Chinese foreign minister: କ’ଣ ସତରେ ଚୀନ ନିଜର ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ଦେଇଛି ମୃତ୍ୟୁଦଣ୍ଡ ?
Advertisement
Article Detail0/zeeodisha/odisha1999259

Chinese foreign minister: କ’ଣ ସତରେ ଚୀନ ନିଜର ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ଦେଇଛି ମୃତ୍ୟୁଦଣ୍ଡ ?

  ଚଳିତ ବର୍ଷ ଜୁନ ମାସରୁ ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ନିଖୋଜ ଖବରକୁ ନେଇ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଚୀନ ଭଳି ଦେଶରେ ବଡ଼ବଡ଼ ନେତା ଗାଏବ ହେବା କିଛି ନୂଆ କଥା ନୁହେଁ । କ୍ଷମତା ଉପରେ ଏକାଧିପତ୍ୟ ଚାହୁଁଥିବା ଚୀନ ରାଷ୍ଟ୍ରପତି ସି’ ଜିନପିଙ୍ଗ୍ ଆଗରୁ ମଧ୍ୟ ନିଜ ସମ୍ଭାବ୍ୟ ପ୍ରତିଦ୍

SOCIAL MEDIA

Chinese foreign minister: 

ଚଳିତ ବର୍ଷ ଜୁନ ମାସରୁ ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ନିଖୋଜ ଖବରକୁ ନେଇ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଚୀନ ଭଳି ଦେଶରେ ବଡ଼ବଡ଼ ନେତା ଗାଏବ ହେବା କିଛି ନୂଆ କଥା ନୁହେଁ । କ୍ଷମତା ଉପରେ ଏକାଧିପତ୍ୟ ଚାହୁଁଥିବା ଚୀନ ରାଷ୍ଟ୍ରପତି ସି’ ଜିନପିଙ୍ଗ୍ ଆଗରୁ ମଧ୍ୟ ନିଜ ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ରାସ୍ତାରୁ ବିଭିନ୍ନ ଆଳରେ ହଟାଇଛନ୍ତି । ତେଣୁ କିନ୍ ଗାଏବ ହେବା ପରେ ଏହା ଆଶଙ୍କା କରାଯାଉଥିଲା ଯେ, ତାଙ୍କୁ କୌଣସି ଅଭିଯୋଗରେ ଜେଲର ରଖାଯାଇଥିବ କିମ୍ବା ସେ ନଜରବନ୍ଦୀ ଥିବେ । କିନ୍ତୁ ଏବେ ଯାହା ଖବର ଆସୁଛି ତାହା ଚମକାଇ ଦେବାଭଳି । ଯଦି ଆମେରିକୀୟ ଏବଂ ବ୍ରିଟିଶ ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କିନ୍ ଗ୍ୟାଙ୍ଗକୁ ହତ୍ୟା କରାଯାଇଛି। ବିଶ୍ୱାସଘାତ ଅଭିଯୋଗରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆଦେଶରେ ତାଙ୍କୁ  ହତ୍ୟା କରାଯାଇଛି ବୋଲି ରିପୋର୍ଟରେ ଦାବି କରାଯାଇଛି। କୁହାଯାଉଛି ଯେ ଚୀନ୍ କର୍ତ୍ତୃପକ୍ଷ  ବନ୍ଦୀ ଅବସ୍ଥାରେ ତାଙ୍କୁ ନିର୍ଯାତନା ଦେଇଛନ୍ତି। କେବଳ କିନ୍  ଗ୍ୟାଙ୍ଗ ନୁହଁନ୍ତି ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଏବଂ ବହୁ ଅଧିକାରୀଙ୍କୁ ଦେଶ ସହିତ ବିଶ୍ୱାସଘାତ ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ମଧ୍ୟ ଦାବି କରାଯାଉଛି । ଆମେରିକାକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କିନ୍ ଗ୍ୟାଙ୍ଗଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି ଯେ, ଚୀନ୍ କେମିତି ଜାଣିଲା କିନ୍ ଆମେରିକା ପାଇଁ ଗୁଇନ୍ଦାଗିରି କରୁଛନ୍ତି ।

ଋଷ ଦେଇଥିଲା ସୂଚନା !

ଆମେରିକୀୟ ପତ୍ରିକା ପଲିଟିକୋରେ ପ୍ରକାଶିତ  ରିପୋର୍ଟ ଅନୁସାରେ ଋଷ ବୈଦେଶିକ ମନ୍ତ୍ରୀ ରୁଡେଙ୍କୋ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକ ବାର୍ତ୍ତା ପଠାଇଥିଲେ । ଯେଉଁଥିରେ ଚୀନ୍‌ର ରକେଟ୍ ଫୋର୍ସ ସହିତ ଜଡିତ କିନ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପାଶ୍ଚାତ୍ୟ ଗୁପ୍ତଚର ସଂସ୍ଥାଗୁଡ଼ିକୁ ଚୀନ୍‌ର ଆଣବିକ ରହସ୍ୟ ବାବଦରେ ଗୁପ୍ତ ତଥ୍ୟ ଯୋଗାଉଥିବା ସୂଚନା ଥିଲା । ଋଷଠାରୁ ଏହି ସୂଚନା ମିଳିବା ପରେ  ଜୁନ୍ ମାସରେ କିନ୍ ଗ୍ୟାଙ୍ଗ୍ ଅଚାନକ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କୁ ନେଇ ଅନେକ ଖବର ଆସିଥିଲା । ତାଙ୍କର ଫିନିକ୍ସ ଟିଭିର ସାମ୍ବାଦିକ ଫୁ ଜିଆଓଟିୟାନଙ୍କ ସହ ସମ୍ପର୍କ ରହିଛି ଓ ଏହି ସମ୍ପର୍କରୁ ତାଙ୍କର ଗୋଟିଏ ପୁଅ ଅଛି ବୋଲି ଖବର ବ୍ୟାପିଥିଲା । ଏମିତିକି କିନ୍ ଗ୍ୟାଙ୍ଗଙ୍କ ପୁଅ ଆମେରିକାର ନାଗରିକତା ନେଇଥିବା ଖବର ମଧ୍ଯ ଆସିଥିଲା । ତେବେ ଅନେକଙ୍କ ଅନୁସାରେ ଚୀନ ସରକାର ଜାଣିଶୁଣି ଏଭଳି ମିଛ ଖବର ପ୍ରଚାରିତ କରୁଥିଲେ । ଉଦ୍ଧେଷ୍ୟ ଥିଲା ଗ୍ୟାଙ୍ଗଙ୍କୁ ବଦନାମ କରିବା ।

