Bharat Jodo Programme: ଓଡ଼ିଶାରୁ ଆରମ୍ଭ ହେବ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ, ଶହେ ଦିନ ଧରି ଚାଲିବ ଏହି ପଦଯାତ୍ରା
Advertisement

Bharat Jodo Programme: ଓଡ଼ିଶାରୁ ଆରମ୍ଭ ହେବ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ, ଶହେ ଦିନ ଧରି ଚାଲିବ ଏହି ପଦଯାତ୍ରା

ଅକ୍ଟୋବର ୩୧ରୁ ଓଡ଼ିଶାରେ ଚାଲିବ ଭାରତ ଯୋଡ ପଦଯାତ୍ରା। ଯେଉଁଥିରେ ରାଜ୍ୟର ୨୦ ସଂସଦୀୟ କ୍ଷେତ୍ରର ୨୨୫୦ କିଲୋମିଟର ଯାତ୍ରା କରିବ କଂଗ୍ରେସ।  ସାମିଲ ହେବେ ଜାତୀୟ କଂଗ୍ରେସର ବହୁ ବରିଷ୍ଠ ନେତାମାନେ । 

ଫାଇଲ୍ ଫଟୋ

ଭୁବନେଶ୍ୱର (ରାଜେଶ ସାମନ୍ତରାୟ): ଅକ୍ଟୋବର ୩୧ରୁ ଶହେ ଦିନ ପାଇଁ ଓଡିଶାରେ ହେବ ଭାରତ ଯୋଡ ଯାତ୍ରା।  ୨୦ ସଂସଦୀୟ କ୍ଷେତ୍ରର ୨୨୫୦ କିଲୋମିଟର ଯାତ୍ରା କରିବ ଏହି। ମୁଖ୍ୟତଃ ୩ଟି କାରଣ ପାଇଁ ଏହି ଯାତ୍ରା କରାଯାଉଛି ବୋଲି କଂଗ୍ରେସ ସମ୍ପାଦିକ ସମ୍ମିଳନୀରେ କହିଛି।  ତେବେ ଏହି ଯାତ୍ରା ଉପରେ ଓଡ଼ିଶାରେ କୌଣସି ପ୍ରଭାବ ପଡିବ ନାହିଁ ଜାଣି ପାରି ନିଜେ ରାହୁଲ ଓଡ଼ିଶା ଆସୁନାହାନ୍ତି ବୋଲି କଟାକ୍ଷ କରିଛି ବିଜେଡି। ବିଜେଡି କହିଛି ରାଜ୍ୟରେ ନିଜର ୨ ପ୍ରତିଶତ ଭୋଟ ଆଗ ନିଜେ ବଞ୍ଚାନ୍ତୁ । ବିଜେପି କହିଛି ଭାରତ ଯୋଡ଼ି ହୋଇ ଅଛି।  ପ୍ରଧାନମନ୍ତ୍ରୀ ଏକତା ଓ କେନ୍ଦ୍ରୀୟ ଯୋଜନାରେ ସମସ୍ତଙ୍କୁ ଯୋଡ଼ି ରଖିଛନ୍ତି।

ଅକ୍ଟୋବର ୩୧ରୁ ଓଡ଼ିଶାରେ ଚାଲିବ ଭାରତ ଯୋଡ ପଦଯାତ୍ରା। ଯେଉଁଥିରେ ରାଜ୍ୟର ୨୦ ସଂସଦୀୟ କ୍ଷେତ୍ରର ୨୨୫୦ କିଲୋମିଟର ଯାତ୍ରା କରିବ କଂଗ୍ରେସ।  ସାମିଲ ହେବେ ଜାତୀୟ କଂଗ୍ରେସର ବହୁ ବରିଷ୍ଠ ନେତାମାନେ । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ଭାରତ ଯୋଡ ଯାତ୍ରା । ଏହା ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ । ୨୦ ସଂସଦୀୟ କ୍ଷେତ୍ରରେ ହେବ । ଏଥିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ । ଲିଫଲେଟ ଜିଲ୍ଲା ସଭାପତି ବାଣ୍ଟିବେ। ଓଡ଼ିଶାରେ ଭାରତ ଯୋଡ ଯାତ୍ରାରେ ଜୟରାମ ରମେଶ ଓ ଦିଗବିଜୟ ସିଂ ଯୋଗ ଦେବେ । ମୁଖ୍ୟତଃ ତିନୋଟି କାରଣରୁ ଏହି ପଦଯାତ୍ରା ଦେଶରେ ହେଉଛି । ୧. RSS ଓ ବିଜେପି ନୀତି ଯୋଗୁ ଭାରତ ଭାଙ୍ଗୁଛି । ଦରଦାମ ବୃଦ୍ଧି, ବେକାରୀ, ଦୁଇ ପୁଞ୍ଜିପତିଙ୍କ ହାତରେ ଦେଶ ଟେକି ଦେଇଛନ୍ତି ମୋଦି । ୨. ଧର୍ମ, ଜାତି ନାଁରେ ସମାଜକୁ ରାଜନୈତିକ ଉଦେଶ୍ୟରେ ଭଙ୍ଗା ଯାଉଛି । ୩. ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ଆଇନ କରୁଛନ୍ତି । ଯାହା ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରୁଛି । କ୍ଷମତା ନିଜ ହାତକୁ ନେଇ ଦେଶ ଭାଙ୍ଗୁଛି ।

