Durga Puja 2022: ପୂଜା ମଉଜକୁ ଫିକା କରିବ ଲଘୁଚାପ! ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା
Advertisement
Article Detail0/zeeodisha/odisha1379403

Durga Puja 2022: ପୂଜା ମଉଜକୁ ଫିକା କରିବ ଲଘୁଚାପ! ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା

Durga Puja 2022: ଚଳିତ ବର୍ଷ ବେଶ୍ ଡେକରେଶନ ଓ ଭସାଣୀ ପାଇଁ ନାନାଦି ପ୍ରକାରର ବାଜା ,ବ୍ୟାଣ୍ଡ , ପ୍ରସେଶନ ଆଦିର ବନ୍ଦୋବସ୍ତ କରାଯାଇଛି । ଏହା ସହ ଛୋଟ ଛୋଟ ବ୍ୟବସାୟୀ ମାନେ ମଧ୍ୟ ବର୍ଷା ପାଇଁ ଟିକିଏ ଭୟରେ ରହିଛନ୍ତି । ତେଣୁ ସମସ୍ତେ ଏବେ ଆଉ ତିନିଦିନ ପାଇଁ ଅପେକ୍ଷା କରି ରହିଛନ୍ତି ଏହା ସହ ଗୋଟିଏ କଥା ମନକୁ ଆଣୁଛନ୍ତି କି 'ମା ଲୋ 'ଭଲରେ ଭଲରେ ପୂଜା ଟା କଟିଯାଉ ।

Durga Puja 2022: ପୂଜା ମଉଜକୁ ଫିକା କରିବ ଲଘୁଚାପ! ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା

କଟକ: Durga Puja 2022: ବର୍ତ୍ତମାନ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ଦୂର୍ଗା ପୂଜା । କଟକରେ ମଧ୍ୟ ଦୂର୍ଗା ପୂଜା ବେଶ୍ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ ହେଉଥିବା ବେଳେ ଏବେ ନାଲି ଆଖି ଦେଖାଇବାରେ ଲାଗିଛି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଯେଉଁ ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି ତାହାକୁ ଦୃଷ୍ଟିରେ ରଖି ବେଶ୍ ଆତଙ୍କିତ ହୋଇଯାଇଛନ୍ତି ଶ୍ରଦ୍ଧାଳୁ । ସେପଟେ ଲଘୁଚାପ ପ୍ରଭାବରେ ଟ୍ୱିନ-ସିଟି ଭୁବନେଶ୍ୱର ଓ କଟକରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଛି ।

ଯଦି ଦେଖିବା କୋରୋନା କଟକଣା ପାଇଁ ଦୁଇ ବର୍ଷ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହୋଇ ପାରିନଥିଲା । ହେଲେ ଚଳିତ ବର୍ଷ ଏହାର ଅନ୍ତ ଘଟିଛି । ସାରା ଓଡ଼ିଶା ଓ ଦୁର୍ଗା ପୂଜା ପାଇଁ ଦେଶରେ ପ୍ରସିଦ୍ଧି ଲାଭ କରିଥିବା କଟକରେ ବେଶ୍ ଜାକଜକମରେ ପାଳନ ହେଉଛି ପୂଜା । ଆକର୍ଷଣୀୟ ତୋରଣ ଲାଇଟ୍ ଡେକରେଶନ, ଗେଟ୍ ଆଦିକୁ ଦେଖିବା ପାଇଁ କଟକ ତଥା କଟକ ଆଖ ପାଖ ଅନେକ ଜିଲ୍ଲା ମାନଙ୍କରୁ ଲୋକମାନେ ଆସି ଥାଆନ୍ତି କିନ୍ତୁ ଏବେ ଟିକିଏ ଭୟ ଘାରିଛି ବର୍ଷାର । ଆଜି ଦିନ ତମାମ ସହରରେ ବର୍ଷା ଲାଗି ରହିବ । ଯେହେତୁ କଟକ ପାଣିପାଗ ବିଭାଗ ଦ୍ଵାରା ଜାରି କରାଯାଇଥିବା ୟେଲୋ ୱାର୍ଣ୍ଣିଂ ଜୋନ ମଧ୍ୟରେ ରହିଛି । ତେଣୁ ସମସ୍ତେ ମନରେ ମା'ଙ୍କୁ ସ୍ମରଣ କରି ଗୋଟିଏ କଥା କହୁଛନ୍ତି କି ବର୍ଷାର ପ୍ରକୋପରୁ ପୂଜାକୁ ରକ୍ଷା କର ।

