ ଦ୍ବାରା ଏଥିରେ ଥିବା ନିକୋଟିନ୍ ଜାତୀୟ ଦ୍ରବ୍ୟ ଆମ ଦାନ୍ତ ଓ ମାଢିକୁ ମଧ୍ୟ ଗୁରୁତର କ୍ଷତି ପହଁଞ୍ଚାଇଥାଏ। ମଧୁମେହ, ହୃଦ୍ରୋଗ, ଶ୍ୱାସଜନିତ ରୋଗ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ପଛରେ ଏହା ମୁଖ୍ୟ କାରଣ।
On the occasion of #WorldNoTobaccoDay. My SandArt at Puri beach in Odisha, India
Say #NoTobacco pic.twitter.com/TOm5NYZ3aZ— Sudarsan Pattnaik (@sudarsansand) May 31, 2024
ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ତଥା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ତଥ୍ୟ କହୁଛି, ୧୫ ବର୍ଷ ବା ତା’ଠାରୁ କମ୍ ବୟସର ଶିଶୁମାନେ ତମାଖୁ ସେବନ କରୁଛନ୍ତି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-2 ଅନୁଯାୟୀ ଓଡ଼ିଶାରେ ୫୫.୯ ପ୍ରତିଶତ ପୁରୁଷ ଓ ୨୨.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ୯.୭ ପ୍ରତିଶତ ଲୋକ ଧୂମଯୁକ୍ତ ତମାଖୁ ସେବନ କରୁଥିବା ବେଳେ ୩୪.୬ ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି।
ସମସ୍ତେ ତମାଖୁ ବର୍ଜନ କରିବାକୁ ନେଇ ସାମାଜିକ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ଇମ୍ରାନ ଅଲ୍ଲୀ ରାଜ୍ୟର ବିଭିନ୍ନ ଗାଁ ଓ ସହରାଞ୍ଚଳର ବସ୍ତିରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କୁ ନାଚଗୀତ ମାଧ୍ୟମରେ ନିଶା ଖାଇବା ନାହିଁ କି ନିଶା କିଣିବା ନାହିଁ ର ବାର୍ତ୍ତା ଦେଉଛନ୍ତି। ଏହି ଅଭିଯାନ ଫଳରେ ଅନେକ ପିଲା ନିଶାଠାରୁ ଦୂରେଇ ଯାଇଥିବା ସେ କହନ୍ତି। ବର୍ତ୍ତମାନ ପରିବାର ସଦସ୍ୟ ତମାଖୁ କିଣିବାକୁ କହିଲେ ସିଧାସଳଖ ମନା କରିଦେଉଛନ୍ତି ପିଲାମାନେ।
ଦିନକୁ ଦିନ ଛୋଟ ଛୋଟ ପିଲାମାନେ ନିଶା କବଳରେ ପଡ଼ି ଜୀବନକୁ କ୍ଷତି ପହଞ୍ଚାଉଛନ୍ତି। କ୍ୟାନ୍ସର ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ନିଶାରେ ପଡି ତାଙ୍କ ଭିବଷ୍ୟତ ନଷ୍ଟ ହେଉଛି। ଏଥିସହ ଯଦି ବାପା ମା’ ନିଶା ଖାଉଛନ୍ତି, ତାହାଲେ ଏହାର ସିଧା ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି। ତମାଖୁ ସେବନ ରୋକିବାକୁ ପ୍ରତିବର୍ଷ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ତମାଖୁ ବ୍ୟବହାରର ଭୟାବହତା ତଥା ଏହାଠାରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରାଯାଉଛି। ତେବେ ଶୈଶବରେ ଆରମ୍ଭ ହୋଇଥିବା ନିଶା ଅଭ୍ୟାସ ପରେ ଛଡାଇବା କଷ୍ଟକର ହୋଇପଡେ। ସେଥିପାଇଁ ଶୈଶବ ସମୟ ଜଗିଦେଲେ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟାକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆଧୁନିକତାର ଛାପରେ ସାଧାରଣ ଲୋକ ତମାଖୁ ସେବନ କରି ଧୀରେ ଧୀରେ ତମାଖୁର ବଶବର୍ତ୍ତୀ ହୁଏ ଏବଂ ପରେ ତାର ପରିଣତି ଭୟାବହ ହୁଏ। ଏଥିସହ ତମାଖୁକୁ ସମାଜରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।