ତେଣୁ ଓଡ଼ିଶାରେ ଭାରତ ଯୋଡ ପରିବର୍ତ୍ତନ ଆଣିବ । ଏହି ପରିକ୍ରମା ଯାତ୍ରା ଯାହା ଦେଶରେ ପରିବର୍ତ୍ତନ ଆଣିବ । ଏହା RSS ଓ ବିଜେପି ବିରୋଧରେ ପଦଯାତ୍ରା । ଯେଉଁମାନେ ଦେଶ ବିଭାଜନ କରୁଛନ୍ତି ସେମାନଙ୍କ ବିରୋଧରେ।  ତେବେ ରାହୁଲ ଗାନ୍ଧୀ ଓଡିଶା ପଦଯାତ୍ରାରେ ସାମିଲ ହେବେ ନାହିଁ। ଯାତ୍ରା କନ୍ୟା କୁମାରୀରୁ ଆରମ୍ଭ ହୋଇ କାଶ୍ମୀର ଯାଏଁ ଚାଲିବ।  ଭୌଗଳିକ ମାନଚିତ୍ର କାରଣରୁ ଏହାର ରୁଟ୍ ଓଡ଼ିଶାରେ ଆସୁ ନ ଥିବାରୁ ରାହୁଲ ଗାନ୍ଧୀ ଆସି ପାରିବେ ନାହିଁ । ଏହା ଏକ ଜନ ସମ୍ପର୍କ ଯାତ୍ରା। ଧର୍ମ ନାମରେ ଦେଶକୁ ବଣ୍ଟା ଯାଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ଼ବିଜୟ ସିଂହ କହିଛନ୍ତି।

ବିଜେପି କହିଛି ଭାରତ ଯୋଡ଼ି ହୋଇ ରହିଚି।  ପ୍ରଧାନମନ୍ତ୍ରୀ ଏକତା ମନ୍ତ୍ରରେ ଏହାକୁ ଆହୁରି ମଜବୁତ୍ କରିଛନ୍ତି । ବିଭିନ୍ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଏହାକୁ ନ ଯୋଡ଼ି ନିଜ ଦଳକୁ ଆଗ ଯୋଡନ୍ତୁ। ବିଜେଡି କହିଛି  କିଛି ଦିନ ପୂର୍ବେ ଗୁଲମ ନବୀ ଆଜାଦ କହିଥିଲେ ଭାରତ ଯୋଡ ଛାଡି କଂଗ୍ରେସ ଦଳ ଯୋଡ଼ିବାର ଆବଶ୍ୟକତା ରହିଛି।  କଂଗ୍ରେସର କେନ୍ଦ୍ରୀୟ ନେତା କଣ କହୁଛି ତାହା ପ୍ରଥମେ ବୁଝନ୍ତୁ। କଂଗ୍ରେସ ପ୍ରଥମେ ତାର ୨ ପ୍ରତିଶତ ଭୋଟକୁ ଯୋଡ଼ିକି ରଖୁ।

ସେପ୍ଟେମ୍ବରରୁ ରାହୁଲ ଗାନ୍ଧୀ ଭାରତ ଜୋଡ ପଦଯାତ୍ରା ଆରମ୍ଭ ହୋଇଥିଲା । ଆଜି ଯାଏ ୨୧୦ କିଲୋମିଟର ଅତିକ୍ରମ ହେଲାଣି. ସାଢେ ପାଞ୍ଚ ମାସରେ କନ୍ୟା କୁମାରୀରୁ କାଶ୍ମୀର ଯାଏଁ ଏହା ହେବ । ପ୍ରତିଦିନ ୨୨ କିଲୋମିଟର ପଦଯାତ୍ରା ହେଉଛି। ୩୦ ପ୍ରତିଶତ ମହିଳା ପଦଯାତ୍ରା କରୁଛନ୍ତି। ଯେଉଁମାନଙ୍କ ବୟସ ୩୮ ବର୍ଷ ବୟସ ହେବ। ପ୍ରତିଦିନ ସକାଳ ୭ ରୁ ସାଢେ ୧୦ ଯାଏଁ ହେଉଛି । ସନ୍ଧ୍ୟାରେ 4ରୁ ସାଢେ 7 ଯାଏ ପଦଯାତ୍ରା ହେଉଛି । କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବାକୁ ପଦଯାତ୍ରା ଗୋଟିଏ ମାଧ୍ୟମ ବୋଲି ଦଳ ଆଜି କହିଚି।