Visa services suspended Canadians: ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ହଇରାଣ ହେଉଛନ୍ତି କାନାଡା ନାଗରିକ !
Advertisement
Article Detail0/zeeodisha/odisha1955274

Visa services suspended Canadians: ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ହଇରାଣ ହେଉଛନ୍ତି କାନାଡା ନାଗରିକ !

  ଗତ କିଛି ମାସ ଧରି ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା କାରଣରୁ  ଭାରତକୁ ଆସିବାକୁ ଚାହୁଁଥିବା କାନାଡା ନାଗରିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଭାରତ ସରକାରଙ୍କ ଦ୍ବାରା କାନାଡା ନାଗରିକଙ୍କୁ  ଭିସା  ଜାରି କାର୍ଯ୍ୟ ସ୍ଥଗିତ ରହିଥିବାରୁ କାନାଡାର ଭିସା ପ୍ରକ୍ରିୟାକରଣ

SOCIAL MEDIA

Visa services suspended Canadians: 

ଗତ କିଛି ମାସ ଧରି ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା କାରଣରୁ  ଭାରତକୁ ଆସିବାକୁ ଚାହୁଁଥିବା କାନାଡା ନାଗରିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଭାରତ ସରକାରଙ୍କ ଦ୍ବାରା କାନାଡା ନାଗରିକଙ୍କୁ  ଭିସା  ଜାରି କାର୍ଯ୍ୟ ସ୍ଥଗିତ ରହିଥିବାରୁ କାନାଡାର ଭିସା ପ୍ରକ୍ରିୟାକରଣ ସାଇଟରେ ଏକ ବଡ଼ ବ୍ୟାକ୍ଲଗ୍ ସୃଷ୍ଟି କରିଛି। ଫଳରେ କାନାଡା ନାଗାରିକଙ୍କୁ ଭାରତୀୟ ଭିଜା ପାଇଁ  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

 

 

କାନାଡା ସହ ତିକ୍ତତା ବଢିବା ପରେ ସେପ୍ଟେମ୍ବରରେ କାନାଡାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ନିଜ ସେବାକୁ ବାତିଲ କରିଦେଇଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡାରେ ମିଳୁଥିବା ଧମକ ପାଇଁ ସେବା ଯୋଗାଇ ଦେବା ସମ୍ଭବ ନୁହେଁ ।

 

ଭାରତ ଅନେକ ପ୍ରକାରର ଭିସା ପ୍ରଦାନ କରେ

କାନାଡାରେ ଥିବା ଭାରତୀୟ ଦୂତାବାସ ଅନେକ ପ୍ରକାରର ଭିସା ପ୍ରଦାନ କରିଥାଏ ।  ଏଥିରେ ମୁଖ୍ୟ ହେଉଛି ଏଣ୍ଟ୍ରି ଭିସା, ବ୍ୟବସାୟ ଭିସା, ଟୁରିଷ୍ଟ ଭିସା, ଚାକିରୀ ଭିସା, ମେଡିକାଲ ଭିସା ଏବଂ ଛାତ୍ର ଭିସା ।  ଏଭଳି ପରିସ୍ଥିତିରେ, କାନାଡାରେ ଭିସା ସେବା ସ୍ଥଗିତ ହେତୁ, ଯେଉଁମାନେ ଚାକିରୀ, ବ୍ୟବସାୟ କିମ୍ବା ବାଣିଜ୍ୟ ପାଇଁ ଭାରତ ଆସିବାକୁ ଚାହୁଁଛନ୍ତି, ସେମାନେ ଭିସା ପାଇପାରୁ ନାହାନ୍ତି । ଭିସା ପାଇଁ ଏବେ ସେମାନଙ୍କୁ ଅପେକ୍ଷା କରିବାକୁ ପଡୁଛି । ସୂଚନାଯୋଗ୍ୟ ଯେ, ବହୁ ସଂଖ୍ୟକ ଭାରତୀୟ ବଂଶୋଦ୍ଭବ କାନାଡାରେ ରହୁଛନ୍ତି । ସେମାନେ ସେଠାରେ କାନାଡାର ନାଗରିକତା ନେଇଛନ୍ତି । କିନ୍ତୁ ଭିସା ଅନୁପଲବ୍ଧତା କାରଣରୁ ସେମାନେ ଏବେ ଭାରତ ଆସି ପାରୁନାହାନ୍ତି । 

 

ନିଜାର ହତ୍ୟା ପରେ ସମ୍ପର୍କରେ ତିକ୍ତା

ଜୁନ୍ ୧୮,୨୦୨୩ରେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ନିାଜାର ହତ୍ୟା ପରେ ଭାରତ- କାନାଡ଼ା ମଧ୍ଯରେ  ସମ୍ପର୍କ ତିକ୍ତ ହୋଇ ପଡିଥିଲା । ଅଜଣା ଆତତାୟୀ ଦ୍ୱାରା ନିହତ ନିଜରର ହତ୍ୟା ପଛରେ ଭାରତ ସରକାରଙ୍କ ହାତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ସୂଚନାଯୋଗ୍ ଯେ, ନିଜର ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲା।  ଭାରତ କାନାଡାର ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ସହିତ ତଦନ୍ତ ପାଇଁ କାନାଡାର ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି। ସେବେଠାରୁ ଦୁଇ ଦେଶ ମଧ୍ୟରେ ଲଗାତାର ତିକ୍ତତା ଦେଖାଦେଇଛି