Draupadi Murmu: ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଖିଳ ଗିରି, ତାତିଲେ ତିନି ଦଳ, ସୁର କହିଲେ ଦେଲେ ବଡ ବୟାନ୍
Advertisement
Article Detail0/zeeodisha/odisha1438100

Draupadi Murmu: ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଖିଳ ଗିରି, ତାତିଲେ ତିନି ଦଳ, ସୁର କହିଲେ ଦେଲେ ବଡ ବୟାନ୍

Draupadi Murmu: ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମନ୍ତ୍ରୀ ଅପମାନ ସୂଚକ ମନ୍ତବ୍ୟକୁ ନେଇ ଆଜି ରାଜ୍ଯରେ ବିଭିନ୍ନ ଦଳ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ୩ ପ୍ରମୁଖ ଦଳ ଟିଏମସି ନେତା ତଥା ମନ୍ତ୍ରୀଙ୍କୁ ନିଜ ଅରୁଚିକର ମନ୍ତବ୍ୟ ପାଇଁ ପଦରୁ ଇସ୍ତଫା ଦେବାକୁ ଦାବି କରିଛି।

ସୌଜନ୍ୟ : ସୋସିଆଲ ମିଡିଆ

Draupadi Murmu: ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମନ୍ତ୍ରୀ ଅପମାନ ସୂଚକ ମନ୍ତବ୍ୟକୁ ନେଇ ଆଜି ରାଜ୍ଯରେ ବିଭିନ୍ନ ଦଳ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ୩ ପ୍ରମୁଖ ଦଳ ଟିଏମସି ନେତା ତଥା ମନ୍ତ୍ରୀଙ୍କୁ ନିଜ ଅରୁଚିକର ମନ୍ତବ୍ୟ ପାଇଁ ପଦରୁ ଇସ୍ତଫା ଦେବାକୁ ଦାବି କରିଛି। ଏହା ସହ ମମତା ବାନାର୍ଜୀ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି। କଂଗ୍ରେସ ପାଦେ ଆଗକୁ ଯାଇ କହିଚି ଅଖିଳ ଗିରିଙ୍କ ମୁହଁରେ ଆମେ ଗୁହ ଗୋବର ବୋଳିବୁ ।

ରାଷ୍ଟ୍ରପତିଙ୍କୁ ଖରାପ ମନ୍ତବ୍ୟ ଦେବା ପ୍ରସଙ୍ଗରେ ନିଆଁ ହୋଇଛି ରାଜ୍ୟ ବିଜେପି  :

ଏ ନେଇ ସମସ୍ତ ଜିଲ୍ଲା ଓ ସବଡିଭିଜନରେ ପ୍ରତିବାଦ କରିବ ବିଜେପି । ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମସି ନେତା ଅଖିଳ ଗିରି ହୀନ ମନ୍ତବ୍ୟ ଦେଇଛନ୍ତି । ଏହା ଟିଏମସିର ଅତ୍ୟନ୍ତ ଘୃଣ୍ୟ ଓ ନୀଚ ଆଚରଣ । ମନ୍ତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗିରଫ କରାଯାଉ ବୋଲି ଦଳ ଦାବି କରିଛି। ସର୍ବସାଧାରଣରେ ଏଭଳି ମନ୍ତବ୍ୟ କଦାପି ଗ୍ରହଣୀୟ ନୁହେଁ । ଏହାର ଘୋର ନିନ୍ଦା କରୁଛି ବିଜେପି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେମିତି ସହୁଛନ୍ତି । ଦେଶର ରାଷ୍ଟ୍ରପତି ଜଣେ ଗୌରବମୟୀ ଆଦିବାସୀ ମହିଳା । ତୃଣମୂଳ କଂଗ୍ରେସ ମହିଳା ଓ ଆଦିବାସୀ ବିରୋଧୀ । ଦେଶର ସମ୍ବିଧାନ ପ୍ରତି କୌଣସି ସମ୍ମାନ ନାହିଁ । ଦେଶଦ୍ରୋହ ଠାରୁ ଏହି ଘଟଣା କିଛି କମ ନୁହେଁ । ଦେଶର ପ୍ରତି ଜନତା ରାଜରାସ୍ତାକୁ ଓହ୍ଲାଇବା କଥା ବୋଲି ଦଳ କହିଛି।