ଆଗକୁ ଆଉ ୨ ଦିନ ଅର୍ଥାତ୍ ଦଶମୀ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ଏହି ସମୟରେ ଯଦି ବର୍ଷା ହୁଏ ତେବେ ପୂଜା କମିଟି ମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବ । ଯେହେତୁ ଦୁଇ ବର୍ଷ ଧରି ପୂଜା ହୋଇନଥିଲା । ଚଳିତ ବର୍ଷ ବେଶ୍ ଡେକରେଶନ ଓ ଭସାଣୀ ପାଇଁ ନାନାଦି ପ୍ରକାରର ବାଜା ,ବ୍ୟାଣ୍ଡ , ପ୍ରସେଶନ ଆଦିର ବନ୍ଦୋବସ୍ତ କରାଯାଇଛି । ଏହା ସହ ଛୋଟ ଛୋଟ ବ୍ୟବସାୟୀ ମାନେ ମଧ୍ୟ ବର୍ଷା ପାଇଁ ଟିକିଏ ଭୟରେ ରହିଛନ୍ତି । ତେଣୁ ସମସ୍ତେ ଏବେ ଆଉ ତିନିଦିନ ପାଇଁ ଅପେକ୍ଷା କରି ରହିଛନ୍ତି ଏହା ସହ ଗୋଟିଏ କଥା ମନକୁ ଆଣୁଛନ୍ତି କି 'ମା ଲୋ 'ଭଲରେ ଭଲରେ ପୂଜା ଟା କଟିଯାଉ ।

ଅଧିକ ପଢ଼ନ୍ତୁ:-ଓଡ଼ିଶାରେ ଟାଟା ଷ୍ଟିଲ୍ ଆରମ୍ଭ କଲା ନୀଳାଚଳ ଇସ୍ପାତ ନିଗମ ପ୍ଲାଣ୍ଟର ପରିଚାଳନା

ଅଧିକ ପଢ଼ନ୍ତୁ:-୩୦ ସେକେଣ୍ଡରେ ୧୧୭ ବମ୍ ସ୍କିପ୍ କରି ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଜାଣନ୍ତୁ ଏପରି କରିଥିବା ବ୍ୟକ୍ତି ଜଣକ କିଏ; ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ:-ସରକାର ନେଲେ ବଡ଼ ପଦକ୍ଷେପ; ଶସ୍ତା ହେବ ସୁନା, ଖାଇବା ତେଲର ମୂଲ୍ୟ ବି କମିବ!

 

ଯଦି ଆମେ ଦେଖିବା ସପ୍ତମୀ ଓ ଅଷ୍ଟମୀ ବର୍ଷାର ଆଶଙ୍କା ଭିତରେ ଭଲରେ ଭଲରେ କଟି ଯାଇଛି । କଟକ ସହରର ରାସ୍ତା ଘାଟ ,ପୂଜା ମଣ୍ଡପ ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଏହା ସହ କ୍ଷୁଦ୍ର ବ୍ୟବସାୟୀ ମାନେ ମଧ୍ୟ ଭଲ ବ୍ୟବସାୟ କରିଛନ୍ତି । ଯଦି ପାଗ ଏଭଳି ଶୁଖିଲା ରହେ ତେବେ ଭକ୍ତଙ୍କ ଆନନ୍ଦ ସବୁ ସୀମା ପାର କରିଯିବ । ଦେଖିବାକୁ ବାକି ରହିଲା ଭକ୍ତଙ୍କ ଭକ୍ତି ଆଗରେ  ଲଘୁଚାପ ବର୍ଷାର ନାଲି ଆଖି ତିଷ୍ଟି ପାରୁଛି କି ନାହିଁ ।