Advertisement
Article Detail0/zeeodisha/odisha2020627
Zee OdishaZee OdishaCorona vaccine:କରୋନା ବିରୋଧରେ ଅଲରାଉଣ୍ଡର ଭ୍ୟାକ୍ସିନ୍ ବିକଶିତ କରୁଛି ଭାରତ

Corona vaccine:କରୋନା ବିରୋଧରେ ଅଲରାଉଣ୍ଡର ଭ୍ୟାକ୍ସିନ୍ ବିକଶିତ କରୁଛି ଭାରତ

Covid-19 ର ନୂତନ ପ୍ରକାର JN.1 କାରଣରୁ ସଂକ୍ରମଣ ମାମଲା ବୃଦ୍ଧି ହେବାର ଆଶଙ୍କା ରହିଛି । କୁହାଯାଉଛି ଯେ,  SARS-CoV-2 ର ଏହି ସବ୍-ଭାରିଆଣ୍ଟ ପାଖରେ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେବାର ଚମତ୍କାର କ୍ଷମତା ରହିଛି ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) JN.1 କୁ 'ଭାରିଆଣ୍ଟ ଅଫ୍ କନସରର୍ଣ୍ଣ' ବା ଚିନ୍ତାର ପ୍ରକାର ଭାବରେ ଘୋ

SOCIAL MEDIA
SOCIAL MEDIA

Corona vaccine:

Covid-19 ର ନୂତନ ପ୍ରକାର JN.1 କାରଣରୁ ସଂକ୍ରମଣ ମାମଲା ବୃଦ୍ଧି ହେବାର ଆଶଙ୍କା ରହିଛି । କୁହାଯାଉଛି ଯେ,  SARS-CoV-2 ର ଏହି ସବ୍-ଭାରିଆଣ୍ଟ ପାଖରେ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେବାର ଚମତ୍କାର କ୍ଷମତା ରହିଛି ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) JN.1 କୁ 'ଭାରିଆଣ୍ଟ ଅଫ୍ କନସରର୍ଣ୍ଣ' ବା ଚିନ୍ତାର ପ୍ରକାର ଭାବରେ ଘୋଷଣା କରିଛି । JN.1 ସହିତ କରୋନାର ଅନ୍ୟ ସମସ୍ତ ଷ୍ଟ୍ରେନ୍ର ନମୁନା ଓ ତଥ୍ୟକୁ  ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଭରତ ବାୟୋଟେକ୍ ଲିମିଟେଡ୍ କୁ ପଠାଇଛି । ଉଦ୍ଦେଶ୍ୟ ହେଉଛି SARS-CoV-2, Covid-19 ସୃଷ୍ଟି କରୁଥିବା ଜୀବାଣୁ ପାଇଁ ଏକ ଅଲରାଉଣ୍ଡର ଟିକା ତିଆରି କରିବା । ଭରତ ବାୟୋଟେକ୍ ବୈଜ୍ଞାନିକମାନେ ଏହିପରି ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ଯାହା ସମସ୍ତ ପ୍ରକାର ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ହେବ । ସରକାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମାମଲାର ସଂସଦୀୟ କମିଟିକୁ ନିଜର ଏହି ଉଦ୍ଦେଶ୍ୟ ବାବଦରେ  ସୂଚନା ଦେଇଛନ୍ତି। କମିଟିର ରିପୋର୍ଟ ମଙ୍ଗଳବାର ଦିନ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା।

କୋଭିଡ୍ ବିରୋଧରେ ସାର୍ବଜନୀନ ଟୀକା

Add Zee News as a Preferred Source

•              ଭୁବନେଶ୍ୱର କାଳିତାଙ୍କ ନେତୃତ୍ୱରେ ସଂସଦୀୟ କମିଟି 2022 ମସିହାରେ ଏକ ସର୍ବଭାରତୀୟ କୋଭିଡ ଟିକା ବିକଶିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା ଯାହା ସମସ୍ତ ପ୍ରକାର ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ହେବ ।

•              ସରକାରଙ୍କ ଅନୁସାରେ ,ଆଲଫା, ବିଟା, ଗାମା, ଡେଲଟା ଏବଂ ଓମିକ୍ରନ ଭଳି ଚିନ୍ତାଜନକ  ସମସ୍ତ ଭାରିଆଣ୍ଟର ଷ୍ଟ୍ରେନସକୁ ଆଇସିଏମଆର ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକ୍ ଲିମିଟେଡ୍ କୁ ସ୍ଥାନାନ୍ତର କରିଛି  ।

•              ସରକାର ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଟିକା ଉପଲବ୍ଧ ଅଛି ତାହା କୋରନାର ନୂଆ ଭାରିଆଣ୍ଟ ବିରୋଧରେ କେତେ ପ୍ରଭାବଶାଲୀ ତାହାର ଅଧ୍ୟୟନ ଆଇଆରସିଏମ-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଆଇସିଏମ୍ଆର-ନିଭି)  କରୁଛି ।

ଶୀତରେ ବଢୁଛି ଭୟ

ସମଗ୍ର ବିଶ୍ୱରେ COVID-19 ମାମଲା ଯଥେଷ୍ଟ ହ୍ରାସ ପାଇଛି ସତ  କିନ୍ତୁ ଟୀକାକରଣ ଏବଂ ପ୍ରାକୃତିକ ପ୍ରତିରୋଧକ ସତ୍ୱେ ବେଳେବେଳେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇଥାଏ। ଭାଇରୋଲଜିଷ୍ଟଙ୍କ ଅନୁସାରେ  ଜୀବାଣୁ ବିବର୍ତ୍ତନ ହେତୁ ଏହା ହୋଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଙ୍ଗଳବାର ଦିନ JN.1 କୁ 'ଚିନ୍ତାବୃଦ୍ଧିକାରୀ ପ୍ରକାର' ଭାବେ ଘୋଷଣା କରିଛି । WHO କହିଛି ଯେ ଏହା ଆଶା କରାଯାଏ ଯେ ଏହି ପ୍ରକାର(ଭାରିଆଣ୍ଟ) ଅନ୍ୟ ଭାଇରାଲ୍ ଏବଂ ଜୀବାଣୁ ସଂକ୍ରମଣ ମଧ୍ୟରେ ବିଶେଷ କରି ସେହି ସବୁ ଦେଶରେ ଯେଉଁଠି ଶୀତ ପଡିବା  ଆରମ୍ଭ ହୋଇ ସାରିଲାଣି ସେଠାରେ କୋଭିଡ୍ ବୃଦ୍ଧିର କାରଣ ହୋଇପାରେ ।

About the Author