 କଂଗ୍ରେସ କହିଛି ଓଡ଼ିଶା ଆସିଲେ ଅଖିଳ ଗିରିଙ୍କ ମୁହଁରେ ଗୁହ ଓ ଗୋବର ବୋଳିବୁ । ଆମେ ସମସ୍ତେ ମର୍ମାହତ, ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଛନ୍ତି, ତାହା ଗ୍ରହଣୀୟ ନୁହେଁ । ମହିଳା ଶକ୍ତିର ଜ୍ୱଳନ୍ତ ଉଦାହରଣ ସେ । ଜଣେ ଶିକ୍ଷିତ ମହିଳା ଯିଏ ବିଧାୟକ, ମନ୍ତ୍ରୀ ପରେ ରାଜ୍ୟପାଳ ହୋଇଥିଲେ । ଦ୍ରୌପଦୀ ଯେଉଁ ରାଜ୍ୟକୁ ଯାଉଛନ୍ତି, ଲୋକେ ତାଙ୍କୁ ଆଦରରେ ଗ୍ରହଣ କରୁଛନ୍ତି । କଳା ବୋଲି ତାଙ୍କୁ ଯେଉଁ କଟୁ ଶବ୍ଦ କୁହାଯାଇଛି, ତାହା ନିନ୍ଦନୀୟ । ଅଖିଳ ଗିରିଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳୀରୁ ବିଦା କରିବା ସହ ଗିରଫ କରିବାକୁ ସୁର ଦାବି କରିଛନ୍ତି । ଭାରତ ବର୍ଷର ଗର୍ବ ଯଦି ଏମିତି ସମାଲୋଚନା କରାଯାଏ ତାହାକୁ ଆମେ ଗ୍ରହଣ କରିବୁ ନାହିଁ । ଯଦି ସେ କେବେ ଓଡ଼ିଶା ଆସନ୍ତି, ତେବେ ତାଙ୍କ ମୁହଁରେ ଗୁହ ଓ ଗୋବର ବୋଳା ହେବ । ଏ ମାଟିରେ ତାଙ୍କୁ ଓହ୍ଲେଇ ଦେବୁନାହିଁ । ରାଷ୍ଟ୍ରପତି ହେଉଛନ୍ତି ଭାରତର ଗର୍ବ ଓ ଗୌରବ । ଦେଶର ପ୍ରଥମ ନାଗରିକ । ଟିଏମସି ମନ୍ତ୍ରୀଙ୍କ ଏହି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ସହ ଗିରଫ କରାଯାଉ । ଏହା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ । ଏହା ଓଡ଼ିଆ ସ୍ୱାଭିମାନର କଥା । ଦେଶ, ମହିଳା ଓ ଆଦିବାସୀଙ୍କ ଅସ୍ମିତାର କଥା ।

ସର୍ବୋଚ୍ଚ ପଦକୁ ନେଇ ଅରୁଚିକର ମନ୍ତବ୍ୟ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ କରିବ ଦୁର୍ବଳ କରିବ ବୋଲି ବିଜେଡି କହିଛି। ରାଷ୍ଟ୍ରପତିଙ୍କୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅରୁଚିକର ମନ୍ତବ୍ୟକୁ ନିନ୍ଦା କରିଛି ବିଜେଡି । ବିଜେଡିର ବରିଷ୍ଠ ନେତା ସୁବାସ ସିଂ, ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି ସେ କହିଛନ୍ତି ।

ସୁବାସ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଓଡ଼ିଶାବାସୀ ଗର୍ବ କରନ୍ତି । ଓଡ଼ିଶାର ଜଣେ ସାଧାରଣ ଝିଅ, ଆଦିବାସୀ ମହିଳା ସଂଘର୍ଷ କରି ତଳସ୍ତରରୁ ବିଭିନ୍ନ ପଦ ପଦବୀରେ ରହି ସର୍ବୋଚ୍ଚ ପଦବୀକୁ ଯାଇଛନ୍ତି । ରାଜ୍ୟପାଳ ପରେ ମହାମହିମ ରାଷ୍ଟ୍ରପତି ହୋଇଛନ୍ତି । ଜନଜାତିର ମହିଳା ସର୍ବୋଚ୍ଚ ପଦବୀକୁ ଯିବା ଆମ ସମସ୍ତଙ୍କ ଲାଗି ଗର୍ବର କଥା । ସର୍ବୋଚ୍ଚ ପଦରେ ଥିବା ଜଣେ ମହିଳାଙ୍କୁ ନେଇ ଏ ଭଳି ଅରୁଚିକର ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ । ଏହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିବ ନାହିଁ । ବରଂ ଦୁର୍ବଳ କରିବ ।  ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ । ଏଥିପାଇଁ ରଙ୍ଗ କିମ୍ବା ସୁନ୍ଦର ଶରିରର ଆବଶ୍ୟକତା ନଥାଏ। ଏପରି ମନ୍ତବ୍ୟ ବାସ୍ତବରେ ଖୁବ୍ ନୀନ୍ଦନୀୟ।