Advertisement
Article Detail0/zeeodisha/odisha2374085
Zee OdishaWeatherWeather Report: ବର୍ଷା ବିତ୍ପାତ ଜାରି, ଏହି ସବୁ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି...

Weather Report: ବର୍ଷା ବିତ୍ପାତ ଜାରି, ଏହି ସବୁ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି...

Weather Report: ଅନେକ ସ୍ଥାନରେ ହାଲୁକା ବର୍ଷା ଏବଂ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି। କେତେକ ସ୍ଥାନରେ ବର୍ଷା ହେତୁ ଲୋକଙ୍କୁ ଗ୍ରୀଷ୍ମ ଦାଉରୁ ଆଶ୍ୱସ୍ତି ମିଳିଥିବା ବେଳେ କେତେକ ସ୍ଥାନରେ ନଦୀ ଜଳ ପ୍ରବାହିତ ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି।

Weather Report: ବର୍ଷା ବିତ୍ପାତ ଜାରି, ଏହି ସବୁ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି...

Weather Report: ଦେଶର ଏବେ ଅନେକ ସ୍ଥାନରେ ବର୍ଷା ବିତ୍ପାତ ଦେଖିବାକୁ ମିଳୁଛି।ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନ, ଉତ୍ତରପ୍ରଦେଶ(UP), ମଧ୍ୟପ୍ରଦେଶ(MP), ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ହାଲୁକା ବର୍ଷା ଏବଂ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି। କେତେକ ସ୍ଥାନରେ ବର୍ଷା ହେତୁ ଲୋକଙ୍କୁ ଗ୍ରୀଷ୍ମ ଦାଉରୁ ଆଶ୍ୱସ୍ତି ମିଳିଥିବା ବେଳେ କେତେକ ସ୍ଥାନରେ ନଦୀ ଜଳ ପ୍ରବାହିତ ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି।

ସେପଟେ, ଉତ୍ତରପ୍ରଦେଶର ୨୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଥିବା ବେଳେ ପାଣିପାଗ ବିଭାଗ ସମଗ୍ର ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା(Heavy Rainfall) ହେବାର ସତର୍କ ସୂଚନା ଜାରି କରାଯାଇଛି। ଏହା ବ୍ୟତୀତ, ଜାଣନ୍ତୁ ଆଜି ଆପଣଙ୍କ ସହରରେ ପାଗ କିପରି ରହିବ...

ମଧ୍ୟପ୍ରଦେଶରେ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ସତନା, ପନ୍ନା, ଦାମୋହ ଏବଂ ଜବଲପୁର, ଉମରିଆ, ଶାହଦୋଲ, ଡିଂଡୋରୀ, ଅନୁପୁର, ମଣ୍ଡେଲା, ସେଓନି, ଛିଦୱାଡ଼ା, ନରସିଂହପୁର, ସାଗର, ଛତରପୁର, ରେୱା, ବେତୁଲ, ରାଇସେନ, ଶୋପୁର କାଲାଂ, ଭୀଣ୍ଡ ଡାଟିଆରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି |

Add Zee News as a Preferred Source

ସେପଟେ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୦ ରୁ ବିହାରରେ ମୌସୁମୀ ଲେଉଟାଣି ନେବ ଏବଂ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଔରଙ୍ଗାବାଦ, ଗୟା, ନାୱାଡ, ଜାମୁଇ, ବଙ୍କା, ଲଖିସରାଇ, ଶେଖପୁରା, ଜେହାନାବାଦ, ଅରୱାଲ, ଆରାରିଆ, କିଶାନଗଞ୍ଜରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

ସେପଟେ ଉତ୍ତରାଖଣ୍ଡର ଦେହରାଡୁନ୍ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଆଜି ସମଗ୍ର ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି। ବିଭାଗର ରିପୋର୍ଟ ଅନୁଯାୟୀ, ନୈନିତାଲ, ବାଗେଶ୍ୱର, ଚମୌଲି, ପୌରୀ ଗଡ଼ୱାଲ ଏବଂ ଦେହରାଡୁନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଉତ୍ତରାଖଣ୍ଡ(Uttarakhand), ହରିଦ୍ୱାର, ଟେହେରୀ ଗଡ଼ୱାଲ, ରୁଦ୍ରପ୍ରୟାଗ, ପିଥୋରାଗଡ, ଚମ୍ପୱାଟ, ଆଲମୋରା ଏବଂ ଉଦାମ ସିଂ ନଗରରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଆଜି ଆଦ୍ର ଉତ୍ତାପରୁ ଦିଲ୍ଲୀର ଲୋକମାନଙ୍କୁ ଆଶ୍ୱସ୍ତି ମିଳିଛି। ଆଜି ଦିଲ୍ଲୀରେ ପାଣିପାଗ ବିଭାଗ ବର୍ଷା ସତର୍କ ସୂଚନା ଜାରି କରିଛି। କିଛି ଅଂଶରେ ହାଲୁକା ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେପଟେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା,  ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ଦେବଗଡ଼, ସମ୍ବଲପୁର, କୋରାପୁଟ, ନବରଙ୍ଗପୁରକୁ ସତର୍କ ସୂଚନା ଜାରି କରାଯାଇଛି । ତେବେ,  ଏହିସବୁ ଜିଲ୍ଲା ଗୁଡିକରେ,  ୭ରୁ ୧୦ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଏହା ବ୍ୟତୀତ ପ୍ରବଳ ବର୍ଷା ନେଇ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୬ଟି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

About the Author