Youtuber Arman Mallick:ବେବି ସାୱାରରେ ମୁହାଁମୁହିଁ ୟୁଟ୍ୟୁବର ଅରମାନଙ୍କ ଦୁଇ ପତ୍ନୀ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1582203

Youtuber Arman Mallick:ବେବି ସାୱାରରେ ମୁହାଁମୁହିଁ ୟୁଟ୍ୟୁବର ଅରମାନଙ୍କ ଦୁଇ ପତ୍ନୀ, ଜାଣନ୍ତୁ କାରଣ

Youtuber Arman Mallick: ଲୋକପ୍ରିୟ ୟୁଟ୍ୟୁବର ଅରମାନ ମଲ୍ଲିକଙ୍କ ଉଭୟ ପତ୍ନୀ କିର୍ତ୍ତିକା ମଲ୍ଲିକ(Kritika Malik) ଓ ପାୟଲ ମଲ୍ଲିକ(Payal Malik) ଏବେ ଗର୍ଭବତୀ ଅଛନ୍ତି । ନିକଟରେ ଏହି ଦୁହେଁଙ୍କ ବେବି ସାୱାର(Baby Shower) ବା ଗୋଧଭରାଇ କାର୍ଯ୍ୟକ୍ରମ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମର ଏକ ଅନସିନ୍ ଭିଡ଼ିଓ ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଏଥିରେ ଅରମାନଙ୍କ ଦୁଇ ପତ୍ନୀଙ୍କ ମଧ୍ଯରେ ଘମାସାନ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହା ପଛର କାରଣ ଜାଣିଲେ ଆପଣ ମୁଣ୍ତରେ ହାତ ଦେବେ ।

ସୌ(ସୋସିଆଲ ମିଡିଆ)

Youtuber Arman Mallick: ଫେମସ ୟୁଟ୍ୟୁବର ଅରମାନ ମଲ୍ଲିକଙ୍କୁ(Youtuber Arman Mallick) ବା କିଏ ବା ନ ଜାଣେ । ଦୁଇ ପତ୍ନୀଙ୍କ ପାଇଁ ବେଶ ଚର୍ଚ୍ଚାରେ ଥାଆନ୍ତି ଅରମାନ । ଏହି ଲୋକପ୍ରିୟ ୟୁଟ୍ୟୁବରଙ୍କ ଉଭୟ ପତ୍ନୀ କିର୍ତ୍ତିକା ମଲ୍ଲିକ(Kritika Malik) ଓ ପାୟଲ ମଲ୍ଲିକ(Payal Malik) ଏବେ ଗର୍ଭବତୀ ଅଛନ୍ତି । ନିକଟରେ ଏହି ଦୁହେଁଙ୍କ ବେବି ସାୱାର(Baby Shower) ବା ଗୋଧଭରାଇ କାର୍ଯ୍ୟକ୍ରମ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମର ଏକ ଅନସିନ୍ ଭିଡ଼ିଓ ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡ଼ିଓରେ ସବୁବେଳେ ପରସ୍ପରର ଯତ୍ନ ନେଉଥିବା ଅରମାନଙ୍କ ଦୁଇ ପତ୍ନୀ ମଧ୍ଯରେ ସିରିୟସ କଥାକଟା କଟି ହେଉଥିବା ଦେଖିବାକୁ ମିଳିଛି । ତେବେ ଏହା ପଛର କାରଣ ଜାଣିଲେ ଆପଣ ମୁଣ୍ତରେ ହାତ ଦେବେ ।

ଭାଇରାଲ ହେଉଥି୍ବା ଏହି ଭିଡ଼ିଓକୁ କିର୍ତ୍ତିକା ନିଜ ଫେସବୁକ ଆକଉଣ୍ଟରେ(Facebook) ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ, କିର୍ତ୍ତିକା ଏହି ଖାସ ଦିନ ପାଇଁ ରେଡ଼ି ହେଉଛନ୍ତି, ଏତିକିବେଳେ ବିଳମ୍ବ ହେଉଥିବା ନେଇ ପାୟଲ କିର୍ତ୍ତିକାଙ୍କ ଉପରେ ଚିଡ଼ଚିଡ଼ ହେବାସହ ତାଙ୍କୁ ଜଲଦି ରେଡ଼ି ହେବା ପାଇଁ କହୁଛନ୍ତି। ଆଉ ଏତିକିରେ ରାଗି ଯାଉଛନ୍ତି କିର୍ତ୍ତିକା । ବାସ୍, ଏହାପରେ ଝଗଡ଼ା ବଢିବାକୁ ଲାଗୁଛି। ଉଭୟ ନିଜର ହିତାହିତ ଜ୍ଞାନ ଭୁଲି ଅତିଥି୍ଙ୍କ ସମ୍ମୁଖରେ ପରସ୍ପରର କଟୁ କଥା କହୁଥିବା ଦେଖିବାକୁ ମିଳୁଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, କିର୍ତ୍ତିକାଙ୍କ ମାଆ ମଧ୍ଯ ପାୟଲଙ୍କ ସହ ଝଗଡ଼ା କରୁଛନ୍ତି । ଖାଲି ଏତିକି ନୁହେଁ କିର୍ତ୍ତିକା ନିଜ ମାଆଙ୍କ ଆଗରେ ପାୟଲଙ୍କ ବିରୋଧରେ ଅଭିଯୋଗ କରିବା ସହ ସେ ତାଙ୍କୁ ଭ୍ୟାମ୍ପପେୟାର(Vampire) କହୁଥିବା ଦେଖିବାକୁ ମିଳିଛି । ଅବଶଃ ଶେଷରେ ଏହା ଏକ ପ୍ଲାନିଂ ଭିଡ଼ିଓ ବୋଲି ଜଣାପଡ଼ିଛି । ଏନେଇ ଅରମାନ ମଲ୍ଲିକ କହିଛନ୍ତି ଯେ, ଫ୍ୟାନ୍ସ ଉଭୟଙ୍କ ଝାଗଡ଼ାକୁ ବେଶ ଉପଭୋଗ କରିଥାଆନ୍ତି । ତେଣୁ ଫ୍ୟାନ୍ସଙ୍କ ଲାଗି ସେମାନେ ଏହି ଭିଡ଼ିଓଟି ପ୍ଲାନ କରିଥିଲେ । ଏହାପରେ କିର୍ତ୍ତିକାଙ୍କ ମାଆ ପାୟଲଙ୍କୁ ଗେଲ କରୁଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଥାଉ କି, ଅରମାନ ମଲ୍ଲିକଙ୍କ ପରି ତାଙ୍କର ଉଭୟ ପତ୍ନୀ ମଧ୍ଯ କଣ୍ଟେଟ କ୍ରିୟେଟର୍(Content Creator) ଅଟନ୍ତି । ଅରମାନ୍ ୨୦୧୧ ମସିହାରେ ପାୟଲଙ୍କୁ ବିବାହ କରିଥିଲେ । ଏହାର ୭ ବର୍ଷ ପରେ ସେ ପାୟଲଙ୍କ ବାନ୍ଧବୀ କିର୍ତ୍ତିକାଙ୍କୁ ୨୦୧୮ ମସିହାରେ ଦ୍ବିତୀୟ ବିବାହ କରିଥିଲେ । ବର୍ତମାନ ସେ ଉଭୟ ସ୍ତ୍ରୀଙ୍କ ସହ ଗୋଟିଏ ଘରେ ରହୁଛନ୍ତି ।