ଚୀନ୍‌ ସରକାରଙ୍କ ଫେକ୍ ନ୍ୟୁଜ୍

କିଛି ଲୋକଙ୍କ ଅନୁଯାୟୀ ଚୀନ୍‌ର ସାଇବର ସେନ୍ସର ଅନୁମୋଦନ ପରେ ଏହି କାହାଣୀଗୁଡିକୁ ଭାଇରାଲ କରାଯାଇଥିଲା ।  । ଫୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ। ବ୍ରିଟେନର ଗୁପ୍ତଚର ଏଜେନ୍ସିଗୁଡ଼ିକ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବିଦେଶୀ ବିଦ୍ୟାର୍ଥୀଙ୍କୁ ନିଜ ଏଜେଣ୍ଟ କରିବା କିଛି ନୂଆକଥା ନୁହେଁ ।  ଏକ ଦଶନ୍ଧିରୁ ଅଧିକ ସମୟ ତଳେ ଫୁ ଏବଂ କିନ୍ ପରସ୍ପରକୁ ଭେଟିଥିଲେ ।  ସେତେବେଳେ ଲଣ୍ଡନର ଚୀନ୍ ଦୂତାବାସରେ କିନ୍ କାର୍ଯ୍ୟ କରୁଥିଲେ । ୨୦୧୬ରେ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ  ନିଜର ଏକ ଉଦ୍ୟାନର ନାମ ଫୁ’ଙ୍କ ନାମରେ ନାମକରଣ କରିଥିଲା । ସେତେବେଳେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପକ୍ଷରୁ ଫୁ’ଙ୍କୁ ୨୫ ହଜାର ପାଉଣ୍ଡ ପ୍ରଦାନ କରାଯାଇଥିଲା । ଏପ୍ରିଲ ମାସରେ ଫୁ’ ଏକ ଚାର୍ଟାଡ୍ ପ୍ଲେନରେ ଚୀନ୍ ଫେରିଥିଲେ । ତେବେ କିନ୍ ନିଖୋଜ ହେବା ପୂର୍ବରୁ ଫୁ ସୋସିଆଲ ମିଡିଆରେ ତାଙ୍କ ସନ୍ତାନର ପିତା କିନ୍ ବୋଲି  ପ୍ରକାଶ କରିଥିଲେ । କିନ୍ତୁ ଏବେ ଫୁ’ଙ୍କର କୌଣସି ଖୋଜଖବର ମିଳୁନାହିଁ ।

ଆଗରୁ  ନିଖୋଜ ହୋଇଛନ୍ତି ଅନେକ ଅଧିକାରୀ

ଫୁଙ୍କର ହଠାତ୍ ନିଖୋଜ ହେବାର ପ୍ରକୃତ କାରଣ ହେଉଛି କିନ ଗ୍ୟାଙ୍ଗଙ୍କର ଅନେକ ଗମ୍ଭୀର ଦୁର୍ନୀତିରେ ସମ୍ପୃକ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଚୀନ୍‌ର 'ରକେଟ୍ ଫୋର୍ସ'ର ଅନେକ ବରିଷ୍ଠ ଜେନରାଲ ମଧ୍ଯ ଏହି ସମୟ ଅବଧିରେ ନିଖୋଜ ହୋଇଛନ୍ତି । ନିଖୋଜଙ୍କ ମଧ୍ଯରେ ଅଛନ୍ତି ଟପ୍ ରକେଟ୍ ଫୋର୍ସ କମାଣ୍ଡର ଲି ୟୁଚାଓ, ତାଙ୍କ ଡେପୁଟି ଲିୟୁ ଗୁଆଙ୍ଗବିନ୍ ଏବଂ ପୂର୍ବତନ ଡେପୁଟି ଜେନରାଲ ଝାଙ୍ଗ ଜେନଜୋଙ୍ଗ । ଯଦି ସରକାରୀ ଗଣମାଧ୍ୟମକୁ ବିଶ୍ୱାସ କରାଯାଏ, ତେବେ ରକେଟ ଫୋର୍ସର ଆହୁରି ଅନେକ ବରିଷ୍ଠ କମାଣ୍ଡର ଏବଂ ପୂର୍ବତନ ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏଥିସହ ଅନ୍ତତଃ ପକ୍ଷେ ଜଣେ ପୂର୍ବତନ ଡେପୁଟି କମାଣ୍ଡର ହଠାତ କୌଣସି ରୋଗରେ ମୃତ୍ୟୁ ବରଣ କରିଥିଲେ।